ଭୁବନେଶ୍ୱର: ଦେଶରେ ଅର୍ଥନୈତିକ ବୈଷମ୍ୟ ଚରମ ସୀମାରେ ପହଞ୍ଚିଛି। ଦେଶର ସିଂହଭାଗ ସମ୍ପତ୍ତି ମାତ୍ର କିଛି ହାତଗଣତି ଲୋକଙ୍କ ପାଖରେ ମହଜୁଦ ରହିଯାଉଛି। ଏହା ଦେଶର ପ୍ରକୃତ ପ୍ରଗତିର ବାଧକ। ଅର୍ଥନୈତିକ ଅଧିକାର ମଧ୍ୟ ସମସ୍ତଙ୍କର ମୌଳିକ ଅଧିକାର। ସମସ୍ତଙ୍କୁ ଖାଦ୍ୟ, ରୋଜଗାର, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ପେନ୍ସନ୍ ମିଳିବା ଉଚିତ। ପଦ୍ମଚରଣ ନାୟକ ଜନ୍ମ ଶତବାର୍ଷିକୀ ସମିତି ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ପଦ୍ମଚରଣ ନାୟକ ଜନ୍ମ ଶତବାର୍ଷିକୀ ସମାରୋହରେ ‘ଭାରତରେ ଅର୍ଥନୈତିକ ଅଧିକାରର ଆବଶ୍ୟକତା’ ଶୀର୍ଷକ ଉପରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ମୁଖ୍ୟଅତିଥି ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକ ଏଭଳି କହିଛନ୍ତି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକଙ୍କୁ ପ୍ରଶଂସା କରି ସେ ଜଣେ ଆଦର୍ଶ ପୁରୁଷ ବୋଲି ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ।
'Sambad' Berhampur Edition: ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ୩୬ତମ ସ୍ବନକ୍ଷତ୍ର ଉତ୍ସବ
କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ପରିବାରରେ ସଚେତନତା ସୃଷ୍ଟି ହେଲେ, ରାଜ୍ୟରେ ନିଶାର ବ୍ୟବହାର କମିଯିବ ବୋଲି ସେ କହିଥିଲେ। ସ୍ୱାଭିମାନୀ ଓ ସାହସୀ ଲେଖକ ଶ୍ରୀ ନାୟକଙ୍କୁ କେବଳ ପ୍ରଂଶସା ନ କରି ତାଙ୍କ ଜୀବନଚର୍ଯ୍ୟାକୁ ଅନୁକରଣ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଲେ ଯେ ନିଶାରୁ ରାଜ୍ୟକୁ ମିଳୁଥିବା ଅର୍ଥ କେବେ ବି ଏକ ଆୟ ନୁହେଁ, ବରଂ ଏହା ସମାଜ ପାଇଁ ବଡ଼ କ୍ଷତି। ନିଶାସେବନ କାରଣରୁ ବଢ଼ୁଥିବା ବିଶୃଙ୍ଖଳା ଓ ଅପରାଧ ଯୋଗୁ ସମାଜ ଧ୍ୱଂସଗାମୀ ହେଉଛି ବୋଲି ସେ କହିଥିଲେ। ସମାଜକୁ ନିଶାମୁକ୍ତ କରିବାର ସଂଗ୍ରାମ ତାଙ୍କୁ ଦୀର୍ଘଦିନ ଧରି ବଞ୍ଚେଇ ରଖିଛି ବୋଲି ଅନ୍ୟତମ ଅତିଥି ପଦ୍ମଚରଣ ନାୟକ କହିଥିଲେ।
9.54 lakhs fraud : ପୁଞ୍ଜିନିବେଶ ନାଁରେ ସାଢ଼େ ୯୪ଲକ୍ଷ ଠକେଇ
ଏହି ଅବସରରେ ଶ୍ରୀ ନାୟକଙ୍କ ନିର୍ବାଚିତ ସ୍ତମ୍ଭ ପୁସ୍ତକ ‘ନିର୍ଯାସ’ ଉନ୍ମୋଚିତ ହୋଇଥିଲା। ଏଥିସହିତ ଶ୍ରୀ ନାୟକଙ୍କ ସହଯୋଗୀ ମହାକାଳପଡ଼ାର ବୈଷ୍ଣବ ରାଉତ, ଗୋପବନ୍ଧୁ-ରମାଦେବୀ ଆଶ୍ରମର ସମ୍ପାଦକ ନିମାଇଁ ରାୟ, ମଦ ବିରୋଧୀ ଆନ୍ଦୋଳନକୁ ସଫଳ କରିଥିବା କୋରାପୁଟ ଜିଲ୍ଲାର ବିଚିତ୍ରାନନ୍ଦ ପଣ୍ଡା ଓ ସହଯୋଗୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସମିତିର ଆବାହକ ଦିଲ୍ଲୀପ ଦାଶଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ମୋନା’ର କାର୍ଯ୍ୟକାରୀ ସଭାପତି କାହ୍ନୁଚରଣ ବେହୁରା ମୋନା ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ନିରଞ୍ଜନ ପଟ୍ଟନାୟକ, ସ୍ତମ୍ଭକାର ନଟବର ଖୁଣ୍ଟିଆ, ପୂର୍ବତନ ପ୍ରଶାସକ ସଞ୍ଜୀବ ହୋତା, ଅରବିନ୍ଦ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୁଳମଣି ନାୟକ ବେଦପାଠ କରିଥିଲେ। ଆଶୁତୋଷ, ରାଜଶ୍ରୀ ବିଶ୍ୱାଳ, ବାସନ୍ତୀ ଆଚାର୍ଯ୍ୟ ସଙ୍ଗୀତ ଗାନ କରିଥିଲେ। ପ୍ରିୟମ୍ୱଦା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
Follow Us