ଭୁବନେଶ୍ୱର: ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, କୃଷି, ଗମନାଗମନ ଆଦି ଆମ ପରିବେଶର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହି ମାପଦଣ୍ଡ ଅନୁଯାୟୀ ଗୋଟିଏ ଅଞ୍ଚଳ କେତେ ବିକଶିତ ତାହା ଆକଳନ କରାଯାଏ। ଅଞ୍ଚଳର ବିକାଶ କିଭଳି ତ୍ବରାନ୍ବିତ ହୋଇପାରିବ, ଏଥିଲାଗି ଦଳ, ମତ ଓ ବର୍ଗ ନିର୍ବିଶେଷରେ ଅଞ୍ଚଳବାସୀଙ୍କୁ ଏକଜୁଟ୍ ହେବାକୁ ପଡ଼ିବ। ଆଞ୍ଚଳିକ ବିକାଶ ପରିଷଦଗୁଡ଼ିକ ଏହି ପ୍ରସଙ୍ଗଗୁଡ଼ିକ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏଣୁ ଆଞ୍ଚଳିକ ବିକାଶ ପରିଷଦ ନିଜ ଜନ୍ମଭୂମିର ଉନ୍ନତି ଲାଗି ନକ୍ସା ପ୍ରସ୍ତୁତ କରନ୍ତୁ। ଜୟଦେବଭବନରେ ଆୟୋଜିତ ମା’ ଭଗବତୀ ବିକାଶ ପରିଷଦର ୧୬ତମ ବାର୍ଷିକଉତ୍ସବରେ ଅତିଥିମାନେ ଏହା କହିଛନ୍ତି।
Air pollution: ଆମେ ଭାବୁ ନାହୁଁ ବୋଲି ବାୟୁ ସ୍ବଚ୍ଛ ନାହିଁ
ଉତ୍ସବରେ ପରିଷଦର ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ପୁନରୁଦ୍ଧାର ଓ ଅଞ୍ଚଳର ଗମନାଗମନ କ୍ଷେତ୍ରରେ ସରକାରୀ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଅଞ୍ଚଳର ସାମଗ୍ରିକ ଉନ୍ନତି, ଆଞ୍ଚଳିକ ବିକାଶ ପରିଷଦର ଆଭିମୁଖ୍ୟ ହେବା ଆବଶ୍ୟକ। ପ୍ରତି ନିର୍ବାଚନମଣ୍ଡଳୀର ବିଜୟୀ ଓ ପରାଜିତ ପ୍ରାର୍ଥୀ ଓ ବୁଦ୍ଧିଜୀବୀଙ୍କ ସହମତିରେ ଅଞ୍ଚଳର ବିକାଶ ସମ୍ଭବ। ଏହି ପରିଷଦମାନେ ବ୍ୟକ୍ତିକୈନ୍ଦ୍ରିକ ନହୋଇ ସାମୂହିକ ହିତସାଧନ ପ୍ରତି ଗୁରୁତ୍ବ ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଚାରପତି ଆଦିତ୍ୟ କୁମାର ମହାପାତ୍ର, ସିମୂଳିଆ ବିଧାୟକ ପନ୍ମଲୋଚନ ପଣ୍ଡା ମଞ୍ଚାସୀନ ରହିଥିଲେ।
Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ
କବି ଗିରିଜା କୁମାର ବଳିୟାରସିଂହଙ୍କୁ ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ସଂସ୍କୃତି ସମ୍ମାନ
ଏହି ଅବସରରେ ପରିଷଦ ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ୭୦ରୁ ଅଧିକ ପ୍ରସ୍ତାବ ସମ୍ବଳିତ ପୁସ୍ତିକା ମନ୍ତ୍ରୀଙ୍କୁ ଅର୍ପଣ କରାଯାଇଥିଲା। ପରେ ଅନୁଷ୍ଠାନର ସ୍ମରଣିକା ସହିତ ଲେଖକ ଲକ୍ଷ୍ମୀଧର ପଲାଇଙ୍କ ପୁସ୍ତକ ‘ଜ୍ଞାନରତ୍ନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀର କବି ଗିରିଜା କୁମାର ବଳିଆରସିଂହଙ୍କୁ ‘ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଗଣିତଜ୍ଞ ଲଡ଼ୁକିଶୋର ଭୋପା, ହୋମିଓପାଥି ଚିକିତ୍ସକ ଗୋଦାବରୀଶ ଜେନା, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗାର୍ଗୀ ପଣ୍ଡା ମହାପାତ୍ରଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ନିର୍ବାଚନମଣ୍ଡଳୀର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବାଣପୁର ସରସ୍ୱତୀ ଶିଶୁମନ୍ଦିର ଛାତ୍ର ଚନ୍ଦନ ସ୍ୱାଇଁଙ୍କୁ ସମାଜସେବୀ ଲକ୍ଷ୍ମୀଧର ଭୋଳ ସ୍ମାରକୀ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ସର୍ବେଶ୍ୱର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପିକା ତ୍ରିବେଣୀ ଭୋଳ ସହଯୋଗ କରିଥିଲେ। ସଂପାଦକ ସୁବଳ ଚରଣ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଯୁଗ୍ମ ସଂପାଦକ ବିବୁଧେନ୍ଦୁ ଭୋଳ ପ୍ରସ୍ତାବନା ପୁସ୍ତିକା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଦୀପ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/29/sfhhsfshxb-2025-12-29-02-46-36.jpg)