ବାଲିଅନ୍ତା: ରାଜଧାନୀ ଉପକଣ୍ଠରେ ନୂଆ କରି ଗଢ଼ୁଉଠୁଥିବା ଆପାର୍ଟମେଣ୍ଟଗୁଡ଼ିକ ଏବେ ସ୍ଥାନୀୟ ଅଞ୍ଚଳର ପରିବେଶ ପାଇଁ ବିପଦର କାରଣ ପାଲଟିଲାଣି। ଆପାର୍ଟମେଣ୍ଟଗୁଡ଼ିକରୁ ବାହାରୁଥିବା ବର୍ଜ୍ୟ ସବୁ ସ୍ଥାନୀୟ ପରିବେଶକୁ ଭୟଙ୍କର ଭାବେ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଆସୁଛି। ବିଶେଷକରି ଆପାର୍ଟମେଣ୍ଟରୁ ବାହାରୁଥିବା ମଇଳା ଆବର୍ଜନା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜଳ ଉତ୍ସକୁ ନଷ୍ଟ କରିବା ସହ ଜଳକୁ ଭୀଷଣ ଭାବେ ପ୍ରଦୂଷିତ କରୁଛି। କେନାଲ ପାଣି ବିଷାକ୍ତ ହୋଇଗଲାଣି। ବାଲିଅନ୍ତା ବ୍ଲକ୍‌ର ଅଲାରପୁର ଅଞ୍ଚଳରୁ ଏନେଇ ବହୁ ଅଭିଯୋଗ ହେଲାଣି, ଅଥଚ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ଲୋକଙ୍କ ଭିତରେ ଚାପି ହୋଇ ରହିଥିବା ବହୁ ଦିନର ଆକ୍ରୋଶ ଆଜି ଉତ୍ତେଜନାର ରୂପ ନେଇଥିଲା। ବାଲିଅନ୍ତା ଥାନା ପୁଲିସର ହସ୍ତକ୍ଷେପ ଯୋଗୁ ବଡ଼ଧରଣର ଗଣ୍ଡଗୋଳ ହୋଇପାରିନଥିଲା।

Advertisment

Cyber ​​fraud: ରାଜଧାନୀରେ ମାତିଛନ୍ତି ସାଇବର୍‌ ଠକ

 
ମହାନଦୀରୁ ଆସୁଥିବା ପୁରୀ ମୁଖ୍ୟ କେନାଲପାଣି ଅଲାରପୁର ଡିଷ୍ଟ୍ରିବ୍ୟୁଟାରି କେନାଲ ଦେଇ ପୂରଣଶାସନ ଶାଖା କେନାଲକୁ ଆସୁଛି। ମାତ୍ର ଏହି ଅଞ୍ଚଳରେ ଗଢ଼ିଉଠିଥିବା ବହୁ ଆପାର୍ଟମେଣ୍ଟରୁ ମଇଳା ଜଳ ବାହାରି ସିଧାସଳଖ ପୂରଣଶାସନ ମାଇନର କେନାଲ ପାଣିରେ ମିଶୁଛି। କେନାଲର ଦୂଷିତ ଜଳ ସ୍ଥାନୀୟ ଅଞ୍ଚଳର କୂଅ, ପୋଖରୀ ଆଦି ସାଧାରଣ ଜଳଉତ୍ସକୁ ନଷ୍ଟ କରିସାରିଲାଣି। ଦୂଷିତ ପାଣି ବ୍ୟବହାର କରି ଲୋକେ ଝାଡ଼ାବାନ୍ତି, ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ସଂପର୍କରେ ପୂର୍ବରୁ ବହୁତ ଥର ଅଭିଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳ, ବାଲିଅନ୍ତା ଥାନା ଓନିମାପଡ଼ା ଜଳ ସଂପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି।

Dedicated: ଲୋକାର୍ପଣ କଲେ, ଖୋଲିଲେନି

 ମାତ୍ର ପ୍ରଭାବଶାଳୀ ବିଲ୍‌ଡରମାନଙ୍କ ଚାପରେ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଆଜି ପୂରଣଶାସନ କେନାଲ ଉପରେ ଏକ ଆପାର୍ଟମେଣ୍ଟ ପାଇଁ ହେଉଥିବା କଲଭର୍ଟ ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଥିଲା। ଅଲାରପୁର, ଯଶୁଆପୁର, ଗଡ଼ଶ୍ରୀରାମପୁର, ରୟତଶ୍ରୀରାମପୁର, ଓଉପଡ଼ା ଭୋଇସାହି, ଟଙ୍କପାଣି ଅଞ୍ଚଳର ଲୋକମାନେ ଅଲାରପୁର ନିକଟରେ ଏକାଠି ହୋଇ ଆପାର୍ଟମେଣ୍ଟକୁ ଘେରି ହୋ-ହଲ୍ଲା କରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁବୁଝାସୁଝା କରିଥିଲା। ବାଲିପାଟଣା କେନାଲ ସବ୍‌ଡିଭିଜନ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ଭୋଇ ଏନେଇ ବିଲ୍‌ଡର ବିରୋଧ‌ରେ ଥାନାରେ ଅଭିଯୋଗ କରିବା ପ‌ରେ ଉତ୍ତେଜନା ଥମିଥିଲା।