ଭୁବନେଶ୍ବର: ଫୁଲବାଣୀରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ଫାର୍ମହାଉସ୍ରେ ରଖୁଥିଲା। ସେଠାରୁ ପ୍ରେସ୍ ଗାଡ଼ିରେ ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସିଟିକୁ ପଠାଉଥିଲା। ଓଡ଼ିଶାରୁ ଦିଲ୍ଲୀ, ମୁମ୍ବାଇ ଯାଏଁ ଲମ୍ବିଥିବା ଏଭଳି ଏକ ଗଞ୍ଜେଇ ଚାଲାଣ ରୢାକେଟ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ଟିମ୍ ଠାବ କରିଛି। ଏନ୍ସିବି ଟିମ୍ ପାଖାପାଖି ୩୨୦ କେଜି ଗଞ୍ଜେଇ ଓ ଏକ ହ୍ୟୁଣ୍ଡାଇ ଭେନ୍ୟୁ କାର୍କୁ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୬୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
Republic Day: ସାଧାରଣତନ୍ତ୍ର ଦିବସ ପରେଡ୍ ପ୍ରସ୍ତୁତି: ରିହର୍ସାଲ୍ରେ ଭାଗନେଲେ ୫୪ ଦଳ
ହେଲେ ରୢାକେଟ୍ର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାମଚନ୍ଦ୍ର ଦାଶ ଏନ୍ସିବି ଟିମ୍କୁ ଚକ୍ମା ଦେଇ ଫେରାର୍ ହୋଇଯାଇଛି। ଗିରଫ ପରେ ତାର ନିଶା କଳାସାମ୍ରାଜ୍ୟର କଳା ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ତାକୁ ଗିରଫ ପାଇଁ ଏନ୍ସିବି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୂଚନା ମୁତାବକ, ୫ବର୍ଷରୁ ଅଧିକ ହେବ ରାମଚନ୍ଦ୍ର ଏକ ଗଞ୍ଜେଇ ଚୋରାଚାଲାଣ ରୢାକେଟ୍ ଗଢ଼ିଥିଲା। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ଥିବା ନିଶାମାଫିଆଙ୍କ ସହ ଲିଙ୍କ୍ ରଖି ତାରକା କଳାକାର୍ଙ୍କୁ ଟାର୍ଗେଟ୍ କରିଥିଲା। ଏଜେଣ୍ଟ୍ଙ୍କ ମାଧ୍ୟମରେ ଫୁଲବାଣୀ, ମାଲକାନଗିରି ଆଦି ଅଞ୍ଚଳରୁ ସବୁଠୁ ଭଲ ଗଞ୍ଜେଇ ସଂଗ୍ରହ କରି ସେଠାକୁ ପଠାଉଥିଲା। ଏଥିପାଇଁ ସେ ଏଜେଣ୍ଟଙ୍କୁ ମୋଟା ଅଙ୍କର କମିସନ୍ ଦେବା ସହ ନିଜେ ବି କୋଟି କୋଟି ଟଙ୍କା ରୋଜଗାର କରୁଥିଲା। ସେ ଫୁଲବାଣୀରୁ ଦିଲ୍ଲୀ ଗଞ୍ଜେଇ ପଠାଇବା ପାଇଁ ବଡ଼ ଡିଲ୍ କରିଥିବା ଏନ୍ସିବି ଟିମ୍ ଜାଣିବା ପରେ ତାକୁ ଧରିବା ପାଇଁ ୨୦ଜଣ ଅଧିକାରୀଙ୍କୁ ନେଇ ୪ଟି ଟିମ୍ ଗଠନ କରାଯାଇଥିଲା। ଗତ ୨୦ ତାରିଖରୁ ୨ଟି ଟିମ୍ ଫୁଲବାଣୀରେ ଡେରା ପକାଇଥିବା ବେଳେ ଆଉ ୨ଟି ଟିମ୍ ଖୋର୍ଦ୍ଧା ଓ ଅନ୍ୟ ଏକ ସ୍ଥାନରେ ଜଗି ରହିଥିଲେ। ୨୧ ତାରିଖ ରାତିରେ ରାମଚନ୍ଦ୍ର ଗଞ୍ଜେଇ ଗାଡ଼ି ଧରି ଆସୁଥିବା ବେଳେ ଏନ୍ସିବି ଟିମ୍ ତାକୁ ପିଛା କରିଥିଲା। ବିଳମ୍ବିତ ରାତିରେ ସେ ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକ ଫାର୍ମହାଉସ୍ରେ ଗଞ୍ଜେଇ ଗଚ୍ଛିତ ରଖୁଥିବା ସମୟରେ ଏନ୍ସିବି ଟିମ୍ ଚଢ଼ଉ କରି ଗାଡ଼ି ଓ ଗଞ୍ଜେଇକୁ ଜବତ କରିଥିଲା। ହେଲେ ରାମଚନ୍ଦ୍ର ଖସିଯିବାରେ ସଫଳ ହୋଇଥିଲା। ପୂର୍ବରୁ ମଧ୍ୟ ରାମଚନ୍ଦ୍ରର ଗାଡ଼ି ଓ ଗଞ୍ଜେଇ ଜବତ କରାଯାଇଥିଲା। ସେତେବେଳେ ବି ସେ ଖସିପଳାଇଥିଲା। ତେଣୁ ତାକୁ ଧରିବା ପାଇଁ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Saraswati Puja: ଆଜି ପବିତ୍ର ସରସ୍ବତୀ ପୂଜା....
ଫାର୍ମହାଉସ୍ ପାଲଟିଥିଲା ଗୋଦାମ
ଗଞ୍ଜେଇରୁ ଏତେ ଟଙ୍କା ରୋଜଗାର ହୋଇଥିଲା ଯେ, ସେହି ଟଙ୍କାରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଥିଲା। ଏମିତିକି ଗଞ୍ଜେଇ ଗଚ୍ଛିତ ରଖିବା ପାଇଁ ସେ ଖୋର୍ଦ୍ଧା ଅଞ୍ଚଳରେ ଏକ ଫାର୍ମହାଉସ୍ କରଥିଲା। ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆଣି ଫାର୍ମହାଉସ୍ରେ ରଖୁଥିଲା। ଆଉ ଅର୍ଡର ପାଇବା ପରେ ସେଠାରୁ ଚାଲାଣ କରୁଥିଲା। ଫାର୍ମହାଉସ୍କୁ ଏଭଳି ନିର୍ମାଣ କରିଥିଲା ଯେ ସେଠାରେ ଗଞ୍ଜେଇ ଗଚ୍ଛିତ ନେଇ କେହି ବି ଟେର୍ ପାଇପାରୁ ନଥିଲେ।
ଶକ୍ତି ପ୍ରେସ୍ ସାଜିଥିଲା ଢାଲ
ନିଶା କାରବାର ସମ୍ପର୍କରେ ଯେମିତି ପୁଲିସ, ଏନ୍ସିବି , ଏସ୍ଟିଏଫ୍ କେହି ଟେର୍ ପାଇପାରିବେ ନାହିଁ। ଏଥିପାଇଁ ରାମଚନ୍ଦ୍ର ଶକ୍ତି ପ୍ରିଣ୍ଟିଂ ପ୍ରେସ୍ କରିଥିଲା। ସବୁ ଗାଡ଼ିରେ ପ୍ରେସ୍ ଲେଖିଥିଲା। ଫଳରେ ପ୍ରେସ୍ଗାଡ଼ିକୁ କେହି ଯାଞ୍ଚ କରୁ ନଥିଲେ। ସେହି ପ୍ରେସ୍ଗାଡ଼ିକୁ ବ୍ୟବହାର କରି ସେଥିରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/23/untitled-10-2026-01-23-06-43-54.jpg)