ଭୁବନେଶ୍ବର: ରାଜ୍ୟର ରାଜଧାନୀ। ଦେଶର କିଛି ହାତଗଣତି ସ୍ମାର୍ଟ ସହର ଭିତରେ ସ୍ଥାନ ପାଇଛି ଓ ଓଡ଼ିଶାର ପ୍ରଥମ ସ୍ମାର୍ଟ ସହରର ମାନ୍ୟତା ବି ପାଇଛି। ପ୍ରତିଦିନ ନେତା, ମନ୍ତ୍ରୀମାନେ ଏଇଠି ବସି ରାଜ୍ୟର ହାଲ୍‌ଚାଲ୍‌ ବୁଝୁଛନ୍ତି। କିନ୍ତୁ ରାଜଧାନୀର ସବୁଠୁ ବଡ଼ ସମସ୍ୟା ତଥା ମୁଣ୍ଡବିନ୍ଧା କରୁଥିବା ଟ୍ରାଫିକ୍‌ ସମସ୍ୟାର ପ୍ରତିକାର ପ୍ରତି କାହାରି ନିଘା ନାହିଁ। ଏଣୁ ଦିନକୁ ଦିନ ଟ୍ରାଫିକ୍‌ ସ୍ଥିତି ଜଟିଳ ରୂପ ନେଉଛି। ଟ୍ରାଫିକ୍‌ ଯନ୍ତ୍ରଣା ଲୋକଙ୍କୁ କନ୍ଦେଇଲାଣି। ସ୍ଥିତି ଏପରି ଯେ ଘରୁ ବାହାରିଲେ ଲୋକଙ୍କୁ ଟ୍ରାଫିକ୍‌ ସମସ୍ୟା ପାହାଡ଼ ଭଳି ବୋଝ ହେଉଛି।

Advertisment

Agriculture must: ‘କୃଷିକୁ ଲାଭଦାୟକ କରିବାକୁ ପଡ଼ିବ’

ସବୁଠୁ ଅଧିକ ଯନ୍ତ୍ରଣା ଦେଉଛି ରସୁଲଗଡ଼ ଛକ। କିଛି ଛୋଟମୋଟ ଦୁର୍ଘଟଣା ହେଲେ ପୂରା ସହର ଅଟକିଯାଉଛି। ଦିନ ହେଉ କି ରାତି, ଏଠାରେ ନିୟମିତ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ଏବଂ ସାଧାରଣ ଲୋକ କଲବଲ ହେଉଛନ୍ତି। ଗତ ବୁଧବାର ଲୋକେ ଟ୍ରାଫିକ୍‌ରେ ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲେ। ଆମ୍ବୁଲାନ୍ସ ବି ଫସିଥିଲା। ବିଧାୟକ, ନେତାମାନେ ବି ଏହି ଯନ୍ତ୍ରଣାରୁ ବର୍ତ୍ତିନାହାନ୍ତି।  ଗତକାଲି ଏହି ଯନ୍ତ୍ରଣାରେ ଛଟପଟ ହେବା ପରେ‌ ନେତାମାନେ ନିଜ ସୋସିଆଲ୍‌ ଆକାଉଣ୍ଟରେ ଏହା ବିରୋଧରେ କ୍ଷୋଭ ଝାଡ଼ିଛନ୍ତି। କାହିଁକି ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଗତକାଲି ରସୁଲଗଡ଼ ଭିଡ଼ରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ଏହା ପରେ ସେ ନିଜ ସୋସିଆଲ୍‌ ଆକାଉଣ୍ଟରେ ରସୁଲଗଡ଼ ଫ୍ଲାଏଓଭରକୁ ଏକ ଦୁଃସ୍ବପ୍ନ ଅଭିହିତ କରିଛନ୍ତି। ବିଧାୟିକା କହିଛନ୍ତି, ୧ ଘଣ୍ଟାରୁ ଅଧିକ ସମୟ ଧରି ଭିଡ଼ରେ ଫସି ରହିବା ଚରମ ବିଭ୍ରାଟ ତଥା ବିଶୃଙ୍ଖଳାକୁ ଦର୍ଶାଉଛି। ‌େଦ୍ବୖତନଗର ଭୁବନେଶ୍ବର-କଟକ ପାଇଁ ଜରୁରିକାଳୀନ ଭିତ୍ତିରେ ଏକ ମେଟ୍ରୋର ଆବଶ୍ୟକତା ରହିଛି।

NCB seizes 320 kg: ଦିଲ୍ଲୀକୁ ଗ‌ଞ୍ଜେଇ ଚାଲାଣ ପୂର୍ବରୁ ମାଡ଼ିବସିଲା ଏନ୍‌ସିବି, ୬୫ ଲକ୍ଷର ୩୨୦ କିଲୋ ଗଞ୍ଜେଇ ଓ କାର୍‌ ଜବତ

ଏହା ଦୁର୍ଭାଗ୍ୟଜନକ ଯେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ପରେ ବି ମେଟ୍ରୋ ପ୍ରକଳ୍ପକୁ ବହୁ ପଛକୁ ଠେଲି ଦିଆଯାଇଛି। ଅପରପକ୍ଷେ ବିଧାୟିକାଙ୍କ ଏହି ପୋଷ୍ଟ ପରେ ଏଥିରେ କିଏ ଟ୍ରାଫିକ୍‌ ପରିଚାଳନାକୁ ଦୋଷ ଦେଇଛନ୍ତି ତ କିଏ ଅଧିକ ଫ୍ଲାଏଓଭର, ରାସ୍ତା ପ୍ରଶସ୍ତୀକରଣ କଥା ଦୋହରାଇଛନ୍ତି। କେବଳ ବାରବାଟୀ-କଟକ ବିଧାୟିକା ସରକାରଙ୍କୁ ଏଭଳି ଦୋଷାରୋପ କରିନାହାନ୍ତି, ଅନ୍ୟ ନେତାମାନେ ବି ସୋସିଆଲ୍‌ ଆକାଉଣ୍ଟରେ ଏ ନେଇ ବର୍ଷିଛନ୍ତି। ପଳାଶୁଣିରୁ ରସୁଲଗଡ଼ ଛକ ହୋଇ କଳ୍ପନା, ରବି ଟକିଜ୍‌ ପର୍ଯ୍ୟନ୍ତ ଟ୍ରାଫିକ୍‌ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସକାଳ ୯ଟାରୁ ପୂର୍ବାହ୍ଣ ୧୧ଟା ଓ ସଂଧ୍ୟା ୬ଟାରୁ ରାତି ୧୦ଟା ଏହି ରାସ୍ତା ଲୋକଙ୍କ ରକ୍ତଚାପ ବଢ଼ାଇଦେଉଛି। ରସୁଲଗଡ଼ରୁ ରବି ଟକିଜ୍‌ ଛକ ପର୍ଯ୍ୟନ୍ତ ଫ୍ଲାଏଓଭର ଏହି ଭିଡ଼କୁ ପ୍ରଶମିତ କରିପାରିବ ବୋଲି ରାଜଧାନୀବାସୀ ମତ ଦେଇଛନ୍ତି।