BMC Commissioner: ବିଏମ୍‌ସି କମିସନର୍‌ଙ୍କ ସହ ଠିକାଦାରଙ୍କ ଆଲୋଚନା: ‘ଟେଣ୍ଡର, ବିଲ୍‌ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି’

Advertisment

ଟେଣ୍ଡର ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି। ସମୟରେ ସିକ୍ୟୁରିଟି ଜମା(ଇଏମ୍‌ଡି) ଫେରସ୍ତ କରାଯାଉନି। ବର୍ଷ ବର୍ଷ ଧରି ଏହା ବାକି ପଡ଼ିଛି। ଏଣୁ ଠିକାଦାରମାନେ ସମୟରେ କାମ ସାରି ପାରୁନାହାନ୍ତି।

ଟେଣ୍ଡର ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି। ସମୟରେ ସିକ୍ୟୁରିଟି ଜମା(ଇଏମ୍‌ଡି) ଫେରସ୍ତ କରାଯାଉନି। ବର୍ଷ ବର୍ଷ ଧରି ଏହା ବାକି ପଡ଼ିଛି। ଏଣୁ ଠିକାଦାରମାନେ ସମୟରେ କାମ ସାରି ପାରୁନାହାନ୍ତି।

bmc

ଭୁବନେଶ୍ବର: ଟେଣ୍ଡର ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି। ସମୟରେ ସିକ୍ୟୁରିଟି ଜମା(ଇଏମ୍‌ଡି) ଫେରସ୍ତ କରାଯାଉନି। ବର୍ଷ ବର୍ଷ ଧରି ଏହା ବାକି ପଡ଼ିଛି। ଏଣୁ ଠିକାଦାରମାନେ ସମୟରେ କାମ ସାରି ପାରୁନାହାନ୍ତି। ଏହା ସ୍ମାର୍ଟ ଓ ସ୍ବଚ୍ଛ ଭୁବନେଶ୍ବର ଗଠନରେ ଅନ୍ତରାୟ ସୃଷ୍ଟି କରୁଛି। ବିଏମ୍‌ସି ଠିକାଦାର ସଂଘ ଆଜି ଏଭଳି ଅଭିଯୋଗ ନେଇ ବିଏମ୍‌ସି କମିସନର୍‌ ଚଞ୍ଚଳ ରାଣାଙ୍କ ସହ ଆଲୋଚନା କରିଛି। ସମସ୍ତ ଅଭିଯୋଗ ଶୁଣିବା ପରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମିସନର୍‌ ପ୍ରତିଶ୍ରୁତି ଦେଇଛନ୍ତି।

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

କମିସନର୍‌ ଶ୍ରୀ ରାଣା ଓ ବିଏମ୍‌ସି ଠିକାଦାର ସଂଘ ଭିତରେ ଆଜି ଏକ ଆଲୋଚନା ବୈଠକ ହୋଇଛି। ବୈଠକରେ ସଂଘ ଅଭିଯୋଗ କରିଥିଲା, ବର୍ତ୍ତମାନ ବିଏମ୍‌ସି ଟେଣ୍ଡର ଆହ୍ୱାନଠାରୁ ଚୂଡ଼ାନ୍ତ ଚୁକ୍ତିନାମା ପର୍ଯ୍ୟନ୍ତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଛି। ଏହି ପ୍ରଶାସନିକ ବିଳମ୍ବ ପାଇଁ ପ୍ରକଳ୍ପ କାମ ବାଧାପ୍ରାପ୍ତ ହେଉଛି ଓ ପ୍ରକଳ୍ପର ଖର୍ଚ୍ଚ ବଢ଼ୁଛି। ଏଭଳି ବିଳମ୍ବିତ ପ୍ରକ୍ରିୟା କାରଣରୁ ଜଣେ ଠିକାଦାର ଏକାସାଙ୍ଗରେ ଅନେକ ଟେଣ୍ଡର୍‌ରେ ଭାଗ ନେବାକୁ ବାଧ୍ୟ ହେଉଛନ୍ତି। ଏଣୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ ପରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଦେଶ ଦେବାକୁ ସଂଘ ଦାବି କରିଥିଲା। ସଂଘ କହିଥିଲା, ଆର୍ଥିକ ବିଡ୍ ଖୋଲିବା, ଏଲ୍‌-୧ ଓ ଏଲ୍‌-୨ ସ୍ଥିତି ନିର୍ଦ୍ଧାରଣ ହେବା ମାତ୍ରେ ଅନ୍ୟ ସମସ୍ତ ଅକୃତକାର୍ଯ୍ୟ ବିଡର୍‌ଙ୍କ ସିକ୍ୟୁରିଟି ଜମାର ସ୍ବୟଂଚାଳିତ ଫେରସ୍ତ ବ୍ୟବସ୍ଥା କରାଯାଉ। ଜୋନାଲ୍‌ ଡେପୁଟି କମିସନର୍‌ଙ୍କ ଅଫିସରେ ଜାଣିଶୁଣି ମାସ ମାସ ଧରି ଫାଇଲ୍‌ ପକାଇ ରଖାଯାଉଛି। ବିଲ୍ ଅନୁମୋଦନ ଓ ପ୍ରକଳ୍ପ ସମୟସୀମା ବୃଦ୍ଧି ସମ୍ବନ୍ଧୀୟ ଅନେକ ଫାଇଲ୍ ବିନା କାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ରହିଛି। କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଉଛୁ। ଫାଇଲ୍ ପଡ଼ି ରହିବାର ମୁଖ୍ୟ କାରଣ ହେଉଛି ଅଡିଟ୍ ଆବଶ୍ୟକତା ବିଷୟରେ ସ୍ପଷ୍ଟତା ନଥିବା।

SFHSFHHFFH

ଏଣୁ ଅଡିଟ୍‌ର ପ୍ରତ୍ୟେକ ବର୍ଗର କାର୍ଯ୍ୟ ପାଇଁ ଚେକ୍‌ଲିଷ୍ଟ କରାଯାଉ ଓ ଏହାକୁ ଅଧିକାରୀଙ୍କୁ ପ୍ରଦାନ କରାଯାଉ। ପରିଚାଳନା ପାଇଁ ବିଏମ୍‌ସି ଡିଭିଜନ-୧ର କାର୍ଯ୍ୟ ବିଭାଗରେ ଜଣେ ପ୍ରଧାନ ସହାୟକ ନିଯୁକ୍ତ ଦିଆଯାଉ। କାର୍ଯ୍ୟାଦେଶ ପୂର୍ବରୁ ସଂପୂର୍ଣ୍ଣ ପ୍ରଶାସନିକ ଅନୁମୋଦନ ହେଉ। ବିଲ୍ ଦାଖଲ ପରେ କନିଷ୍ଠ, ସହକାରୀ ଯନ୍ତ୍ରୀଙ୍କ ଅନୁ‌ମୋଦନ ପରେ ବିଏମ୍‌ସି ପକ୍ଷରୁ ଠିକାଦାରଙ୍କୁ ଏହି ଟଙ୍କା ଦେବାକୁ ଏକ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ କରାଯାଉ। ଯଦ୍ବାରା ସମସ୍ତ କାମର ଟଙ୍କା ଠିକାଦାରମାନେ ଠିକ୍‌ ସମୟରେ ପାଇପାରିବେ। ବୈଠକରେ ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ବିଏମ୍‌ସି ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା, ବିଏମ୍‌ସି ଠିକାଦାର ସଂଘ ସଭାପତି ମଳୟ ମହାପାତ୍ର, ଯୁଗ୍ମ ସଂପାଦକ ମାସୁମ ମଲ୍ଲିଆ ପ୍ରମୁଖ ଉପସ୍ଥିତ ଥିଲେ।

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe