Ama Bus: ପୁଣି ରାଜଧାନୀରେ ‘ଆମ ବସ୍‌’ ଆତଙ୍କ: ବାଇକ୍‌ ଉପରେ ଚଢ଼ାଇ ଘୋଷାଡ଼ିନେଲା

Advertisment

ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ଆତଙ୍କ ଥମିବାରେ ନାଁ ଧରୁନି। କେତେବେଳେ ଅଟୋ ଉପରେ ଚଢ଼ିଗଲାଣି ତ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି। ପ୍ରତିଦିନ କେଉଁଠି ନା କେଉଁଠି ‘ଆମ ବସ୍‌’ ଦୁର୍ଘଟଣା ଘଟୁଛି।

ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ଆତଙ୍କ ଥମିବାରେ ନାଁ ଧରୁନି। କେତେବେଳେ ଅଟୋ ଉପରେ ଚଢ଼ିଗଲାଣି ତ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି। ପ୍ରତିଦିନ କେଉଁଠି ନା କେଉଁଠି ‘ଆମ ବସ୍‌’ ଦୁର୍ଘଟଣା ଘଟୁଛି।

gdgjdgjdgjdgj

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ‘ଆମ ବସ୍‌’ର ଆତଙ୍କ ଥମିବାରେ ନାଁ ଧରୁନି। କେତେବେଳେ ଅଟୋ ଉପରେ ଚଢ଼ିଗଲାଣି ତ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି। ପ୍ରତିଦିନ କେଉଁଠି ନା କେଉଁଠି ‘ଆମ ବସ୍‌’ ଦୁର୍ଘଟଣା ଘଟୁଛି। ଫଳରେ କିଏ ଆହତ ହୋଇ ବିକଳାଙ୍ଗ ହେଉଛି ତ କାହାର ଜୀବନ ଯାଉଛି। ରୁପାଲୀ ଛକରେ ଆମ ବସ୍‌ ଦୁର୍ଘଟଣା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣି ଅଶୋକନଗର ଅଞ୍ଚଳରେ ‘ଆମ ବସ୍‌’ ଧକ୍କାକୁ ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ବେଶ୍‌ ବେପରୁଆ ଭାବେ ଗାଡ଼ି ଚଳାଉଥିବା ‘ଆମ ବସ୍‌’ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ରାସ୍ତାରୋକ୍‌ କରିଥିଲେ।

Horticulture: ଉଜୁଡ଼ିଗଲାଣି ୧୩ କୋଟିର ବୃହତ୍ ପିଜୁଳି ଫାର୍ମ

ଉତ୍ତ୍ୟକ୍ତଲୋକେ ବସ୍‌ ଭାଙ୍ଗିଲେ, ରାସ୍ତାରୋକ କଲେ
ଯାତ୍ରୀ-ସ୍ଥାନୀୟ ଲୋକେ ଧସ୍ତାଧସ୍ତି

ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣ ପାଖାପାଖି ସାଢ଼େ ସାଢ଼େ ୨ଟା। ଏହି ସମୟରେ ମାଷ୍ଟରକ୍ୟାଣ୍ଟି ପଟୁ ଦ୍ରୁତଗତିରେ ଆସୁଥିବା ଏକ ‘ଆମ ବସ୍‌’ ଭାରସାମ୍ୟ ହରାଇ ଜଣେ ବାଇକ୍‌ଚାଳକଙ୍କୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ବାଇକ୍‌ଚାଳକ ଜଣଙ୍କ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ସେ ବାଇକ୍‌ରୁ ଛିଟିକି ପଡ଼ି ଆହତ ହୋଇଥିବା ବେଳେ ‘ଆମ ବସ୍‌’ ବାଇକ୍‌ ଉପରେ ଚଢ଼ି କିଛିବାଟ ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ଦେଖି ଆଖପାଖରେ ଯାଉଥିବା ଲୋକମାନେ ଧାଇଁ ଆସି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍‌ ପଠାଇବା ସହ ବସ୍‌କୁ ଅଟକାଇଥିଲେ। କ୍ଷଣକ ମଧ୍ୟରେ ଶହଶହ ଲୋକ ସେଠାରେ ଏକାଠି ହୋଇଯାଇଥିଲେ। ଦୁର୍ଘଟଣା ଘଟାଇଥିବା ବସ୍‌କୁ ଭଙ୍ଗାରୁଜା କରିବା ସହ ଆଖପାଖରେ ଯାଉଥିବା ‘ଆମ ବସ୍‌’କୁ ଅଟାକାଇ ଭଙ୍ଗା ରୁଜା କରିଥିଲେ। ଉଭୟ ପଟ ରାସ୍ତାକୁ ବନ୍ଦ କରିଦେଇଥିଲେ। ଯାହାକୁ ନେଇ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା।  ଏପରିକି ବସ୍‌ ଯାତ୍ରୀ ଓ ବସ୍‌ ଭାଙ୍ଗୁଥିବା ଲୋକଙ୍କ ମଧ୍ୟରେ ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା। ଉତ୍ତେଜନା ବଢ଼ିବାରୁ ପୁଲିସ ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ହେଲେ ସେମାନେ କିଛି ଶୁଣି ନଥିଲେ। ସ୍ଥିତି ବିଗିଡ଼ିବାରୁ ଖୋଦ୍‌ ଡିସିପି ଜଗ୍‌ମୋହନ ମୀନା  ୨ପ୍ଲାଟୁନ୍‌‌ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ଦେଢ଼ ଘଣ୍ଟାକାଳ କସରତ ପରେ ପୁଲିସ ବସ୍‌ ଜବତ କରି ଥାନାକୁ ନେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ହିଂସାତ୍ମକ ଆକ୍ରମଣକୁ କ୍ରୁଟ୍‌ର ଦୃଢ ନିନ୍ଦା
ଭୁବନେଶ୍ବର: ଅଶୋକନଗର ଅଞ୍ଚଳରେ ‘ଆମ ବସ୍‌’ ଦୁର୍ଘଟଣାକୁ ନେଇ ବସ୍‌ ଭଙ୍ଗାରୁଜା ସହ ବସ୍‌ ଚାଳକ ଓ ଯାତ୍ରୀଙ୍କୁ ଆକ୍ରମଣ ଘଟଣାକୁ କ୍ରୁଟ୍‌ ପକ୍ଷରୁ ନିନ୍ଦା କରାଯାଇଛି। ସେହିପରି ହିଂସାରେ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରାଯାଇଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ଅପରାହ୍ନ ପ୍ରାୟ ୨.୧୫ ସମୟରେ ରୁଟ୍ ୮୨ ର ‘ଆମ ବସ୍’ ୧୦ ଜଣ ଯାତ୍ରୀଙ୍କୁ ନେଇ ମାଷ୍ଟର କ୍ୟାଣ୍ଟିନ୍ ଟର୍ମିନାଲ ନିକଟରେ ଅଶୋକ ଗର ଷ୍ଟପେଜରେ (ରାଜମହଲ ଆଡକୁ) ଅଟକିଥିଲା। ସେହି ସମୟରେ ବିପରୀତ ଦିଗରୁ ହଠାତ୍ ଏକ ବାଇକ୍‌ ଆସି ବସ୍‌ ପାଖ ଦେଇ ଯିବାକୁ ଚେଷ୍ଟା କରିଥିଲା। ଅଟୋ ଆସିଯିବାରୁ ବାଇକ୍‌ଆରୋହୀ ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଇ ତଳେପଡ଼ିଯାଇଥିଲେ।  ତେବେ  ଘଟଣାର କିଛି ସମୟ ମଧ୍ୟରେ କିଛି ସ୍ଥାନୀୟ ଦୁର୍ବୃତ୍ତ ଘଟଣାସ୍ଥଳରେ ଏକାଠି ହୋଇ ‘ଆମ ବସ୍’ ଉପରକୁ ସଂଘବଦ୍ଧ ଭାବେ ଇଟା ଓ ପଥର ମାଡ଼ କରିଥିଲେ। ଆକ୍ରମଣ ଯୋଗୁଁ ବସ୍‌ଚାଳକ ଅଜୟ ଡାକୁଆ ଓ ରମେଶ ଚନ୍ଦ୍ର ନାୟକ ଆହତ ହୋଇଛନ୍ତି। ବସରେ ଥିବା କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe