Advertisment

Blood donation: ଓୟୁଏଟିରେ ରକ୍ତଦାନ ଶିବିର; ୫୬ ୟୁନିଟ୍ ରକ୍ତ ସଂଗ୍ରହ

Advertisment

ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏନ୍‌ଏସ୍ଏସ୍ ଶାଖା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ....

ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏନ୍‌ଏସ୍ଏସ୍ ଶାଖା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ....

Untitled-12

ଭୁବନେଶ୍ବର: ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏନ୍‌ଏସ୍ଏସ୍ ଶାଖା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ୫୬ ୟୁନିଟ୍ ରକ୍ତ ସଂଗୃହୀତ ‌ହୋଇଛି। ଶିରିପୁରସ୍ଥିତ ଓୟୁଏଟି କମ୍ୟୁନିଟି ସେଣ୍ଟର୍‌ରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭା‌ବେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ସମ୍ପର୍କରେ ସଚେତନ କରାଇବା ସହିତ ନିୟମିତ ରକ୍ତଦାନ ଲାଗି ଉତ୍ସାହିତ କରିଥିଲେ। ଆମ ଓଡ଼ିଶାର ବରିଷ୍ଠ ସଦସ୍ୟ ବିନୋଦ କୁମାର ପଣ୍ଡା ଶିବିର ସଂଯୋଜନା କରିଥିଲେ।

Misconduct case: ଆଇଆର୍‌ଏସ୍‌ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା, କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ର ତନାଘନା

Basic amenities: ମିଳୁନି ମୌଳିକ ସୁବିଧା, ଲୋକେ ହନ୍ତସନ୍ତ


ଓୟୁଏଟି ପକ୍ଷରୁ ଷ୍ଟୁଡେଣ୍ଟ୍‌ସ ୱେଲଫେୟାର୍‌ ଡିନ୍ ପ୍ରଫେସର ସୁସେନ କୁମାର ପଣ୍ଡା ଶିବିର ପରିଚାଳନା କରିଥିଲେ। ଏନ୍‌ଏସ୍‌ଏସ୍‌ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ରୋଜାଲିନ ପଟ୍ଟନାୟକ, କଲେଜ ଅଫ୍ ଭେଟେରିନାରି ସାଇନ୍‌ସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରି ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍‌ ଅଫିସର୍ ପ୍ରସନ୍ନ କୁମାର ରଥ, କଲେଜ ଅଫ୍‌ ଏଗ୍ରିକଲ୍‌ଚର୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର୍ ଶୁଭ୍ରଜିତ ରାୟ,  କଲେଜ ଅଫ୍‌ ଫରେଷ୍ଟ୍ରିର ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍‌ ଅଫିସର୍‌ ତନ୍ମୟ ଲଳିତେନ୍ଦୁ ମହାନ୍ତି, କଲେଜ୍‌ ଅଫ୍ କମ୍ୟୁନିଟି ସାଇନ୍ସର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌ ଅଫିସର୍‌ ପ୍ରତ୍ୟୁଷା କଣ୍ଠେତି, କଲେଜ ଅଫ୍‌ ବେସିକ୍‌ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ୍‌ର ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌ ଅଫିସର୍ ବିଭୂତି ଭୂଷଣ ଜେନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟ ସହକର୍ମୀ ଓ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ୍‌ ରକ୍ତକେନ୍ଦ୍ରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ସହଯୋଗୀ ସନ୍ତୋ‌ଷ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe