ଝାରସୁଗୁଡ଼ା: ଛତିଶଗଡ଼ ସରକାର ବର୍ଷତମାମ ମହାନଦୀର ତଣ୍ଟିଚିପି ରଖିଥିବା ବେଳେ ଓଡ଼ିଶା ପାର୍ଶ୍ବ ଶୁଖିଲା ପଡ଼ୁଛି। ୧୫ ଦିନ ତଳେ ମହାନଦୀର କଲମା ବ୍ୟାରେଜ୍ ତଳେ ଛତିଶଗଡ଼ ସରକାର ବାଲିବନ୍ଧ କରି ଉଛୁଳା ପାଣିକୁ ଟାଣିନେବାକୁ ଷଡ଼୍ଯନ୍ତ୍ର କରିଥିବା ସମ୍ପର୍କରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା। କିନ୍ତୁ ତତ୍କାଳୀନ ସରକାର ଯେମିତି ମହାନଦୀ ଉପରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗକୁ ଜାଣି ଅଜଣା ହୋଇ ରହିଥିଲେ, ଏବର ସରକାରରେ ମଧ୍ୟ ସମାନ ସ୍ଥିତି। ୧୦ ଦିନ ତଳେ ଆରମ୍ଭ ହୋଇଥିବା ବାଲିବନ୍ଧ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ବ୍ୟାରେଜ୍ ତଳକୁ ମହାନଦୀରେ ପାଣି ଆସୁଛି ସତ, କିନ୍ତୁ ତାହା ୧୨ କିମି ଦୂରରେ ଥିବା ଓଡ଼ିଶା ସୀମାନ୍ତ ଶୁଖାସୋଢ଼ାରେ ପହଞ୍ଚିପାରୁନି। ଓଡ଼ିଶା ସରକାରଙ୍କ ନିଦ ଏବେ ନ ଭାଙ୍ଗିଲେ ଅଣମୌସୁମୀ ଋତୁରେ ମହାନଦୀରେ ସ୍ବଳ୍ପ ପରିମାଣରେ ଆସୁଥିବା ପାଣି ପାଇବା କଷ୍ଟକର ହୋଇପଡ଼ିବ।
PMAY: କଚ୍ଛପ ଗତିରେ ସହରାଞ୍ଚଳ ପ୍ରଧାମନ୍ତ୍ରୀ ଆବାସ ଯୋଜନା
କଲମାରୁ ଶୁଖାସୋଢ଼ା ଯାଏଁ ବି ପାଣି ପହଞ୍ଚୁନି
ନଦୀର ପ୍ରାକୃତିକ ଜଳପ୍ରବାହ ରୋକାଗଲା କେମିତି?
କଲମା ବ୍ୟାରେଜ୍ରୁ ମହାନଦୀର ଓଡ଼ିଶା ପ୍ରବେଶସ୍ଥଳ ଶୁଖାସୋଢ଼ା ପର୍ଯ୍ୟନ୍ତ ନଦୀର ଉଭୟ ପାର୍ଶ୍ବରେ ଛୋଟଛୋଟ ଶିଳ୍ପାନୁଷ୍ଠାନ ରହିଥିବା ବେଳେ ବାଲପୁର ନିକଟରେ ଏକ ବଡ଼ଶିଳ୍ପ ରହିଛି। ଉକ୍ତ ଶିଳ୍ପାନୁଷ୍ଠାନଗୁଡ଼ିକୁ ବର୍ଷତମାମ ପାଣିର ଆବଶ୍ୟକତା ରହୁଛି। କଲମା ବ୍ୟାରେଜ୍ରୁ ପାଣି ଛାଡ଼ିଲେ ଛତିଶଗଡ଼ ସରକାରଙ୍କ ଦ୍ବାରା ନିର୍ମିତ ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଚାଲିବା କଷ୍ଟକର। ଏମିତିକି ସେଠାକାର ଚାଷଜମି ମଧ୍ୟ ଜଳସେଚିତ ହୋଇ ପାରିବନି। ତେଣୁ ଅଣମୌସୁମୀ ଋତୁର ଶେଷ ୬ ମାସ କିଭଳି ଭାବେ ଏହି ଶିଳ୍ପାନୁଷ୍ଠାନ ପାଣି ପାଇବେ ତାକୁ ଲକ୍ଷ୍ୟ ରଖି ଛତିଶଗଡ଼ ସରକାର ମହାନଦୀରେ ବାଲିବନ୍ଧ ନିର୍ମାଣ କରିସାରିଛନ୍ତି।
Weekly Horoscope: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ବ୍ୟାରେଜ୍ ତଳକୁ ନଦୀରେ ପ୍ରାୟ ୧୦ ଫୁଟ ଉଚ୍ଚର ବାଲିବନ୍ଧ ନିର୍ମାଣ କରାଯାଇଛି। ଏହାପରେ ବ୍ୟାରେଜ୍ର ଉଛୁଳା ପାଣିକୁ ଗେଟ୍ ନଂ ୫୩ ଓ ୫୪ ଦେଇ ମହାନଦୀରେ ନିର୍ମାଣ ହୋଇଥିବା ବାଲିବନ୍ଧ ଭିତରକୁ ଛଡ଼ାଯାଉଛି। ଏହି ବାଲିବନ୍ଧ କେବଳ କଲମା ବ୍ୟାରେଜ୍ ତଳେ ନିର୍ମାଣ ହୋଇନି, ପରନ୍ତୁ ମହାନଦୀ ଉପରେ ଉପରେ କମ୍ପାନିଙ୍କ ପାଖ ଯାଏଁ ନିର୍ମାଣ ହୋଇଗଲାଣି। ଯଦ୍ବାରା କମ୍ପାନିମାନେ ସହଜରେ ଏହି ସ୍ଥାନରୁ ପାଣି ନେଇପାରିବେ। ନଦୀର ପ୍ରାକୃତିକ ଜଳପ୍ରବାହ ରୋକିବା ଆଇନ ଅନୁଯାୟୀ ଅପରାଧ। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ଓ ଜଳସମ୍ପଦ ଆଇନ ୨୦୧୦ ଅନୁସାରେ ଏହି ଅପରାଧ ପାଇଁ କାର୍ଯ୍ୟାନୁଷ୍ଠାନ ବି ହୋଇପାରିବ। ମହାନଦୀ ଜଳ ବିବାଦ ମାମଲା ଏବେ ବି ଟ୍ରିବ୍ୟୁନାଲରେ ବିଚାରଧୀନ ଥିବାରୁ ଓଡ଼ିଶା ସରକାର ଏହି ପ୍ରସଙ୍ଗ ଉତ୍ଥାପନ କରିବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/04/jdjggjdjgddjgj-2026-01-04-01-47-49.jpg)