ଭୁବନେଶ୍ବର: ଦୟାରେ ନିର୍ମାଣ ହେବ ବ୍ୟାରେଜ୍‌। ଏଥି ନମନ୍ତେ ୬୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁଦିନର ଆଶା ପୂରଣ ହେବ ବୋଲି କୁହାଯାଇଛି। ଏକାମ୍ର ନିର୍ବାଚନ ମଣ୍ତଳୀର ଟିକରପଡ଼ା ଓ ପିପିଲି ନିର୍ବାଚନ ମଣ୍ତଳୀର ପମସରା ନିକଟରେ ଦୟାନଦୀ ଉପରେ ଏକ ବ୍ୟାରେଜ୍‌ର ଶିଳାନ୍ୟାସ କରାଯାଇଛି।

Advertisment

Picture: ପୌରପାଳିକାରେ ଅପନ୍ତରା ଗାଁର ଚିତ୍ର

ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଆଜି ଅତିଥିଭାବେ ଯୋଗଦେଇ ଏହି ପ୍ରକଳ୍ପର ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି।  ନିର୍ମାଣ ହେବାକୁ ଥିବା ଏହି ବ୍ୟାରେଜ୍‌ର ଲମ୍ବ ୧୩୫ ମିଟର ହେବା ସହ ଗମନାଗମନ ସୁବିଧା ପାଇଁ ଏହି ବ୍ୟାରେଜ୍‌ ଉପରେ ସାଢ଼େ ୭ ମିଟର ଲମ୍ବର ଏକ ବ୍ରିଜ୍‌ ନିର୍ମାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ବ୍ୟାରେଜ୍‌ ନିର୍ମାଣ ହେଲେ ସେଠାରେ ପ୍ରାୟ ୧୦ କିମି ବ୍ୟାପୀ ୧୫ ଫୁଟ ଗଭୀର ପାଣି ରହିପାରିବ। ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ଧଉଳି ପାହାଡ଼ ପାଦଦେଶରେ ଦୟାନଦୀରେ ଏହି ବ୍ୟାରେଜ୍‌ ନିର୍ମାଣ ହେଉଥିବାରୁ ସେଠାରେ ଗୁଜରାଟର ସାବରମତୀ ଭଳି ରିଭର୍‌ ରେସ୍ତୋରାଁ, ଜଳକ୍ରୀଡ଼ା ବା ନୌକାବିହାର ବ୍ୟବସ୍ଥା କରାଯିବ।

One-horned rhino in Kaziranga: କାଜିରଙ୍ଗାରେ ସୀମିତ ଏକଶିଙ୍ଗିଆ ଗଣ୍ଡାର

 ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବ୍ୟାରେଜ ନିର୍ମାଣ ହେବା ଫଳରେ ନଦୀଗର୍ଭରେ ପାଣି ଗଛିତ ହୋଇପାରିବ ବୋଲି ଏକାମ୍ର ବିଧାୟକ ଶ୍ରୀ ସିଂ ଓ ି ପିପିଲି ବିଧାୟକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ପ୍ରାଚୀ ଡିିଭିଜନ୍‌ର ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀ ରଘୁନାଥ ସ୍ବାଇଁ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ କାର୍ଯ୍ୟ ୨ବର୍ଷ ମଧ୍ୟରେ ସରିବ ବୋଲି ସଭାରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ପୁରୀଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ।