ଭୁବନେଶ୍ବର: ଭୁବନେଶ୍ବର ବାଇପାସ୍ ବା କ୍ୟାପିଟାଲ ରିଜିଅନ ରିଂରୋଡ୍ ନିର୍ମାଣ ପାଇଁ ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟିଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ବନ୍ଧୀୟ ଅନୁମତି ସହ ସମସ୍ତ ଆନୁଷାଙ୍ଗିକ କ୍ଲିଅରାନ୍ସ ମିଳିଛି। ଏହାପରେ ଏନ୍ଏଚ୍ଏଆଇ ପକ୍ଷରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ ହୋଇଛି। ଏହି ୧୧୦.୮୭୫କିମିର ୬ଥାକିଆ ରାସ୍ତା ପାଇଁ ୮୩୦୭.୭୪କୋଟିର ଖର୍ଚ୍ଚ ଆକଳନ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ରାସ୍ତା ନିର୍ମାଣ ଜନିତ ସମସ୍ତ ଅଡ଼ୁଆ ତୁଟିଥିବାରୁ କାମ ଆରମ୍ଭ ହେଲେ ଅଢ଼େଇ ବର୍ଷରେ କାମ ଶେଷ ହେବ ବୋଲି ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା, ଭୁବନେଶ୍ବର, କଟକ ସହରର ଭିଡ଼ ଓ ଟ୍ରାଫିକ ଜନିତ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ କରିବା ପାଇଁ ଏନ୍ଏଚ୍-୧୬ରେ (ଚେନ୍ନାଇ-କୋଲକତା କରିଡର) ଭୁବନେଶ୍ବର ବାଇପାସ୍ ନିର୍ମାଣ ହେବ। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ବାହାରି ଭାୟା ବାଙ୍କି, ଆଠଗଡ଼, ଗୋବିନ୍ଦପୁର ହୋଇ କଟକର ଟାଙ୍ଗୀ ନିକଟରେ ବାହାରିବ।
High Court: ୩ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ
ଏହି ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍ ହାଇବ୍ରିଡ ଆନୁଇଟି ମୋଡ୍ରେ ନିର୍ମାଣ ହେବ। ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ ବୋଲି ଜଣାପଡ଼ିଛି। ମୋଟ୍ ତିନିଟି ପ୍ୟାକେଜ୍ରେ ରାସ୍ତା ନିର୍ମାଣ ହେବ। ନିର୍ମାଣକାରୀ ସଂସ୍ଥା ୧୫ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ବ ନେବ। ଏହି ରାସ୍ତା ନିର୍ମାଣ ପାଇଁ ମୋଟ୍ ୮୩୦୭.୭୪କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବାବେଳେ ସିଭିଲ୍ କାମ ପାଇଁ ୪୬୮୬.୭୪କୋଟି, ଜମି ଅଧିଗ୍ରହଣ ପାଇଁ ୧୦୨୯.୪୩କୋଟି ରଖାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ୯୦% ସରିଥିବାବେଳେ ଜମି ଅଧିଗ୍ରହଣ ବାବଦକୁ ମୋଟ୍ ଖର୍ଚ୍ଚର ୫୦% ରାଜ୍ୟ ସରକାର ବହନ କରିଛନ୍ତି। ଏବେ ରାମେଶ୍ବରରୁ କଟକର ଟାଙ୍ଗୀକୁ ପ୍ରାୟ ୯୧କିମିର ରାସ୍ତା ଥିବାବେଳେ ଅଢ଼େଇ ଘଣ୍ଟା ସମୟ ଲାଗୁଛି। ନୂଆ ବାଇପାସ୍ରେ ରାସ୍ତା ୧୧୧ କିମିର ହେବ, କିନ୍ତୁ ଯାତ୍ରା ସମୟ ୧ଘଣ୍ଟା ୨୦ମିନିଟକୁ କମିଯିବ।ଏହି ରାସ୍ତାର ବିଶେଷତ୍ବ ହେଲା ଏଥିରେ ୧୦୦କିମି ବେଗରେ ଗାଡ଼ି ଚଳାଚଳ କରିବାକୁ ଅନୁମତି ମିଳିବ। କେବଳ କେତେକ ଧାର୍ଯ୍ୟ ସ୍ଥାନରେ ରାସ୍ତା ଅତିକ୍ରମ କରିବାର ସୁବିଧା ମିଳିବ।
Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/04/ad1EQGGbx3h4jbDXg20P.jpg)