ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜଣେ ସଫେଇ କର୍ମଚାରୀ ଦୈନିକ ଦେଢ଼କିମି ରାସ୍ତା ସଫା କରିବା ନିୟମକୁ ବିରୋଧ କରିଛନ୍ତି ସଫେଇ କର୍ମଚାରୀ। ଏହାର ପ୍ରତିବାଦରେ ଆଜି ଶହଶହ ସଂଖ୍ୟାରେ ସଫେଇ କର୍ମଚାରୀ ବିଏମ୍ସି କାର୍ଯ୍ୟାଳୟ ଘେରଉ କରିବା ସହ ଗଣଧାରଣା ଦେଇଛନ୍ତି। ଅଧିକାରୀଙ୍କ ଗାଡ଼ିକୁ ବାହାରକୁ ଛାଡ଼ି ଦେଇନାହାନ୍ତି। ପୁଲିସର ହସ୍ତକ୍ଷେପ ପରେ ଅଧିକାରୀଙ୍କ ଗାଡ଼ି ବାହାରକୁ ବାହାରିଛି। ଅପରପକ୍ଷେ ଏ ଦିଗରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଅତିରିକ୍ତ କମିସନର୍ କୈଳାସ ଚନ୍ଦ୍ର ଦାସଙ୍କ ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ହଟିଛନ୍ତି।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି, ଆଗରୁ ତିନିଜଣ ସଫେଇ କର୍ମଚାରୀ ୭୫୦ ମିଟର ରାସ୍ତା ଝାଡ଼ୁ ମାରିବା ସହ ସଫାସୁତରା କରିବାକୁ ନିୟମ ରହିଥିଲା। ଏବେର ନୂଆ ଟେଣ୍ଡର ଅନୁସାରେ ସଫେଇ କର୍ମଚାରୀଙ୍କୁ ଦେଢ଼ କିଲୋମିଟର ଝାଡ଼ୁ ମାରିବାର ନିୟମ କରାଯାଇଛି। ଏପରି ନିୟମ ଲାଗୁ ପୂର୍ବରୁ ସଫେଇ କର୍ମଚାରୀଙ୍କ ଶାରିରୀକ ସ୍ଥିତିକୁ ଅଣଦେଖା କରାଯାଇଛି। ଏହି ନିୟମ ଅମାନବୀୟ। ସେହି ଅନୁସାରେ କୌଣସି ମଜୁରି ବି ବୃଦ୍ଧି କରାଯାଇନି। ଅଣକୁଶଳୀ ଦିନ ମଜୁରିଆ ଭାବେ ସଫେଇ କର୍ମଚାରୀମାନେ କାମ କରୁଛନ୍ତି ଓ ଇଏସ୍ଆଇ, ଇପିିଏଫ୍ କଟିବା ପରେ ମାସିକ ମାତ୍ର ୧୩ହଜାର ୫ଶହ ଟଙ୍କା ପାଉଛନ୍ତି।
Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ
ଦରମାରୁ ଇପିଏଫ୍, ଇଏସ୍ଆଇ କଟୁଥିଲେ ବି ନିମୟିତ ଜମା କରାଯାଉନି। ସେପଟେ ସଫେଇ ଏଜେନ୍ସିମାନେ ନିୟମିତ ଦରମା ବି ଦେଉନାହାନ୍ତି। ମାସର ପ୍ରଥମ ସପ୍ତାହ ବଦଳରେ ଦରମା ଦେବାରେ ମାସ ମାସ ଗଡ଼ାଇ ଦେଉଛନ୍ତି। ପ୍ରତିବାଦ କଲେ ମନଇଛା ଛଟେଇ କରାଯାଉଛି। ଅଭିଜ୍ଞଙ୍କୁ ସଫେଇ କାମରୁ ବାହାର କରାଯାଇ ଅନଭିଜ୍ଞ ତଥା ଅଳ୍ପ ବୟସ୍କଙ୍କୁ ରଖାଯାଉଛି। ଏଣୁ ତୁରନ୍ତ ଦେଢ଼ କିଲୋମିଟର ଝାଡ଼ୁ ମାରିବା ନିୟମ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବି ଉପରେ ଦୃଷ୍ଟି ଦେବାକୁ ଦାବି ରଖିଥିଲେ। ସକାଳୁ ଆନ୍ଦୋଳନ ପରେ ଅପରାହ୍ଣ ପ୍ରାୟ ୩ଟାରେ ଏକ ପ୍ରତିନିଧି ଦଳଙ୍କୁ ବିଏମ୍ସି ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିଲା। ପ୍ରତିନିଧି ଦଳଙ୍କ ସହ ଅତିରିକ୍ତ କମିସନର୍ ଶ୍ରୀ ଦାସଙ୍କ ଆଲୋଚନା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/fxfhfsfhxbvvb-2026-01-06-01-58-26.jpg)