ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ ଡେରା ପକାଇଥିବା ଛିନ୍ତାଇ ଗ୍ୟାଙ୍ଗ୍ କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି। ଆଜି ପୂଜା କରିବାକୁ ଯାଇଥିବା ଜଣେ ମହିଳା ମନ୍ଦିର ସମ୍ମୁଖରେ ଲୁଟ୍ର ଶିକାର ହୋଇଛନ୍ତି। ସେ ହେଲେ ବନମାଳୀପୁର ଆମଣାକୁଦ ଗାଁର ସନ୍ଧ୍ୟାରାଣୀ ମହାନ୍ତି। ଦୁର୍ବୃତ୍ତମାନେ ବାଟ ପଚାରିବା ବାହାନାରେ ତାଙ୍କ ବେକରୁ ପ୍ରାୟ ଦେଢ଼ ଭରି ଓଜନର ସୁନା ଚେନ୍ ନେଇ ଛୁ’ ମାରିଛନ୍ତି। ସିସିଟିଭିରେ ଦୁର୍ବୃତ୍ତ ଓ ସେମାନଙ୍କ ବାଇକ୍ର ଦୃଶ୍ୟ ରହିଛି। ମାତ୍ର ମୁଣ୍ଡରେ ହେଲ୍ମେଟ ଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ। ନାଲି ରଙ୍ଗର ପଲ୍ସରରୁ ଦୁଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯିବ ବୋଲି ବାଲିପାଟଣା ଥାନା ପୁଲିସ ଉଦ୍ୟମ ଆରମ୍ଭ କରିଛି।
Winter session of Parliament: ଆଜିଠାରୁ ସଂସଦର ଶୀତ ଅଧିବେଶନ: ସର୍ବଦଳୀୟ ବୈଠକରେ ୩୬ଟି ଦଳର ୫୦ ନେତା ସାମିଲ
ଆମଣାକୁଦ ଗ୍ରାମର ସନ୍ଧ୍ୟାରାଣୀ ପ୍ରତିଦିନ ଭଳି ଆଜି ସକାଳୁ ଆମେଣେଇ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ। ସେ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ୨ଜଣ ଯୁବକ ଏକ ନାଲି ପଲସର୍ ବାଇକ୍ରେ ଆସି ପହଞ୍ଚିଥିଲେ। ପଛରେ ବସିଥିବା ଦୁର୍ବୃତ୍ତଜଣକ ବାଇକ୍ରୁ ଓହ୍ଲାଇ ସନ୍ଧ୍ୟାଙ୍କ ପାଖକୁ ଚାଲିଚାଲି ଆସିଲା ଏବଂ ବାଲିପାଟଣାକୁ ରାସ୍ତା କୁଆଡ଼େ ବୋଲି ପଚାରିଥିଲା। ସନ୍ଧ୍ୟା ବାଟ ବତାଉଥିବା ବେଳେ ହଠାତ୍ ଦୁର୍ବୃତ୍ତଜଣକ ତାଙ୍କ ବେକରୁ ସୁନାଚେନ୍କୁ ଭିଡ଼ି ନେଇଥିଲା। ସନ୍ଧ୍ୟାଙ୍କ ହାତରେ ଫୁଲ ଚାଙ୍ଗୁଡ଼ି ଥିବାରୁ ସେ ପ୍ରତିରୋଧ କରିପାରିନଥିଲେ। କିନ୍ତୁ ସେ ଚିତ୍କାର କରୁକରୁ ଦୁର୍ବୃତ୍ତଜଣକ ବାଇକ୍ରେ ବସି ପଡ଼ିଥିଲା ଏବଂ ସେମାନେ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ। ବନମାଳୀପୁର ଫାଣ୍ଡି ପୁଲିସ ଓ ପିସିଆର ପହଞ୍ଚି ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା। ଦୁର୍ବୃତ୍ତମାନେ ମୁଣ୍ଡରେ ଟୋପି, ମୁହଁରେ ମାକ୍ସ ଓ ହେଳ୍ମେଟ୍ ପିନ୍ଧିଥିଲେ।
ପ୍ରକାଶ ଥାଉକି ବାଲିପାଟଣା ଥାନା ଅଞ୍ଚଳରୁ କିଛି ମାସ ବ୍ୟବଧାନରେ ବହୁ ଛିନ୍ତାଇ ମାମଲା ଘଟିଲାଣି। ଅଗଷ୍ଟ ୧୬ରେ ନରିଶୋଶାସନ ଗ୍ରାମର ସ୍ନେହଲତା ଷଡ଼ଙ୍ଗୀ(୭୧)ଗାଁ ଦାଣ୍ଡରେ ଫୁଲ ତୋଳୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ୨୦ ଗ୍ରାମ୍ ଓଜନର ସୁନାଚେନ ଝାମ୍ପି ନେଇଥିଲେ। ଜୁନ ୧୩ରେ ବାଲିପାଟଣା ଥାନା ନିକଟ ଶିଶୁ ମଠସାହିର ମଞ୍ଜୁଲତା ମିଶ୍ର ସକାଳୁ ଫୁଲ ତୋଳୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନାଚେନ୍ ଛିଡ଼ାଇ ଛୁ’ ମାରିଥିଲେ। ମେ ୧୦ରେ ବାରିଲୋ ଗ୍ରାମର ତିଲୋତ୍ତମା ମିଶ୍ର ଶିଶୁଅନନ୍ତ ପୀଠ ନିକଟରେ ପ୍ରାତଃଭ୍ରମଣ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଚେନ୍ ଛିଣ୍ଡାଇ ନେଇଥିଲେ। ସେହିଦିନ ବନମାଳୀପୁର ଅମୃତମଣୋହି ପାଟଣା ଗ୍ରାମର କଲ୍ୟାଣୀ ସେଠୀ ଏକ ବିବାହ ଉତ୍ସବରୁ ଘରକୁ ଫେରିବା ସମୟରେ ଦୁର୍ବୃତ୍ତମାନେ ସେକ୍ପାଟଣା ଗାଁ ନିକଟରୁ ତାଙ୍କ ଚେନ୍ ଝାମ୍ପି ନେଇଥିଲେ।
Bhubaneswar | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/01/dagaddgdga-2025-12-01-03-17-55.jpg)