ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରହିବା ଶୈଳୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯିବାକୁ ପଡ଼ୁନି। ଗୋଟିଏ ପଡ଼ିଆରେ ବିଭିନ୍ନ ଜନଜାତିର ପୋଷାକ, ଖାଦ୍ୟପେୟ, ପ୍ରଥା, ପରମ୍ପରା ସବୁର ନିଚ୍ଛକ ଚିତ୍ର ଦେଖିବାକୁ ମିଳୁଛି। ଆଦିବାସୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି ଜନଜାତି ଗ୍ରାମ। ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଇଁ ଏହା ବେଶ ଲାଭଦାୟକ ହୋଇଛି। ସେମାନେ ଜନଜାତିଙ୍କ ସହ କଥାବାର୍ତ୍ତା କରିବା ସହିତ ସେମାନଙ୍କ କୃଷି ପ୍ରଣାଳୀ, ପର୍ବପର୍ବାଣୀ ଆଦି ବିଷୟରେ ବୁଝୁଛନ୍ତି। ଏପରିକି କିଛି ଘର ଆଗରେ ଉଭୟ ଆଦିବାସୀ ଓ ଓଡ଼ିଆ ଉଭୟ ଭାଷାରେ ସୂଚନା ଲେଖାହୋଇଛି।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ବଦଳୁଛି ଗାଁ’ର ପରିଭାଷା
ରାଜ୍ୟର ବିକାଶର ପ୍ରଭାବ ଆଦିବାସୀ ଗାଁ ଉପରେ ସମ୍ପୂର୍ଣ୍ଣ ନହେଲେ ବି ଆଶିଂକ ଭାବରେ ପଡ଼ିଛି। ଦିନେ ମାଟି ଓ କାଦୁଅରେ ପୂର୍ଣ୍ଣ ରହୁଥିବା ରାସ୍ତା ଧୀରେଧୀରେ ପିଚୁରେ ପରିବର୍ତ୍ତନ ହେଲାଣି। ସେହିଭଳି କୃଷିରେ ମଧ୍ୟ ନୂଆ ପଦ୍ଧତି ଉପଯୋଗ ହେବା ସହିତ ମହିଳାମାନେ ସ୍ୱାବଲମ୍ୱୀ ହେଲେଣି। ଏହି ନୂତନ ଓ ପୁରାତନ ଗାଁର ଅପୂର୍ବ ସମ୍ମିଶ୍ରଣ ଦେଖିବାକୁ ମିଳିଛି ଆଦିବାସୀ ମେଳାରେ। ଗ୍ରାମର ପର୍ବପର୍ବାଣୀ, ଠାକୁରାଣୀ, ଆବଶ୍ୟକୀୟ ଉପକରଣ ସହିତ ବିକାଶ ମଧ୍ୟ ଦେଖାଇବାକୁ ଚେଷ୍ଟା କରିଛୁ ବୋଲି ମୟୂରଭଞ୍ଜର ରାଜକୁମାର ହାଂସଦା କହିଛନ୍ତି।
Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ
କୋରାପୁଟ ମିଲେଟ୍ ସହିତ ଶିମିଳିପାଳ ମହୁ
ବର୍ତ୍ତମାନ ସହରର ମିଲେଟ୍ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏପରିକି ମିଲେଟ୍ର ଫାଷ୍ଟଫୁଡ଼ ମଧ୍ୟ ବଜାରକୁ ଆସିଲାଣି। ସେହିପରି ବର୍ତ୍ତମାନ ଅଧିକାଂଶ ଲୋକ ଚିନି ବଦଳରେ ମହୁକୁ ଖାଦ୍ୟରେ ବ୍ୟବହାର କଲେଣୁ। ତେଣୁ ଆଦିବାସୀ ମେଳାରେ ଏହି ମିଲେଟ୍ ଖାଦ୍ୟ ସହିତ ଶିମିଳିପାଳ ମହୁର ଭଲ ବିକ୍ରି ହେଉଛି। ଏହାବ୍ୟତୀତ ପାଳୁଅ, ତ୍ରିଫଳା, କରଞ୍ଜ ତେଳ, ଜଡ଼ା ତେଲ, ହଳଦୀ, ନିମ୍ୱ, କୁସୁମ, ବିଭିନ୍ନ ପ୍ରକାର ବଢ଼ି, ପାମ୍ପଡର ମଧ୍ୟ ଭଲ ବେପାର ହେଉଛି।
ରାତିରେ ଶୌଚାଳୟ ସମସ୍ୟା
ମେଳାରେ ଏତେ ସଂଖ୍ୟକ ଷ୍ଟଲ୍ ପଡ଼ିଥିଲେ ମଧ୍ୟ ମାତ୍ର ୫ଟି ଶୌଚାଳୟ ରହିଛି। ତାହା ବି ଭଲରେ ସଫା ହେଉନି। ମାତ୍ର ଗୋଟିଏ ଶୌଚାଳୟରେ ଲାଇଟ୍ ଲାଗିଛି। ଅନ୍ୟଗୁଡ଼ିକ ଅନ୍ଧାରରେ ରହିଛି। ଫଳସ୍ୱରୁପ ରାତିରେ ଶୌଚାଳୟ ବ୍ୟବହାର ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/01/adivasi-mela-2026-02-01-02-55-28.jpg)