ଭୁବନେଶ୍ବର: ‘ଆପଣଙ୍କ ଆଧାର କାର୍ଡ଼ ଆତଙ୍କବାଦୀ ବ୍ୟବହାର କରୁଛନ୍ତି। ଆପଣଙ୍କୁ ଆତଙ୍କୀ ଲିଙ୍କ୍ରେ ଗିରଫ କରାଯିବ। ଆମ ଟିମ୍ର ନଜର ଆପଣଙ୍କ ଉପରେ। ବିନା ନିର୍ଦ୍ଦେଶରେ ପାଦେ ବି ହଲିବେ ନାହିଁ। ଭିଡିଓ କଲ୍ରେ ଜଣେ ଅବସରପ୍ରାପ୍ତ ଅଧ୍ୟାପିକା ଓ ତାଙ୍କ ସ୍ବାମୀ ନାଲ୍କୋର ଅବରସପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ସାଇବର୍ ଠକ ଏଭଳି ଭୟ ଦେଖାଇ ୩୫ ଘଣ୍ଟାକାଳ ଡିଜିଟାଲ୍ ଆରେଷ୍ଟ୍ କରି ରଖିଲେ। ମାମଲାରୁ ବର୍ତ୍ତିବାକୁ କୋଟିଏ ଟଙ୍କା ଜମା କରିବାକୁ କହିଲେ। ଟଙ୍କା ଜମା ପାଇଁ ସମସ୍ତ ଔପଚାରିକତା ସରିଥିଲା, ସୌଭାଗ୍ୟବଶତଃ ବ୍ୟାଙ୍କ ଅଧିକାରୀଙ୍କ ପାଇଁ ଦମ୍ପତିଙ୍କ କୋଟିଏ ଟଙ୍କା ବଞ୍ଚିଯାଇଛି। ରାଜଧାନୀ ନୂଆପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ସାଇବର ଥାନାରେ ଅଭିଯୋଗ ପରେ ନଜରକୁ ଆସିଛି।
Careless sewer: ବେପରୁଆ ସ୍ବେରେଜ୍, ଟେଲିଫୋନ୍, ଗ୍ୟାସ ବିତରଣ ସଂସ୍ଥା, ସହର ସାରା ଖୋଳି ପକାଇଲେଣି
ଗତ ୯ତାରିଖ ଦିନ ପାଖାପାଖି ସାଢ଼େ ୧୧ଟା। ଏକ ଅଜଣା ନମ୍ବରରୁ ଅଧ୍ୟାପିକାଙ୍କୁ ଜଣେବ୍ୟକ୍ତି କଲ୍ କରି ନିଜକୁ ପାଟଣା ପୁଲିସ ବୋଲି ପରିଚୟ ଦେଇ କହିଥିଲା, ଆପଣଙ୍କ ଆଧାର କାର୍ଡ଼ ଆତଙ୍କବାଦୀ ବ୍ୟବହାର କରୁଥିବା ନେଇ ଆମ ଥାନାରେ ମାମଲା ହୋଇଛି। ଗିରଫ ପାଇଁ ପୁଲିସ ଡେରା ପକାଇସାରିଲେଣି। ମୁକୁଳିବାକୁ ବାଟ ଅଛି କହି ସେ ସିଗ୍ନାଲ୍-୧ ନାମକ ଏକ ଆପ୍ ଇନ୍ଷ୍ଟଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଭୟରେ ଅଧ୍ୟାପିକା ଆପ୍ ଇନ୍ଷ୍ଟଲ କରିବା ପରେ ଭିଡିଓ କଲ୍ରେ ପୁଲିସ ବେଶରେ ଥିବା ଠକ ଯୋଡ଼ିହୋଇଥିଲା। ଭିଡିଓ କଲ୍ରେ କିଛି ଠକ ପୁଲିସ ପୋଷାକରେ ଅଧ୍ୟାପିକାଙ୍କୁ ବିଭିନ୍ନ ଭୟ ଦେଖାଇବା ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ କଲ୍ରେ ଯୋଡ଼ିହେବାକୁ କହିଥିଲେ। ଜମ୍ମୁ ଓ କାଶ୍ମୀରରେ ଆପଣଙ୍କର ଏକ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଆପଣ ଆଙ୍କବାଦୀଙ୍କଠାରୁ ୬ଲକ୍ଷ ଟଙ୍କା କମିସନ୍ ଆଣିଛନ୍ତି। ଏନେଇ ଏକ ମନିଲଣ୍ଡରିଂ ମାମଲା ହୋଇଛି। ଆର୍ବିଆଇ ଗାଇଡ୍ଲାଇନ୍ ହିସାବର ଆର୍ବିଆଇ ଆକାଉଣ୍ଟରେ କୋଟିଏ ଟଙ୍କା ଜମା କରନ୍ତୁ।
ଚନ୍ଦ୍ରଯାନ-୪ ଅବତରଣ ସ୍ଥାନ ଚିହ୍ନିତ
ମାମଲା ସରିବା ପରେ ସୁଧ ସହ ଟଙ୍କା ଫେରସ୍ତ ହେବ। ଗୋଟିଏ ପରେ ଗୋଟିଏ ଏମିତି ନିର୍ଦ୍ଦେଶ ଦେଉଥିଲେ। ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ କ୍ୟାମେରା ସମ୍ମୁଖରୁ ହଟିବେ ନାହିଁ ବୋଲି ଚେତାଇ ଦେଇଥିଲେ। ଗିରଫ ଭୟରେ ଦମ୍ପତି କ୍ୟାମେରା ସମ୍ମୁଖରୁ ୩୫ ଘଣ୍ଟା କାଳ ଭୋକଉପାସରେ ରହିଥିଲେ। ୧୦ ତାରିଖ ଦିନ ଯେତେବେଳେ ଅଧ୍ୟାପିକାଙ୍କ ସ୍ବାମୀ ସାଇବର୍ ଠକଙ୍କ ଆକାଉଣ୍ଟ୍ରେ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ ଯାଇଥିଲେ, ସେତେବେଳେ ଠକ ଦେଇଥିବା ଆକାଉଣ୍ଟ୍ଟି ଅଚଳ ଥିବା ବ୍ୟାଙ୍କ୍ ଅଧିକାରୀ କହିଥିଲେ। ଅନ୍ଲାଇନ୍ରେ ଥିବା ସାଇବର ଠକ ଏକଥା ଶୁଣି ତୁରନ୍ତ ସେଠାରୁ ପଳାଇ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଟିକିଏ ସୁଯୋଗ ପାଇ ଅଧ୍ୟାପିକା ତାଙ୍କର ଜଣେ ବନ୍ଧୁଙ୍କ ସହ ଆଲୋଚନା ପରେ ଠକଙ୍କ ଚାଲ୍ ବୁଝିଗଲେ। ଏଥର ଗିରଫ କର ବୋଲି ସାଇବର୍ ଠକଙ୍କୁ ଓଲଟା ଚାଲେଞ୍ଜ କଲେ। ସାଇବର୍ ଠକ ଜାଣିଗଲେ ତାଙ୍କ ଚାଲ୍ ଫେଲ୍ ମାରିଛି। ଅଧ୍ୟାପିକା ତୁରନ୍ତ ମୋବାଇଲ୍ ବନ୍ଦକରି ପୁଲିସକୁ ଜଣାଇବା ସହ ସମସ୍ତ ବ୍ୟାଙ୍କକୁ ଅବଗତ କରାଇଥିଲେ। ଦମ୍ପତି ଶେଷରେ ସାଇବର ଠକଙ୍କ କବଳରୁ ବର୍ତ୍ତିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/12/untitled-2-2026-02-12-07-24-40.jpg)