ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ ଅପରାଧ। ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି। ବେଆଇନ୍ ମଦ, ବ୍ରାଉନସୁଗାର, ଗଞ୍ଜେଇ ଚାଲାଣ ଓଡ ଚୋରି, ଛିନ୍ତାଇ ବଢ଼ି ଚାଲିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତାର ବିଷୟ ହୋଇଛି। ପୁଲିସ ପାଟ୍ରୋଲିଂ କରୁ ନଥିବାରୁ ରାଜଧାନୀରେ ଅପରାଧୀ ନିର୍ଭୟରେ ଅପରାଧ ଘଟାଉଥିବା ଅଭିଯୋଗ ହେଉଛି। ଅପରାଧୀ ଦମନ ସହ ପାଟ୍ରୋଲିଂ ବଢ଼ାଇବା ପାଇଁ ରାଜଧାନୀର ସବୁ ଥାନାର ସବୁ ପୁଲିସ ଅଫିସରଙ୍କୁ ବାଇକ୍ ଯୋଗାଇ ଦିଆଯାଇଥିଲା। ମାତ୍ର ଅଧିକାରୀମାନେ ବାଇକ୍ ତ ନେଲେ, ହେଲେ ପାଟ୍ରୋଲିଂ କରୁବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି।
Dead Body Father Rescued ସକାଳେ ମିଳିଲା ବାପାଙ୍କ ମୃତଦେହ, କେମିତି ଚଳିବେ ଅନାଥ ପାଞ୍ଚ ଝିଅ
ସୂଚନା ଅନୁସାରେ ପୂର୍ବରୁ ପୁଲିସ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଗାଡ଼ି ନଥିବାରୁ ପାଟ୍ରୋଲିଂ କରାଯାଉ ନଥିଲା। ଏପରିକି ତଦନ୍ତ କରିବାକୁ ଯିବାକୁ ଗାଡ଼ି ନଥିବା ଦର୍ଶାଇ ଢିଲା ମରାଯାଉଥିଲା। ପରେ ପୁଲିସକୁ କିଛି ସଂସ୍ଥା ଓ ସରକାରଙ୍କ ସହାୟତାରେ ପାଟ୍ରୋଲିଂ ବାଇକ୍ ବ୍ୟବସ୍ଥା କରାଯାଇଥିଲା। ରାଜଧାନୀର ସବୁ ଥାନାକୁ ୨ଟି ଚାରିଚକିଆ ଗାଡ଼ି ସହିତ ୨ରୁ ୩ ଲେଖାଏଁ ଦୁଇଚକିଆ ପାଟ୍ରୋଲିଂ ଗାଡ଼ି ଯୋଗାଇ ଦିଆଯାଇଥିଲା। ଏହି କ୍ରମରେ ରାଜଧାନୀର ବିଭିନ୍ନ ଥାନାକୁ ୧୦୦ରୁ ଅଧିକ ପିସିଆର୍ ବାଇକ୍ ଯୋଗାଇ ଦିଆଯାଇଥିଲା। କିଛି ଦିନ ପାଟ୍ରୋଲିଂ ବାଇକ୍ରେ ପୁଲିସ ଟିମ୍ ପାଟ୍ରୋଲିଂ କରିଥିଲେ। ସମୟ କ୍ରମେ ଗାଡ଼ି ଖରାପ ହେବାରୁ ଆଉ ମରାମତି କରାଗଲା ନାହିଁ। ଗାଡ଼ିର ରକ୍ଷଣାବେକ୍ଷଣ କରା ନଯିବାରୁ ଏହା ଥାନାରେ ପଡ଼ି ପଡ଼ି ଖତ ହେଲା। ତେଣୁ ଏହି ଯୋଜନା ଫେଲ୍ ମାରିଲା।
The agricultural: ‘ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନରେ ଚଷା ସମାଜର ବଡ଼ ଦାୟିତ୍ୱ ରହିବ’
ଏହା ପରେ ସରକାରଙ୍କ ପକ୍ଷରୁ ସମସ୍ତ ପୁଲିସ ଅଫିସରଙ୍କୁ ବ୍ୟକ୍ତିଗତ ବାଇକ୍ ଦିଆଯାଇଥିଲା। ଭୁବନେଶ୍ବରରେ ପ୍ରାୟ ୨୮୦ଟି ବାଇକ୍ ପୁଲିସ ଅଫିସରମାନଙ୍କୁ ଯୋଗାଇ ଦିଆଯାଇଛି। ତଦନ୍ତ ଓ ପାଟ୍ରୋଲିଂରେ ଯେପରି ଅଧିକାରୀମାନଙ୍କର କୌଣସି ଅସୁବିଧା ନହୁଏ ସେଥିପାଇଁ ସବୁ ଥାନାର ସମସ୍ତ ଅଧିକାରୀଙ୍କୁ ବାଇକ୍ ପ୍ରଦାନ କରାଯାଇଛି। ପାଟ୍ରୋଲ ଓ ଗାଡ଼ି ରକ୍ଷଣାବେକ୍ଷଣ ଟଙ୍କା ସରକାର ଦେଉଛନ୍ତି। ଏହାପରେ ମଧ୍ୟ ଅଧିକାରୀମାନେ ପାଟ୍ରୋଲିଂ କରୁନାହାନ୍ତି। କେବଳ ନିଜ ଘରକାମ ଓ ବିଭାଗୀୟ ଗତିବିଧି ଛଡ଼ା ଅନ୍ୟ ପାଟ୍ରୋଲିଂ କିମ୍ବା ତଦନ୍ତ ପାଇଁ ଏହି ବାଇକ୍ଗୁଡ଼ିକ ବ୍ୟବହାର କରାଯାଉ ନାହିଁ। ବିଭିନ୍ନ ଗଳିକନ୍ଦି ସହିତ ବସ୍ତି ଅଞ୍ଚଳରେ ପାଟ୍ରୋଲିଂ କରାଯାଉ ନାହିଁ। ପାଟ୍ରୋଲିଂ ଗାଡ଼ି ଆସୁଥିଲେ ମଧ୍ୟ ବସ୍ତିର ପ୍ରବେଶପଥରେ ଖାଲି ବୁଲି ପଳାଉ ଥିବା ଅଭିଯୋଗ ହେଉଛି। ବାଇକ୍ ପାଟ୍ରୋଲିଂ କଡ଼ାକଡ଼ି ହେଲେ ସବୁ ଗଳିକନ୍ଦି ମଧ୍ୟକୁ ପୁଲିସ ପଶିପାରିବ। ଅପରାଧ ଉପରେ ରୋକ୍ ଲଗାଯାଇ ପାରିବ। କିନ୍ତୁ ଏହା ହେଉ ନଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏନେଇ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ ବାଇକ ପାଟ୍ରୋଲିଂକୁ ପ୍ରାଧାନ୍ୟ ଦିଆଯାଉଛି। ପ୍ରତି ଥାନାରେ ଏବେ ୨ଟି ୪ ଚକିଆ ଗାଡ଼ି ସହିତ ସବୁ ଅଧିକାରୀଙ୍କୁ ବାଇକ ପ୍ରଦାନ କରାଯାଇଛି। ବାଇକ ପାଟ୍ରୋଲିଂ ବଢ଼ାଇବାକୁ କମିସନରେଟ ପୁଲିସ ପ୍ରାଧାନ୍ୟ ଦେଉଛି। ବାଇକ ପାଟ୍ରୋଲିଂ ପାଇଁ ତଦନ୍ତ ଖୁବ ଶୀଘ୍ର ସମାପନ ହୋଇପାରୁଛି। ବାଇକ ପାଇଁ ପୂର୍ବ ଅପେକ୍ଷା ପାଟ୍ରୋଲିଂ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/29/untitled-27-2025-12-29-08-42-21.jpg)