Babasaheb Bhimrao Ambedkar Bus Terminal: ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ: ୧୦ରୁ ଖୋଲିବ ୧୧୨ ଦୋକାନ

Advertisment

ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି) ଭିତରେ ସୁଲଭ ମୂଲ୍ୟରେ ଯାତ୍ରୀ ଜଳଖିଆ, ଖାଦ୍ୟ ସହିତ ଆବଶ୍ୟକ ଜରୁରୀ ଜିନିଷ ପାଇପାରିବେ। ଷ୍ଟାଣ୍ଡ୍‌ଭିତ‌ରେ ୧୧୨ ଦୋକାନ ଆବଣ୍ଟନ ଲଟେରି ଉଠାଣ....

ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି) ଭିତରେ ସୁଲଭ ମୂଲ୍ୟରେ ଯାତ୍ରୀ ଜଳଖିଆ, ଖାଦ୍ୟ ସହିତ ଆବଶ୍ୟକ ଜରୁରୀ ଜିନିଷ ପାଇପାରିବେ। ଷ୍ଟାଣ୍ଡ୍‌ଭିତ‌ରେ ୧୧୨ ଦୋକାନ ଆବଣ୍ଟନ ଲଟେରି ଉଠାଣ....

fshfshfsxvbbvbv

ଖଣ୍ଡଗିରି: ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍‌ଏବିଟି) ଭିତରେ ସୁଲଭ ମୂଲ୍ୟରେ ଯାତ୍ରୀ ଜଳଖିଆ, ଖାଦ୍ୟ ସହିତ ଆବଶ୍ୟକ ଜରୁରୀ ଜିନିଷ ପାଇପାରିବେ। ଷ୍ଟାଣ୍ଡ୍‌ଭିତ‌ରେ ୧୧୨ ଦୋକାନ ଆବଣ୍ଟନ ଲଟେରି ଉଠାଣ ଗତ ସେପ୍ଟେମ୍ବର ମ‌ାସରୁ ସରିଥିବା ବେଳେ ଆସନ୍ତା ୧୦ ତାରିଖରୁ ବ୍ୟବସାୟୀ ନିଜ ଦୋକାନ ଖୋଲିବାକୁ ଯାଉଛନ୍ତି। ବିଡିଏ ସୂଚନା ଅନୁଯାୟୀ ବିଏସ୍ଏବିଟିର ତଳ ମହଲାରେ ୧୨୪ଟି ଓ ପ୍ରଥମ ମହଲାରେ ୮ଟି ଦୋକାନ ଘର ରହିଛି। ପ୍ରଥମେ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ପରେ ଅନ୍ୟ ଦୋକାନଗୁଡ଼ିକ ବାଣ୍ଟି ଦିଆଯିବ। ଦୋକାନଗୁଡ଼ିକର ଆକାର ଅନୁଯାୟୀ ବର୍ଗଫୁଟ୍‌ପିଛା ୪୪ ଟଙ୍କା ୪୦ ପଇସା ଭଡ଼ା ଧାର୍ଯ୍ୟ ହୋଇଛି।

ବର୍ଷକରେ ଗଢ଼ିଉଠିଛି ୨୦ ଉଠାଦୋକାନ
ବସ୍‌ଷ୍ଟାଣ୍ଡ ଭିତରେ ଦୋକାନଘର ଖୋଲୁ ନଥିବାରୁ ଯାତ୍ରୀଙ୍କ ଆବଶ୍ୟକତା ପାଇଁ ଷ୍ଟାଣ୍ଡ ସମ୍ମୁଖରେ ଠେଲାଗାଡ଼ି ବଢ଼ିବାରେ ଲାଗିଲାଣି। କେହି କେହି ପାଲ ଟାଣି ବ୍ୟବସାୟ କଲେଣି। ପ୍ରତିଦିନ ନୂଆ ନୂଆ ଦୋକାନ ତିଆରି ହେଉଛି। ତେବେ ଦୋକାନ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ଏମାନଙ୍କୁ ଉଚ୍ଛେଦ କରାଯିବ ନା ନାଇଁ ସେନେଇ ପ୍ରଶ୍ନ ଉଠିଲାଣି। ଯଦି ଏବେଠାରୁ ଏଥିରେ ଅଙ୍କୁଶ ନ ଲାଗେ ତେବେ ଭବିଷ୍ୟତରେ ସେମାନଙ୍କୁ ହଟାଇବା କାଠିକର ପାଠ ହେବା ଆଶଙ୍କା ରହିଛି। 

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ଥାକରୁ ବହି ଉଭାନ୍‌
ଷ୍ଟାଣ୍ଡ୍‌ଭିତରେ ଥିବା ପ୍ରତୀକ୍ଷାସ୍ଥଳ କଡ଼ରେ ଲାଇବ୍ରେରି ତିଆରି ‌ହୋଇଥିଲା। ସେଥିରେ ଅପେକ୍ଷାରତ ଯାତ୍ରୀମାନଙ୍କ ପଢ଼ିବା ପାଇଁ ବିଭିନ୍ନ କିସମର ବହି ରହିଥିଲା। ଏହା ଯାତ୍ରୀଙ୍କ ସମୟ ଅତିକ୍ରାନ୍ତ କରିବାରେ ବେଶ୍‌ସହାୟକ ହୋଇଥିଲା। ହେଲେ ଏବେ ସେଠାରେ ଗୋଟିଏ ମଧ୍ୟ ବହି ଦେଖିବାକୁ ମିଳୁନି। ବହି କିଏ ନେଲା ତା’ର ଉତ୍ତର କାହା ପାଖରେ ନାହିଁ।

Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ଜଣେ ବ୍ୟବସାୟୀ କହିଛନ୍ତି ଯେ ପୁରୁଣା ବସ୍‌ଷ୍ଟାଣ୍ଡ ଓଏସ୍‌ଆର୍‌ଟିସି ଅଧୀନରେ ରହିଥିଲା। ବିଡିଏ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପରେ ଏହି ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ବିଡିଏ ନିଜେ ଚୁକ୍ତିନାମା ନକରି ଠିକାସଂସ୍ଥା ଜରିଆରେ ଚୁକ୍ତିନାମା କରି ଦୋକାନଘର ଆବଣ୍ଟନ କରିବାକୁ ସୂଚନା ଦେବାରୁ ବିବାଦ ଉପୁଜିଥିଲା। ଠିକାସଂସ୍ଥାଠାରୁ ଦୋକାନ ନେବୁ ନାହିଁ ବୋଲି ଆମେ ମନା କରିଦେଇଥିଲୁ। ଫଳରେ  ଦେଢ଼ ବର୍ଷ କାଳ ଏଠାରେ ଦୋକାନ ଆବଣ୍ଟିତ ହୋଇ ପାରୁ ନଥିଲା। ମାସିକ ଭଡ଼ା ଆଧାରରେ ବ୍ୟବସାୟୀ ଦୋକାନ ନେବାକୁ ସ୍ଥିର ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କଟକଣା କଡ଼ାକଡ଼ି ହୋଇ ନଥିବାରୁ ରାସ୍ତା ଉପରେ ବସ୍‌ଗୁଡ଼ିକ ଧାଡ଼ିବାନ୍ଧି ରହୁଥିଲେ। ଏଥିପାଇଁ ଟ୍ରାଫିକ୍‌ସମସ୍ୟା ଉତ୍କଟ ହେଉଛି। ତାକୁ ରୋକିବାକୁ କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ବସ୍‌ଗୁଡ଼ିକୁ ଷ୍ଟାଣ୍ଡ୍‌ବାହାରେ ରଖିବାକୁ ଦେଉ ନାହାନ୍ତି। ତେବେ ପ୍ରିପେଡ୍‌ ଅଟୋ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଓଲା-ଉବେରକୁ ଷ୍ଟାଣ୍ଡ୍‌ଭିତରକୁ ଅଟୋଚାଳକ ପୁରାଇ ଦେଉ ନଥିବାରୁ ପ୍ରତିଦିନ ଯାତ୍ରୀ ହଟହଟା ହେଉଛନ୍ତି। ୩ ହଜାର ବସ୍‌ମଧ୍ୟରୁ ଦେଢ଼ ହଜାର ବସ୍‌ଷ୍ଟାଣ୍ଡ ଭିତରକୁ ଆସୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe