ଭୁବନେଶ୍ୱର: ବଡ଼ଗଡ଼ ଛକରେ ସାଇଫନ୍‌ ବାରମ୍ବାର ଦବିବାରୁ ଏହାର ପୁନରୁଦ୍ଧାର ନିଷ୍ପତ୍ତି ହେଲା। ସେହି ଅନୁସାରେ ଠିକାଦାର ବି ରାସ୍ତାକୁ ତାଡ଼ି ପକାଇଲେ। ପୁରୁଣା ସାଇଫନ୍‌କୁ ଭାଙ୍ଗିଦେଲେ। କିନ୍ତୁ ଅଦ୍ୟାବଧି ସାଇଫନ୍‌ କାମ ଆରମ୍ଭ ହୋଇନି। ସେପଟେ ସାଇଫନ୍‌ ଓ କଲଭର୍ଟ ହେବ କହି ଦୟା କେନାଲ୍‌ର ଜଳପଥକୁ ମାଟି ପକାଇ ଅବରୋଧ କରି ରଖାଯାଇଛି। ଯେହେତୁ ଆଗକୁ ଖରାଦିନିଆ ଚାଷବାସ ଆରମ୍ଭ ହେବ, ଏଣୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଦୟା କେନାଲ୍‌ରେ ପାଣି ଆସିବା ବନ୍ଦ ହୋଇଯାଇଥିବାରୁ ପଞ୍ଚୁପଲ୍ଲୀ ଓ ଆଖପାଖ ଅଞ୍ଚଳର ଚାଷୀମାନେ ଚାଷବାସକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ସେପଟେ ଏହି କେନାଲ୍‌ ପଙ୍କ କାଢ଼ିବା ପାଇଁ ଯେଉଁ ଯୋଜନା ହୋଇଥିଲା, ତାର ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

Winter session of Parliament: ଆଜିଠାରୁ ସଂସଦର ଶୀତ ଅଧିବେଶନ: ସର୍ବଦଳୀୟ ବୈଠକରେ ୩୬ଟି ଦଳର ୫୦ ନେତା ସାମିଲ

ସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଦଳ

ଚାଷଜମିକୁ ପାଣି ବନ୍ଦ, ଚିନ୍ତାରେ ପଞ୍ଚୁପଲ୍ଲୀ ଚାଷୀ

ପଙ୍କ କାଢ଼ିବା ବଦଳରେ କାଁ ଭାଁ ସ୍ଥାନରୁ ଦଳ କାଢ଼ି ଛୁ ମାରିଛନ୍ତି ଠିକାଦାର`ଯେହେତୁ ଦୟା କେନାଲ୍‌ ପଥ ଅବରୋଧ କରାଯାଇଛି ଓ ଅନ୍ୟ ପାର୍ଶ୍ବକୁ ଏହାର ପାଣି ଛଡ଼ାଯାଇଛି, ଏହା ଠିକ୍‌ରେ ନିଷ୍କାସିତ ହୋଇପାରୁନି। ଏବେ ବି କେନାଲ୍‌ ଭିତରେ ଭଗ୍ନାଂଶ ପଡ଼ି ରହିଥିବାରୁ କେନାଲ୍‌ ପାଣି ଜମି ରହି ମଶାର ଉତ୍ପତି ସ୍ଥଳ ପାଲଟିଗଲାଣି। ଆଖପାଖ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେଲାଣି। ଏ ସଂପର୍କରେ ଅଭିଯୋଗ ପାଇବା ପରେ ଭୁବନେଶ୍ବର ମହାନଗର ନିଗମର ଏକ ଡାକ୍ତରୀ ଦଳ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ମଶାର ପ୍ରତିକାର ବ୍ୟବସ୍ଥା କରିବାକୁ ମଶା ତେଲ ସିଞ୍ଚନ ଓ ଧୂଆଁ ଛାଡ଼ିବେ ବୋଲି କହିଛନ୍ତି। ସ୍ଥାନୀୟ କର୍ପୋରେଟର୍‌ ଅଜିତ କୁମାର ବେହେରା ବି ଉପସ୍ଥିତ ରହି ଡାକ୍ତରୀ ଦଳଙ୍କୁ ଅସୁବିଧା ସଂପର୍କରେ ଜଣାଇଛନ୍ତି। ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ କହିଛନ୍ତି।

Odisha Model School: ବିକଳାଙ୍ଗ ହେଲାଣି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ୩୧୫ ସ୍କୁଲରେ ଖାଲିପଡ଼ିଛି ୨୪୬୭ ଶିକ୍ଷକ ପଦ

କର୍ପୋରେଟର୍‌ ଶ୍ରୀ ବହେରା କହିଛନ୍ତି, ବରଗଡ଼ ଛକ ନିକଟରେ ପୁରୁଣା ସାଇଫନ୍‌ ଓ ରାସ୍ତାକୁ ଭାଙ୍ଗିବା ପରେ ପ୍ରାୟ ଦେଢ଼ ବର୍ଷ ହେବ ସେହିଭଳି ପକାଇ ରଖାଯାଇଛି। ଯାହା ଯାତାୟାତରେ ବାଧା ତ ସୃଷ୍ଟି କରୁଛି, ଏଥିସହ କେନାଲ୍‌ ପାଣି ନିଷ୍କାସନରେ ବାଧା ଉପୁଜୁଛି। ଜଳସେଚନ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ ଭିତରେ ସମନ୍ବୟରେ ଅଭାବ ରହିଥିବା ଏଥିରୁ ଜଣପାଡ଼ୁଛି। କେନାଲ୍‌ ପାଣି ପୂର୍ବରୁ ସିଧାସଳଖ ବଡ଼ଗଡ଼ ଦେଇ ଯାଇ ପଞ୍ଚୁପଲ୍ଲୀ ଓ ଅନ୍ୟ ଅଞ୍ଚଳର ଚାଷ ଜମିକୁ ଜଳସେଚିତ କରୁଥିଲା। କେନାଲ୍‌ର ଅତିରିକ୍ତ ଜଳ ବାମପାର୍ଶ୍ବ ସାଇଫନ୍‌ ଦେଇ ଗଙ୍ଗୁଆ ନାଳରେ ମିଶୁଥିଲା। କିନ୍ତୁ ବଡ଼ଗଡ଼ ଦେଇ ପଞ୍ଚୁପଲ୍ଲୀ ପାର୍ଶ୍ବକୁ ଯାଉଥିବା କେନାଲ୍‌ ପାଣିକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହା ଜଳସେଚନରେ ଗୁରୁତର ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ତୁରନ୍ତ ଏହି ଅବରୋଧ ହଟାଇ ଜଳସେଚନ ବ୍ୟବସ୍ଥା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଅପର‌ପକ୍ଷେ ବାମପାର୍ଶ୍ବରେ ଜମୁଥିବା ପାଣି କିଭଳି ସହଜରେ ନିଷ୍କାସିତ ହୋଇପାରିବ, ସେ ବ୍ୟବସ୍ଥା କରାଯାଉ। ଯଦ୍ବାରା ମଶା ଉତ୍ପାତ ବି କମିବ। ନ‌ଚେତ୍‌ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଏଥିପାଇଁ ଜଳସେଚନ ବିଭାଗ ଓ ଭୁବନେଶ୍ବର ମହାନଗର ନିଗମ ଉତ୍ତରଦାୟୀ ହେବେ।

Bhubaneswar | Odisha | River