ହାସ୍ୟ ଅଭିନେତା ଜୟୀ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ

Advertisment

ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି...

ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି...

WhatsApp Image 2024-11-17 at 5.34.12 PM

ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀ ଅଭିନେତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି ।  ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି ।

ଜୟୀରାମ ସାମିଲଙ୍କ ବ୍ୟତୀତ ଅନନ୍ତ ମହାପାତ୍ରଙ୍କ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରିଛି ଓଡ଼ିଆ ସିନେ ଜଗତ । ୨୦୨୧ ବର୍ଷ ପାଇଁ ଶ୍ରୀନିବାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହି ଓଡ଼ିଆ ସିନେମାର ମହାନ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି । ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୦ ମସିହାର ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଏବଂ ଡାଲଚିନିକୁ ଶ୍ରେଷ୍ଠ ପୁରସ୍କାର ଭାବରେ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୨ ମସିହାରେ ଦମନ ଶ୍ରେଷ୍ଠ ପୁରସ୍କାର ସମ୍ମାନରେ ପୁରସ୍କୃତ ହୋଇଛି ।

୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ସମ୍ମାନିତ କରାଯାଇଛି ।  ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଛନ୍ତି । ୨୦୨୦ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ତଥା ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। 

 ଅଧିକ ପଢ଼ନ୍ତୁ: ପୁଅଙ୍କ କଳକୀ ଅବତାର ନେଇ ସଫେଇ ଦେଲେ ପିତା କାଶୀନାଥ

୩୩ ଗୋଟି ବର୍ଗରେ ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ପୁରସ୍କାର କରାଯାଇଛି । ୨୦୨୧ ପାଇଁ ସୁଧାଂଶୁ ଭୁଷଣ ମହାନ୍ତିଙ୍କୁ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ହେଉଛି ଡେଣା । ‘ଭୋକ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର  କୁନା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ‘ଚକ୍ଷୁ ବନ୍ଧନ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତାଙ୍କୁ ପୁରସ୍କୃତ କରାଯାଇଛି । 

୨୦୨୦ ପାଇଁ ଅମ୍ଲାନ ଦାସ ଓ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲଚିନିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ କରାଯାଇଛି । ଏଥିପାଇଁ ଦୀପାନ୍ୱିତ ଦାସମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ସେହିଭଳି ୨୦୨୨ ବର୍ଷ ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ କରାଯାଇଛି । 

 ଅଧିକ ପଢ଼ନ୍ତୁ: ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe