ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ରାଜନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର)ଙ୍କ ୬୨ତମ ଜୟନ୍ତୀ ଏକେ ଦାସ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଯୁବ ସେନା ଗୋଶାଳାରେ ଆୟୋଜନ କରାଯାଇଥିଲା। ଲୁଲୁଙ୍କ ଦାମ୍ଭିକତା, ନିର୍ଭୀକତା , ଅପ୍ରିୟ ସତ କହିବାର ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ଅନନ୍ୟ ପ୍ରେରଣା ପ୍ରଦାନ କରିଥିଲା। ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁ ଆଗେଇ ନେବାରେ ଲୁଲୁଙ୍କର ରହିଥିଲା ବଳିଷ୍ଠ ଭୂମିକା ଏବଂଜୀବନର ଅନ୍ତିମ ମୁହୁର୍ତ୍ତ ପର୍ଯ୍ୟନ୍ତ ତାଙ୍କ ସହ ଯୋଡି ହୋଇରହିଥିଲେ ବୋଲି ଏହି କାର୍ଯ୍ୟକ୍ରମରେ କହିଛନ୍ତି ଅମୀୟ ଦାସ। ଆହୁରି ମଧ୍ୟ ମୋର ଜୀବନ ଥିବା ପର୍ଯ୍ୟନ୍ତ ମୋର ପ୍ରିୟ ବନ୍ଧୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଜୟନ୍ତୀ ପାଳନ କରିଆସୁଥିବି ବୋଲି କହିଛନ୍ତି।
ଲୁଲୁ ମହାପାତ୍ରଙ୍କ ସହ ଛାତ୍ର ଜୀବନରୁ ଜଡିତ ଥିବା ଅମୀୟ ଦାସ, ପ୍ରତିବର୍ଷ ସ୍ମରଣୀୟ ଭାବେ ପାଳନ କରନ୍ତି। ଏଥର ଜନ୍ମବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଅମୀୟ ଦାସ ଏକ ବ୍ଯାଟେରି ଚାଳିତ ଅଟୋ କଳିଙ୍ଗ ଯୁବ ସେନାକୁ ପ୍ରଦାନ କରିଛନ୍ତି। ୩୬୫ ଦିନ ଅସହାୟ ଗୋମାତାଙ୍କୁ ଖାଦ୍ୟ ବଣ୍ଟନ କରିବା ଏବଂ ଆଘାତପ୍ରାପ୍ତ ବୁଲା ଗୋମାତାଙ୍କୁ ଗୋଶାଳା ଆଣି ମାଗଣା ଚିକିତ୍ସା ଯୋଗାଇଦେବା, ଗୋବର ଗଣେଶ, ଗୋବର ଡଙ୍ଗା ଭଳି ଅନେକ କାର୍ଯ୍ୟ କଳିଙ୍ଗ ଯୁବ ସେନା ନିଜ ହାତକୁ ନେଇଛି। ଏହି ବ୍ଯାଟେରି ଚାଳିତ ଅଟୋ ଆସିବା ଦ୍ବାରା ଖାଦ୍ୟ ବଣ୍ଟନ ଠାରୁ ଆରମ୍ଭ କରି ଅନେକ ସେବା କାର୍ଯ୍ୟରେ ସହାୟକ ହେବ ବୋଲି କଳିଙ୍ଗ ଯୁବ ସେନାର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଦାସ୍ କହିଛନ୍ତି।
ଆହୁରି ପଢ଼ନ୍ତୁ: Toshali Mela: ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ଵତନ୍ତ୍ର ଆକର୍ଷଣ ରହିଛି: ଉପମୁଖ୍ୟମନ୍ତ୍ରୀ
ଆଜିର କାର୍ଯ୍ୟକ୍ରମରେ ସ୍ୱର୍ଗତ ଲୁଲୁଙ୍କ ଭଳି ଅସମ୍ଭବତାକୁ ସମ୍ଭବ କରି ଦେଖାଇବା ଏବଂ ସାହସର ସହ ସାଲିସବିହୀନ ଜୀବନ ବଞ୍ଚିବା ନେଇ ଗୋଶାଳା ର ସଦସ୍ଯ ମାନେ ସଂକଳ୍ପ ନେଇଥିଲେ। ଶେଷରେ କଳିଙ୍ଗ ଯୁବ ସେନାରେ ଥିବା ଗୋଶାଳାରେ ଗାଇମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।
Follow Us