ଭୁବନେଶ୍ବର: ନାଲ୍କୋ ଅଧିକାରୀ ବୋଲି ପରିଚୟ ଦେଇ ଗୁଜରାଟର ଏକ ଧୂର୍ତ୍ତ ଦମ୍ପତି ଜଣେ ଠିକାଦାରଙ୍କୁ ସାଢ଼େ ୬୩ଲକ୍ଷ ଟଙ୍କାର ଚୂନ ଲଗାଇଦେଲେ। କୌଣସି ପ୍ରକଳ୍ପର ଠିକା କାମ ନ ପାଇବାରୁ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇ ଠିକାଦାରଜଣକ ଧୂର୍ତ୍ତ ଦମ୍ପତିଙ୍କୁ ଖୋଜିଥିଲେ ହେଁ ଟେର୍ ପାଇଲେ ନାହିଁ। ଠିକାଦାରଙ୍କ ଅଭିଯୋଗ ଆଧାରରେ ହୋଇଥିବା ଏହି ମାମଲାରେ ଭୁବନେଶ୍ବର ସାଇବର ଥାନା ପୁଲିସ ଧୂର୍ତ୍ତ ଦମ୍ପତିଙ୍କୁ ଗୁଜରାଟରୁ ବାନ୍ଧିଛି। ସେମାନେ ହେଲେ ସୁରଟ ଦିନ୍ଦୋଲି ଅଞ୍ଚଳର ଗୀତାଞ୍ଜଳି ବରଦା(୪୧) ଓ ତାଙ୍କ ସ୍ବାମୀ ସନ୍ତୋଷ କୁମାର ବରଦା(୪୬)। ପୁଲିସ ସେମାନଙ୍କ ନିକଟରୁ ଏକ କାର୍, ଚେକ୍ବୁକ୍ ଓ ମୋବାଇଲ୍ ଫୋନ୍ ଆଦି ବିଭିନ୍ନ କାଗଜପତ୍ର ଜବତ କରିଛି।
ଆଉ ୪ ସ୍ବର୍ଣ୍ଣ: ‘କିଟ୍’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ, ୩ ମିଟ୍ ରେକର୍ଡ ସହ ପ୍ରଥମ ଥର ଶୀର୍ଷ ୧୦ରେ
ସାଇବର ଥାନା ପୁଲିସ ସୂଚନାନୁସାରେ ଠିକାଦାରୀ କରୁଥିବା ଅଭିଷେକ ମହାନ୍ତିଙ୍କ ମୋବାଇଲ୍କୁ ପ୍ରଥମେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିଲେ ଗୀତାଞ୍ଜଳି। ନିଜକୁ ନାଲ୍କୋର ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ଗୀତାଞ୍ଜଳି କଥା ହୋଇଥିଲେ। ନାଲ୍କୋର କିଛି ବଡ଼ ପ୍ରକଳ୍ପ କାମର ଠିକା ନେବାକୁ ଅଭିଷେକଙ୍କୁ ସେ ପ୍ରଲୋଭିତ କରାଇଲେ। ଗୀତାଞ୍ଜଳିଙ୍କୁ ଜାଣି ନଥିବାରୁ ପ୍ରଥମେ ଅଭିଷେକ ଅବିଶ୍ବାସ କରିଥିଲେ। କିନ୍ତୁ ପରେ ଗୀତାଞ୍ଜଳି ଭିଡିଓ କଲ୍ କରି କଥା ହୋଇଥିଲେ। ମିଠା ମିଠା ମନଭୁଲା କଥା କହି ସେ ଅଭିଷେକଙ୍କୁ ଫସାଇବାକୁ ଜାଲ ବିଛାଇଥିଲେ। ଭିଡିଓ କଲ୍ ବେଳେ ଗୀତାଞ୍ଜଳିଙ୍କ ଆଇକାର୍ଡ, କାର୍ଯ୍ୟାଳୟ ବା ଚାମ୍ବରର ଦୃଶ୍ୟ ଦେଖି ଅଭିଷେକ ଫସିଗଲେ। ଏକ ୨୦କୋଟିର ପ୍ରକଳ୍ପର ଠିକା ପାଇଁ ଡିଲ୍ କରିବା ଲାଗି ଗୀତାଞ୍ଜଳି ତାଙ୍କୁ ଦିଲ୍ଲୀ ଡକାଇଥିଲେ ଏବଂ ଯେଉଁ ହୋଟେଲ୍ରେ ଡିଲ୍ ହେବ, ତା’ର ଲାଇଭ୍ ଲୋକେସନ୍ ପଠାଇଥିଲେ। ଅଭିଷେକ ଦିଲ୍ଲୀର ସେହି ହୋଟେଲ୍ରେ ପହଞ୍ଚିବା ପରେ ଗୀତାଞ୍ଜଳିଙ୍କ ସ୍ବାମୀ ସନ୍ତୋଷଙ୍କୁ ଦେଖି ବିସ୍ମୟ ପ୍ରକାଶ କରିଥିଲେ। କଥା ଚାତୁରୀରେ ମାହିର ଗୀତାଞ୍ଜଳି, ସନ୍ତୋଷଙ୍କୁ ନିଜର ସ୍ବାମୀ ବୋଲି ପରିଚୟ ନ ଦେଇ ତାଙ୍କ ଉପରିସ୍ଥ ଅଧିକାରୀ ବୋଲି କହିଥିଲେ। ସ୍ବାମୀ-ସ୍ତ୍ରୀ ଗୋଟିଏ ଅଫିସ୍ରେ ଥିବା କଥା ବିଶ୍ବାସଯୋଗ୍ୟ ହେବ ନାହିଁ ବୋଲି ଗୀତାଞ୍ଜଳି ନିଜ ଠକ ସ୍ବାମୀର ପରିଚୟ ଲୁଚାଇଥିଲେ। ଏହାପରେ ଡିଲ୍ ହୋଇଥିଲା ଏବଂ ଜାଲ୍ ଚୁକ୍ତିନାମା ବଳରେ ସେମାନେ ଅଭିଷେକଙ୍କୁ ଠିକା କାମର ଟେଣ୍ଡର ଦେଇଥିଲେ ଏବଂ ଅଭିଷେକଙ୍କଠାରୁ ସାଢ଼େ ୬୩ ଲକ୍ଷ ଟଙ୍କା ନେଇଥିଲେ। କିଛି ଦିନ ପରେ ଅଭିଷେକ ଗୀତାଞ୍ଜଳିଙ୍କୁ ଫୋନ୍ କରିଥିଲେ। ମାତ୍ର ଫୋନ୍ ସୁଇଚ୍ଅଫ୍ ଥିଲା। ଅନୁରୂପଭାବେ ସେ ସନ୍ତୋଷକୁ ଫୋନ୍ କରିକରି ହତାଶ ହେଲେ। ଏହାପରେ ସେ ବୁଝିପାରିଲେ ଯେ ତାଙ୍କୁ କେହି ଠକ ଚୂନ ଲଗାଇଛି। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମୋବାଇଲ୍ ନମ୍ବର, ଭିଡିଓ କଲ୍ ଓ ଦିଲ୍ଲୀ ହୋଟେଲର ସିସିଟିଭି ଫୁଟେଜ୍ ଆଦି ଖୋଳତାଡ଼ କରି ଠକ ଦମ୍ପତିକୁ ଠାବ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-8-2025-12-05-04-47-46.jpg)