ଭୁବନେଶ୍ୱର: ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ୨୨ତମ ବାର୍ଷିକ ଉତ୍ସବ ରବୀନ୍ଦ୍ରମଣ୍ଡପରେ ଉଦ୍ଘାଟିତ ହୋଇଯାଛି। ଏହି ଦୁଇଦିନିଆ ବାର୍ଷିକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ସଂସ୍କୃତି, ସୃଜନଶୀଳତା ଓ ପରମ୍ପରାର ସୁନ୍ଦର ସମନ୍ୱୟ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମ୍ମାନିତ ଅତିଥି ଜଳ ସଂପଦ ବିଭାଗର ଅତିରିକ୍ତ ଶାସନ ସଚିବ ନରହରି ସେଠୀ, ମୁଖ୍ୟ ବକ୍ତା ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ବେହେରା ଯୋଗ ଦେଇଥିଲେ ।
ସାଂସ୍କୃତିକ ପରିଷଦର ସଭାପତି ଜୟକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ସାଧାରଣ ସଂପାଦକ ପ୍ରେମନାଥ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭାଗର ସାଂସ୍କୃତିକ ପତ୍ରିକା ‘ଜଳତରଙ୍ଗ’ ଉନ୍ମୋଚିତ ହୋଇଥିଲା। ଏଥିସହିତ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ସଙ୍ଗୀତ ‘ଆମେ ଜଳସମ୍ପଦର ବଳ’ର ଅଡିଓ ରିଲିଜ ହୋଇଥିଲା। ପରିଷଦ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ‘କାଞ୍ଚି ଅଭିଯାନ’ ନୃତ୍ୟ ନାଟିକା।ଏହା ପରେ ଅଧିକାରୀ ଓ କର୍ମଚାରୀମାନଙ୍କ ଓଡିଶୀ ନୃତ୍ୟ, ଦେଶତ୍ମକବୋଧକ ସଙ୍ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ଶେଷରେ ସାଂସ୍କୃତିକ ସମ୍ପାଦକ ପ୍ରଭାସ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।
Follow Us