ଭୁବନେଶ୍ୱର: ସାନ୍ତ୍ରାଗାଚ୍ଛି(କଲିକତା)-ତାମ୍ବରମ୍‌(ଚେନ୍ନାଇ) ଅମୃତ ଭାରତ ଏକ୍ସପ୍ରେସ୍‌ର ଆଜି ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇ ଶୁଭାରମ୍ଭ କରିଥିବା ଏହି ରେଳସେବା ପୂର୍ବ ଭାରତକୁ ଦକ୍ଷିଣ ଭାରତ ସହିତ ସଂଯୋଗ କରିବ। ଏହାଦ୍ୱାରା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁକୁ ସଂଯୋଗ କରୁଥିବା ଏକ ନୂତନ ରେଳ କରିଡର୍‌ ପ୍ରତିଷ୍ଠା ହେବ, ଯାହାଦ୍ୱାରା ଆନ୍ତଃଆଞ୍ଚଳିକ ରେଳ ସଂଯୋଗୀକରଣରେ ବୃଦ୍ଧି ଘଟିବ। ଏହି ଟ୍ରେନ୍‌ ସେବା ଚିକିତ୍ସା ସୁବିଧା, ଶିକ୍ଷା, ନିଯୁକ୍ତି, ପର୍ଯ୍ୟଟନ ଓ ତୀର୍ଥଯାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ। ବିଶେଷକରି ଚେନ୍ନାଇ ଓ କୋଲକାତା ଭଳି ସହରଗୁଡ଼ିକୁ ଯାଉଥିବା ଓଡ଼ିଶା ଲୋକଙ୍କ ପାଇଁ ଉପଯୋଗୀ ହେବ। ଅମୃତ ଭାରତ ଏକ୍ସପ୍ରେସ୍‌ରେ ଆଧୁନିକ ଏଲ୍‌ଏଚ୍‌ବି ରେକ୍ ରହିଛି, ଯାହାକି ଉନ୍ନତ ପୁସ୍-ପୁଲ୍ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଉନ୍ନତ ଗତି, ସୁଗମ କାର୍ଯ୍ୟ ଓ ବର୍ଦ୍ଧିତ ଯାତ୍ରୀ ଆରାମ ପ୍ରଦାନ କରିଥାଏ। ଏହି ଟ୍ରେନରେ ଏରଗୋନୋମିକାଲି ଡିଜାଇନ୍ ହୋଇଥିବା ବର୍ଥ, ମଡ୍ୟୁଲାର୍ ଶୌଚାଳୟ, ଏଲ୍‌ଇଡି ଆଲୋକୀକରଣ, ସିସିଟିଭି ନିରୀକ୍ଷଣ ଓ ମୋବାଇଲ୍ ଚାର୍ଜିଂ ଭଳି ସୁବିଧା ସମେତ ଆଧୁନିକ ଯାତ୍ରୀ ସୁବିଧା ରହିଛି।  

Advertisment

Gajapati Utsav: ଗଜପତି ଉତ୍ସବ ଉଦ୍‌ଘାଟିତ; ଆସିଲେନି ମନ୍ତ୍ରୀ, ଲୋକେ ଅସନ୍ତୁଷ୍ଟ!

ଆଜି ଅପରାହ୍ଣ ୨ଟା ୨୪ରେ ଟ୍ରେନ୍(୦୬୧୦୮) ସାନ୍ତ୍ରାଗାଚ୍ଛିରୁ ଛାଡ଼ିଛି, ଯାହାକି ସୋମବାର ସନ୍ଧ୍ୟା ୬ଟା ୪୫ରେ ତାମ୍ବରମ୍‌ରେ ପହଞ୍ଚିବ। ଏହି ଟ୍ରେନ୍‌ ପୂର୍ବତଟ ରେଳପଥ ଅନ୍ତର୍ଗତ ଭଦ୍ରକ, ଯାଜପୁରକେନ୍ଦୁଝର ରୋଡ୍‌, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ବାଲୁଗାଁ, ବ୍ରହ୍ମପୁର, ପଲାସା, ବିଜୟନଗରମ୍, ଦୁଭଡ଼ା ପରି ପ୍ରମୁଖ ଷ୍ଟେସନ ଦେଇ ଅତିକ୍ରମ କରିଛି। ଟ୍ରେନ୍‌ରେ ୨୨ଟି ଆଧୁନିକ ଶ୍ରେଣୀ କୋଚ୍‌ ରହିଛି। ଯେଉଁଥିରେ ୧୧ଟି ସାଧାରଣ ଶ୍ରେଣୀ ସିଟିଂ କୋଚ୍‌, ୮ଟି ସ୍ଲିପର୍‌ ଶ୍ରେଣୀ କୋଚ୍‌, ୨ଟି ଲଗେଜ୍‌ କମ୍‌ ଡିଭିଆଙ୍ଗଜନ୍ କୋଚ୍‌ ଓ ଗୋଟିଏ ପ୍ୟାଣ୍ଟ୍ରି କାର୍ ରହିଛି। ଏହି ସେବା ଓଡ଼ିଶାର ମଧ୍ୟବିତ୍ତ ଶ୍ରେଣୀର ଯାତ୍ରୀଙ୍କୁ ଲାଭ ପହଞ୍ଚାଇବ। ରାଜ୍ୟର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ଚିକିତ୍ସା ଜନିତ ଯାତ୍ରାକୁ ସହଜ ଏବଂ ଦେଶର ବିଭିନ୍ନ ଅଞ୍ଚଳ ସହିତ ସଂଯୋଗକୁ ସୁଦୃଢ଼ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ