ଭୁବନେଶ୍ୱର: ରାଜ୍ୟ ସରକାର ଭୁବନେଶ୍ବର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମର କାୟା ବଢ଼ାଇଛନ୍ତି। ସହର ଉପକଣ୍ଠରେ ଥିବା ଏକାଧିକ ଗ୍ରାମାଞ୍ଚଳକୁ ମହାନଗର ନିଗମରେ ମିଶାଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର, ଜଟଣୀ ଓ ବାଲିଅନ୍ତା ବ୍ଲକ୍ର ୧୪ଟି ପଞ୍ଚାୟତର ୭୧ଟି ଗାଁକୁ ଭୁବନେଶ୍ବର ମହାନଗର ନିଗମରେ ମିଶ୍ରଣ ନେଇ ବିଚାରବିମର୍ଶ ଚାଲିଥିଲା। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କେବଳ ଭୁବନେଶ୍ବର ଓ ବାଲିଅନ୍ତା ବ୍ଲକ୍ର ୭ ପଞ୍ଚାୟତର ୨୬ଟି ଗାଁକୁ ଭୁବନେଶ୍ବର ମହାନଗର ନିଗମରେ ମିଶାଇବାକୁ ନିଷ୍ପତ୍ତି ନେଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମହାନଗର ନିଗମ ଅଧିନିୟମ-୨୦୦୩(୨୦୦୩ର ମହାନଗର ନିଗମ ଅଧିନିୟମ ୧୧)ର ଧାରା-୩ର ଉପଧାରା-୬ର କ୍ଷମତା ବଦଳରେ ଏ ସଂପର୍କିତ ବିଜ୍ଞପ୍ତି ଜାରି କରାଯାଇଛି।
Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ
ଜାରି ବିଜ୍ଞପ୍ତି(ଚିଠି ସଂଖ୍ୟା-୩୧୯୩୧/୩୧.୧୨.୨୦୨୫)ରେ ଭୁବନେଶ୍ବର ବ୍ଲକ୍ର ରଣସିଂହପୁର ପଞ୍ଚାୟତର ସିଜୁଆ, ତମାଣ୍ଡୋ ପଞ୍ଚାୟତର ସିଜିପୁଟ, ନାରଗୋଦା, ସହଜପୁର, ତମାଣ୍ଡୋ, ବିଜିପୁର, ଦାସବାଟିଆ, ବାଲିଆପଡ଼ା, କାଶିପୁର, ବେଗୁନିଆବରହି ଓ ବଡ଼ଧାନପୁର, ଶିଶୁପାଳଗଡ଼ ପଞ୍ଚାାୟତର ବଡ଼ଧାନପୁର, ଶିଶୁପାଳଗଡ଼ ଓ ମହାଭୋଇଶାସନ, ଅନ୍ଧାରୁଆ ପଞ୍ଚାୟତର ଜଗନ୍ନାଥପ୍ରସାଦ, ଅନ୍ଧାରୁଆ, ଦାସପୁର, ଚୁନୁକୋଳି ଓ ଗୋଡ଼ିବାରି, ବାସୁଆଘାଇ ପଞ୍ଚାୟତର ଦୁର୍ଗାପୁରପାଟଣା, ବାସୁଆଘାଇ, କେଶୁରା, କୋରଡ଼କଣ୍ଟା ଓ ବାଙ୍କୁଆଳ, ଲିଙ୍ଗିପୁର ପଞ୍ଚାୟତର ରଘୁନାଥପୁର ଓ ଲିଙ୍ଗିପୁର ଏବଂ ବାଲିଅନ୍ତା ବ୍ଲକ୍ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗାଁକୁ ଭୁବନେଶ୍ବର ମହାନଗର ନିଗମରେ ମିଶାଇବାକୁ ନିର୍ଦ୍ଧାରଣ କରାଯାଇଛି। ଭୁବନେଶ୍ବର ମହାନଗର ନଗରରେ ମିଶିବା ପାଇଁ ଭୁବନେଶ୍ବର ବ୍ଲକ୍ର ୧୨ଟି ପଞ୍ଚାୟତର ୬୬ଟି ଗାଁ, ଜଟଣୀ ବ୍ଲକ୍ର ଗୋଟିଏ ପଞ୍ଚାୟତର ୪ଟି ଗାଁ ଓ ବାଲିଅନ୍ତା ବ୍ଲକ୍ର ଗୋଟିଏ ପଞ୍ଚାୟତର ଗୋଟିଏ ଗାଁ ତାଲିକାରେ ଥିଲା।
ବିଭିନ୍ନ ପଞ୍ଚାୟତରୁ ଏଥିପାଇଁ ପ୍ରସ୍ତାବ ଆସିଥିଲା। ଏଥିରୁ ଭୁବନେଶ୍ବର ବ୍ଲକ୍ର ୬ଟି ପଞ୍ଚାୟତର ୨୫ଟି ଗାଁ ଓ ବାଲିଅନ୍ତା ବ୍ଲକ୍ର ଗୋଟିଏ ପଞ୍ଚାୟତର ଗୋଟିଏ ଗାଁ’ ଭୁବନେଶ୍ବର ମହାନଗର ନିଗମରେ ମିଶିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଜଟଣୀ ବ୍ଲକ୍ ପ୍ରଧାନସାହି ପଞ୍ଚାୟତର ପ୍ରସ୍ତାବିତ ବୋତଣ୍ଡା, କଣ୍ଟିଲୋ, ଓରକଳ ଓ କ୍ଷେତ୍ରପାଳ ବିଜ୍ଞପ୍ତିରେ ସ୍ଥାନ ପାଇନି। ସେପଟେ ଭୁବନେଶ୍ବର ବ୍ଲକ୍ର ଅନ୍ଧାରୁଆ, ଧଉଳି, ଇତିପୁର, ମେଣ୍ଢାଶାଳ, କଣ୍ଟାବାଡ଼, ଦଢ଼ା, ଟିକରପଡ଼ା ପଞ୍ଚାୟତର ପ୍ରସ୍ତାବିତ ଗାଁ ବି ବିଜ୍ଞପ୍ତିରୁ ବାଦ୍ ପଡ଼ିଛି। ଜନସଂଖ୍ୟା, ଭୌଗଳିକ ସ୍ଥିତି ସହ ଅନ୍ୟାନ୍ୟ ତଥ୍ୟକୁ ତର୍ଜମା ପରେ ନଗର ଉନ୍ନୟନ ବିଭାଗ ଏହି ଗାଁ ସବୁକୁ ଭୁବନେଶ୍ବର ମହାନଗର ନିଗମରେ ମିଶାଇବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମିଶ୍ରଣ ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/21/bmc-2025-06-21-02-15-45.jpg)