ଭୁବନେଶ୍ବର: ଆସନ୍ତା ୯ ତାରିଖ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌। ଏଥିପାଇଁ ଦୁଇ ଟିମ୍‌ ଅସନ୍ତା ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ୮ ତାରିଖ ଅପରାହ୍ଣରେ ବାରବାଟୀରେ ଅଭ୍ୟାସ କରିବେ। ତେଣୁ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବାଠାରୁ ହୋଟେଲ୍‌ରେ ରହିବା, ହୋଟେଲ୍‌ରୁ ବାରବାଟୀ ଯିବା ଓ ଫେରିବା ସମୟରେ ସୁରକ୍ଷା ବ୍ୟବସ୍ଥା ସହଏହି ଟି-୨୦ ମ୍ୟାଚ୍‌କୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ମ୍ୟାଚ୍‌ ଦିନ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନ ନେବାପାଇଁ କଡ଼ାକଡ଼ି ଭାବେ କୁହାଯାଇଛି। ଏନେଇ ଆଜି  କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ ସେବାଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌ଏହି ବୈଠକରେ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଡିସିପି ମୁଖ୍ୟାଳୟ ଭୁବନେଶ୍ୱର-କଟକ ସୁରେଶ ଚୌଧୁରୀ ପାତ୍ର, ଡିସିପି ଟ୍ରାଫିକ୍ ତପନ କୁମାର ମହାନ୍ତି, ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ସିଆଇଏସ୍‌ଏଫ୍‌ର କମାଣ୍ଡାଣ୍ଟ ରାକେଶ ଚୌଧୁରୀ ଏବଂ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ।। 

Advertisment

Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ

ଦାୟିତ୍ବରେ ୨୦୦ ଅଧିକାରୀ
୮ରେ ଅଭ୍ୟାସ ମ୍ୟାଚ୍‌

ସେହିପରି ଖେଳାଳିମାନେ  ଭୁବନେଶ୍ବର ଏୟାରପୋର୍ଟରୁ ହୋଟେଲ୍‌ ଆସିବା ଓ ହୋଟେଲ୍‌ରୁ କଟକ ଯିବା ଆସିବା ସମୟରେ ରାସ୍ତାରେ ହଜାର ହଜାର କ୍ରିକେଟ୍‌ ପ୍ରେମୀଙ୍କ ସମାଗମ ହୋଇପାରେ। ତେଣୁ ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖାନଯାଏ, ସେଥିପାଇଁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୁଲିସ କମିସନରଙ୍କ ନେତୃତ୍ବରେ ଡିସିପି ରୢାଙ୍କର ୬ଜଣ, ଡିଏସ୍‌ପି ରୢାଙ୍କର ୩୨ଜଣ, ଆଇଆଇସି ରୢାଙ୍କର ୬୦ଜଣଙ୍କୁ ମିଶାଇ ୨୦୦ରୁ ଅଧିକାରୀ ଦାୟିତ୍ବରେ ରହିଛନ୍ତି। ସେହିପରି ୫୦ ପ୍ଲାଟୁନ୍‌ ପୁଲିସ ବଳ ସାଙ୍ଗକୁ ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ସ୍କ୍ବାଡ୍‌, କେନ୍ଦ୍ରୀୟ ଗୁଇନ୍ଦା, ସିଏପିଏଫ୍‌,  ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ସାବୋଟେଜ୍ ଟିମ୍‌, ଆଣ୍ଟି ଟେରରିଷ୍ଟ ଟିମ୍‌, ଅଗ୍ନିଶମ ଟିମ୍‌ ସଜାଗ ରହିଛନ୍ତି। ଉଭୟ ଦଳର ଖେଳାଳି ହୋଟେଲ୍‌ ମେ’ ଫେୟାରରେ ରହିବା ପାଇଁ ବ୍ୟବସ୍ଥା ହୋଇଥିବାରୁ ସେଠାରେ  ୩ଟି ଅସ୍ଥାୟୀ କ୍ୟାମ୍ପ ଓ କଣ୍ଟ୍ରୋଲ୍‌ ରୁମ୍‌ କରାଯାଇ ନଜର ରଖାଯିବ।

Archery : କଳାହାଣ୍ଡିର ଆଦିବାସୀ ଝିଅ ହେଲେ ଜାତୀୟ ସ୍ତରର ତୀରନ୍ଦାଜ

ଏହାଛଡ଼ା ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଏହି ସମୟରେ କେଉଁମାନେ ହୋଟେଲ୍‌କୁ ଆସୁଛନ୍ତି? କେଉଁଠୁ ଆସିଛନ୍ତି? ସେମାନଙ୍କର ସମ୍ପର୍କରେ ଯାଞ୍ଚ କରାଯାଉଛି। ଖେଳଳିଙ୍କ ଯାତାୟାତ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍‌ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବରେ ଥିବା ସମସ୍ତ ବଡ଼ ବଡ଼ ବିଲ୍ଡିଂଠାରୁ ଆରମ୍ଭ କରି ମଲ୍‌, କମ୍ପ୍ଲେକ୍ସଗୁଡ଼ିକ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସେହିପରି ରାତ୍ରିକାଳୀନ ବ୍ଲକିଂ, ଚେକିଂକୁ କଡ଼ାକାଡ଼ି କରାଯାଇଛି। ସାରା ସହରରକୁ  ସିସିଟିଭି ନଜରରେ ରଖାଯାଇଛି। ଏଥିପାଇଁ କଣ୍ଟ୍ରୋଲ୍‌ରୁମ୍‌ରୁ ଜଣେ ଡିଏସ୍‌ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ ପ୍ରତିଟି ଗତିବିଧି ଉପରେ ନଜର ରଖିବେ। ସେହିପରି ଟ୍ରାଫିକ୍‌ ନେଇ କଟକଣା ମଧ୍ୟ ଜାରି କରାଯାଇଛି। ୭ ତାରିଖ ଦିନ ଏୟାରପୋର୍ଟରୁ ‌ହୋଟେଲ୍‌ ମେ ଫେୟାର, ୮ ତାରିଖ ଓ ୯ ତାରିଖ ଦିନ  ଖେଳାଳି ଷ୍ଟାଡିୟମକୁ  ଯିବା ଆସିବା ଓ ୧୦ ତାରିଖରେ ହୋଟେଲ୍‌ରୁ ବିମାନବନ୍ଦରକୁ ଯିବା ପର୍ଯ୍ୟନ୍ତ ଖେଳାଳିଙ୍କ ଯାତାୟାତ ସମୟରେ ସମସ୍ତ ରାସ୍ତାକୁ ସିଲ୍‌ କରାଯିବ। ତେବେ ଦୁଇ ଦଳର ଖେଳାଳି ରାଜଧାନୀରେ ପହଞ୍ଚିବା ପୂର୍ବରୁ ୬ ତାରିଖ ଦିନ କମିସନରେଟ୍‌ ପୁଲିସ ସହ ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନସ୍‌ ଵିଙ୍ଗ୍‌ର କାର୍‌କେଡ୍‌ ରିହର୍ସାଲ୍‌ କରାଯିବ ବୋଲି ଜଣାପଡ଼ିଛି।

ଦଳାଚକଟା ‌ଏଡ଼ାଇବାକୁ ଜିଗ୍‌ଜାଗ୍‌ ଶୈଳୀରେ ବ୍ୟାର‌ିକେଡ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକ ଟି-୨୦ ମ୍ୟାଚ ପାଇଁ କାଉଣ୍ଟରରେ ଟିକଟ ବିକ୍ରିପାଇଁ କଟକ କମିସନରେଟ୍ ପୁଲିସ ଏଥର ବଡ଼ ପ୍ରସ୍ତୁତି କରିଛି। ଟିକଟ ବିକ୍ରି ଦିନ ମୋଟ ୪୦ ପ୍ଲାଟୁନ୍ ଫୋର୍ସ ଷ୍ଟାଡିୟମ୍‌ ନିକଟରେ ମୁତୟନ କରାଯିବ। ଏଥର ଦଳାଚକଟା ନିୟନ୍ତ୍ରଣ ପାଇଁ ଜିଗ୍‌ଜାଗ୍‌ ଶୈଳୀରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ ଦି ୟୁନିଭର୍ସ ନିକଟରୁ ଧାଡ଼ି ଆରମ୍ଭ ହେବ। ଧାଡ଼ି ଲମ୍ବା ଓ ଜିକଜାକ୍ ଶୈଳୀରେ କରି ଠେଲାପେଲାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଉଦ୍ୟମ କରୁଛି। ୫ ଟିକଟ କାଉଣ୍ଟର୍‌ରେ ଟିକଟ ବିକ୍ରି କରାଯିବ। 

ସୂଚନା ଅନୁଯାୟୀ, ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ୧୧ ହଜାର ଟିକଟ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ। ଏଥିପାଇଁ କମିସନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ମୋଟ ୪୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୮ ପ୍ଲାଟୁନ୍‌ ଫୋର୍ସ ରହିବେ। ୬ ଜଣ ଏଡିସିପି, ୧୫ ଏସିପି, ଇନ୍‌ସ୍ପେକ୍ଟର ୪୦ ଜଣ, ଏସ୍‌ଆଇ ଓ ଏଏସ୍‌ଆଇ ୧୫୦ ଜଣ ନିୟୋଜିତ ହେବେ। ଭୁବନେଶ୍ବରରେ ଥିବା ସମସ୍ତ ପୁରୁଣା ଅଫିସରଙ୍କୁ ଡ୍ୟୁଟିରେ ନିୟୋଜିତ କରାଯିବ। ଏଥିରେ ଏସିପି ଓ ଆଇଆଇସି ସ୍ତରର ଅଫିସର ରହିବେ। ଗ୍ୟାଲେରି ୧ରୁ ୭ ଯାଏଁ ଟିକଟ ପାଇଁ ତିନୋଟି କାଉଣ୍ଟର ବାସ୍କେଟ୍‌ ବଲ୍‌ ପଡ଼ିଆ ନିକଟରେ ଖୋଲାଯିବ। ଏଠି ଦୁଇଟି ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର ରହିବ।

ମୁତୟନ ହେବେ ୪୦ ପ୍ଲାଟୁନ୍‌ ଫୋର୍ସ
୫ କାଉଣ୍ଟର୍‌ରେ ଲାଗିବ ୫୦ ସିସି କ୍ୟାମେରା
ଏଥର ‘ଦି ୟୁନିଭର୍ସ’ ନିକଟରୁ ଆରମ୍ଭ ହେବ ଧାଡ଼ି

ସେହିଭଳି ସ୍ପେସାଲ ଏନ୍‌କ୍ଲୋଜର, ଏସି ବକ୍ସ, କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସଗେଟ୍ ନିକଟରେ ଟିକଟ ବିକ୍ରି ହେବ। ଏଠି ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର୍‌ ରହିବ। କାଉଣ୍ଟର୍‌ଗୁଡ଼ିକରେ ଅଧିକ ବ୍ୟାରିକେଡ୍ ସହିତ ଯେଭଳି ଟିକଟ କଳାବଜାର ନହୁଏ ସେଥିପାଇଁ ପ୍ରାୟ ୫୦ ସିସି କ୍ୟାମେରା ଲାଗିବ। ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ। ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ। ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ। ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ। ହଜାରହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।