Drinking water supply: ଦୂର ହେଉନି ପାନୀୟଜଳ ଯୋଗାଣ ସମସ୍ୟା: ଡ୍ରେନ୍‌ ଓ ରାସ୍ତା ସ୍ଥିତି ବି ସୁଧୁରୁନି

Advertisment

ସହରାଞ୍ଚଳରେ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ଏକ ସାଧାରଣ କଥା। କ୍ଷୁଦ୍ର ସହରଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଏଥିପାଇଁ ପାଣିଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟ କରିଥାଏ।

ସହରାଞ୍ଚଳରେ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ଏକ ସାଧାରଣ କଥା। କ୍ଷୁଦ୍ର ସହରଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଏଥିପାଇଁ ପାଣିଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟ କରିଥାଏ।

fhshsxbv

ଜଟଣୀ: ସହରାଞ୍ଚଳରେ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ଏକ ସାଧାରଣ କଥା। କ୍ଷୁଦ୍ର ସହରଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଏଥିପାଇଁ ପାଣିଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟ କରିଥାଏ। କିନ୍ତୁ ଏବେ ବି ଜଟଣୀ ସହରର ଅନେକ ଜାଗାରେ ଲୋକେ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ସହରାଞ୍ଚଳରେ ଥାଇ ବି ଏମାନେ କୂଅରୁ ପାଣି କାଢ଼ି ବ୍ୟବହାର କରୁଛନ୍ତି। ରେଳବାଇ ଅଧୀନରେ ଥିବା ସ୍ଥାନୀୟ ପୌରପାଳିକାର ୭ଟି ୱାର୍ଡ ମଧ୍ୟରେ ରହିଥିବା ୨୦ ନମ୍ବର ୱାର୍ଡରେ ଦୂର ହୋଇପାରୁନି ପାନୀୟ ଜଳ ସମସ୍ୟା। ବର୍ଷ ବର୍ଷ ଧରି ଏଠାରେ ପାନୀୟ ଜଳ ଯୋଗାଣ କେବଳ ସ୍ବପ୍ନ ହୋଇ ରହିଛି। ଏହି ୱାର୍ଡ ଅଧୀନରେ ଭଗବତୀନଗର, ବାବାନଗର, ମାଣିଆ ଛକ ଆଦି ଅଞ୍ଚଳ ରହିଛି। ପାନୀୟ ଜଳ ଯୋଗାଣର ଆଧୁନିକ ବ୍ୟବସ୍ଥା ଏଠି ହୋଇ ପାରି ନ ଥିବାରୁ ଏବେବି ଏହି ୱାର୍ଡରେ ଦୁଇ ଶହରୁ ଅଧିକ ପରିବାର ପାନୀୟ ଜଳ ପାଇଁ ସାଧାରଣ କୂଅ ଓ ନଳକୂଅ ଉପରେ ନିର୍ଭର କରୁଛନ୍ତି। 

Get delivery in 10 minutes: ୧୦ ମିନିଟ୍‌ରେ ଡେଲିଭରିକୁ ଛାଟ: ହସ୍ତକ୍ଷେପ କଲେ ସରକାର, ସେବା ବନ୍ଦ କଲା ବ୍ଲିଙ୍କ୍‌ଇଟ୍‌

ଏବେ ବି କୂଅ ଉପରେ ନିର୍ଭର କରୁଛନ୍ତି ୱାର୍ଡ ବାସିନ୍ଦା
ଡ୍ରେନ୍‌ ଓ ରାସ୍ତା ସ୍ଥିତି ବି ସୁଧୁରୁନି 

ଜଟଣୀ ସହରକୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ୱାର୍ଡର ଅନେକ ଅଞ୍ଚଳ ଏହି ଯୋଜନାରୁ ବଞ୍ଚିତ। କେବଳ ସେତିକି ନୁହେଁ, ରାସ୍ତା ଓ ଡ୍ରେନ୍‌ ଅବସ୍ଥାରେ ମଧ୍ୟ ସୁଧାର ଆସୁ ନାହିଁ। ଏହି ୱାର୍ଡର କିଛି ପ୍ରମୁଖ ରାସ୍ତା ଏବେ ବି କଚ୍ଚା ଅବସ୍ଥାରେ ରହିଛି। ଏଠାରେ ଥିବା ଡ୍ରେନ୍‌ଗୁଡ଼ିକର ଅବସ୍ଥା ମଧ୍ୟ ଦୟନୀୟ। ନିୟମିତ ସଫେଇ ହେଉ ନ ଥିବାରୁ ବହୁ ଡ୍ରେନ୍‌ ଆବର୍ଜନାରେ ପୋତି ହୋଇ ରହିଛି ଓ ଦୁର୍ଗନ୍ଧମୟ ପରିବେଶରେ ସ୍ଥାନୀୟ ଲୋକେ କଲବଲ ହେଉଛନ୍ତି।  ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ହେଉଛି ଓ ସବୁ ନିର୍ବାଚନ ବେଳେ ପୁଳାପୁଳା ପ୍ରତିଶ୍ରୁତି ମିଳୁଛି। କିନ୍ତୁ ବିକାଶମୂଳକ କାର୍ଯ୍ୟ ନାହିଁ। ଏହି ୱାର୍ଡ ଉପରେ ପ୍ରଶାସନର ନଜର ପଡୁନି। ୱାର୍ଡର ବିକାଶ ପାଇଁ ସେଭଳି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

Supreme Court: ବୁଲାକୁକୁର ମାମଲା: କଠୋର ହେଲେ ସର୍ବୋଚ୍ଚ ଅଦାଲତ, ପ୍ରତ୍ୟେକ କାମୁଡ଼ା, ମୃତ୍ୟୁେର ରାଜ୍ୟ ଗଣିବ ମୋଟା ଅଙ୍କ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe