Ekamra Project: ଏକାମ୍ର ପ୍ରକଳ୍ପ: ବିକୃତ ହେଲାଣି ବିକଶିତ ଅଞ୍ଚଳ, ମାଡ଼ି ବସିଲେଣି ଅଧିକୃତ ଜମି

Advertisment

ଝଟକିବ ଏକାମ୍ର କ୍ଷେତ୍ର। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଚୌହଦିର ହେବ ପୂର୍ଣ୍ଣ ବିକାଶ। ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଏକାମ୍ର ପ୍ରକଳ୍ପ’। ଏଥିପାଇଁ ଜମି ଅଧିଗ୍ରହଣ ହେଲା। ମନ୍ଦିର ଚତୁଃପାର୍ଶ୍ବରେ ଥିବା ବ୍ୟକ୍ତିଗତ ଘର, ଦୋକାନୀଙ୍କୁ ଉଚ୍ଛେଦ କରାଗଲା।

ଝଟକିବ ଏକାମ୍ର କ୍ଷେତ୍ର। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଚୌହଦିର ହେବ ପୂର୍ଣ୍ଣ ବିକାଶ। ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଏକାମ୍ର ପ୍ରକଳ୍ପ’। ଏଥିପାଇଁ ଜମି ଅଧିଗ୍ରହଣ ହେଲା। ମନ୍ଦିର ଚତୁଃପାର୍ଶ୍ବରେ ଥିବା ବ୍ୟକ୍ତିଗତ ଘର, ଦୋକାନୀଙ୍କୁ ଉଚ୍ଛେଦ କରାଗଲା।

dgdagzcvvc

ଭୁବନେଶ୍ବର / ପୁରୁଣା ଭୁବନେଶ୍ବର: ଝଟକିବ ଏକାମ୍ର କ୍ଷେତ୍ର। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଚୌହଦିର ହେବ ପୂର୍ଣ୍ଣ ବିକାଶ। ଏହି ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଏକାମ୍ର ପ୍ରକଳ୍ପ’। ଏଥିପାଇଁ ଜମି ଅଧିଗ୍ରହଣ ହେଲା। ମନ୍ଦିର ଚତୁଃପାର୍ଶ୍ବରେ ଥିବା ବ୍ୟକ୍ତିଗତ ଘର, ଦୋକାନୀଙ୍କୁ ଉଚ୍ଛେଦ କରାଗଲା। କୋଟି କୋଟି ଟଙ୍କା ଜମି ଅଧିଗ୍ରହଣରେ ଖର୍ଚ୍ଚ ହେଲା। କିନ୍ତୁ ସମୟ ବଦଳିବା ସହ ଏହି ପ୍ରକଳ୍ପ ଏବେ ମନ୍ଥର ପଡ଼ିଛି। ଯେହେତୁ ପ୍ରକଳ୍ପ ଗତି ଧରିଲାନି, ପ୍ରକଳ୍ପ ପାଇଁ ଯେତିକି ଜମି ଉଚ୍ଛେଦ ଓ ଅଧିଗ୍ରହଣ ହୋଇଥିଲା, ତାହା ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ କବଳକୁ ଚାଲିଗଲାଣି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବ ବି ଏଥିରୁ ବର୍ତ୍ତିନି। କେଉଁଠି ପଇଡ଼ ବେପାର ତ କେଉଁଠି ଜଳଖିଆ, ଘରକରଣା ସାମଗ୍ରୀ ବିକ୍ରି ହେଲାଣି।

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ସେପଟେ ଉଚ୍ଛେଦ ଓ ଜମି ଅଧିଗ୍ରହଣ ପରେ ଯେଉଁ ବିକାଶ କାମ କରାଯାଇଥିଲା, ତାହା ଭଗ୍ନ ଅବସ୍ଥାକୁ ଚାଲିଗଲାଣି। ସେ ପଥରର କଳାକୃତି ହେଉ କି ପଥପ୍ରାନ୍ତ ରାସ୍ତା ସୌନ୍ଦର୍ଯୀକରଣ। ଶୋଭାବର୍ଦ୍ଧନକାରୀ ବୃକ୍ଷରାଜି, ସୂଚନା ଫଳକ, ସବୁକିଛି ଉଜୁଡ଼ିଗଲାଣି। ଆଳଙ୍କ‌ାରିକ ଲାଇଟ୍ ଭାଙ୍ଗିଗଲାଣି। ରକ୍ଷଣାବେକ୍ଷଣ ଓ ଦୂରଦୃଷ୍ଟି ଅଭାବରୁ ଏହି ପ୍ରକଳ୍ପର ବିକାଶ କାମ ତ ଉଜୁଡ଼ିଗଲାଣି, ଏଥିସହ ପୂର୍ବଭଳି ଜବରଦଖଲ, ମନଇଛା ପାର୍କିଂ ସଂଧ୍ୟାରେ ଯା’ଆସ ବେଳେ ଲୋକଙ୍କୁ ଅଣନିଃଶ୍ବାସୀ କଲାଣି। ଅନେକ ବିକାଶ କାର୍ଯ୍ୟ ଅଧାଗଢ଼ା ଅବସ୍ଥାରେ ଥିବାରୁ ଭକ୍ତଙ୍କୁ ବିପଦ ସାଜିଛି।

ମାଡ଼ି ବସିଲେଣି ଅଧିକୃତ ଜମି
ଉଠାଦୋକାନୀଙ୍କ କବଳରେ ମନ୍ଦିର ଚତୁଃପାର୍ଶ୍ବ
ଭାଙ୍ଗିଗଲାଣି ଅଳଙ୍କରଣ ଲାଇଟ୍ ଓ ଅନ୍ୟାନ୍ୟ ଭିତ୍ତିଭୂମି  

୨୦୧୯ ମସିହାରେ ‘ଏକାମ୍ର ପ୍ରକଳ୍ପ’ର ପରିକଳ୍ପନା କରାଯାଇଥିଲା। ପ୍ରାୟ ୮୦ ଏକର ଜାଗାରେ ୨୮୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ୧୧ଶହ ଶତାବ୍ଦୀର ଐତିହାସିକ ଶ୍ରୀଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ସହ ଏକାମ୍ର କ୍ଷେତ୍ରର ସ୍ମାରକୀ ପୁନରୁଦ୍ଧାର ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ବିଏମ୍‌ସି ପ୍ରକଳ୍ପର ନୋଡାଲ ଏଜେନ୍ସି ଥିଲା। ଓବିସିସି ଅଧୀନରେ ରାଞ୍ଚିର ବିପିସି ଇନ୍‌ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍‌କୁ ଏହି କାମ ଦିଆଯାଇଥିଲା। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଭଳି ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ତ୍ରିଦିନାତ୍ମକ ଭୂମିପୂଜନ ଉତ୍ସବର ଆୟୋଜନ କରାଯାଇଥିଲା। ୨୦୨୩ ଜୁନ ୨୮ ତାରିଖ ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ମହାପ୍ରଭୁଙ୍କ ବାହୁଡ଼ା ତିଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପ(ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍)ର ଶିଳାନ୍ୟାସ କରିଥିଲେ। ଦେଢ଼ ବର୍ଷ(୧୮ ମାସ) ଭିତରେ ଅର୍ଥାତ୍ ୨୦୨୫ ନୂଆ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଘୋଷଣା ହେଲା। ଇତିମଧ୍ୟରେ ଅଢ଼େଇ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପର ଅଧାରୁ ଅଧିକ କାମ ଆରମ୍ଭ ହୋଇନି। ଜମି ଅଧିଗ୍ରହଣ ବି ସଂପୂର୍ଣ୍ଣ ହୋଇପାରିନି। ଏବେ ବି ଅଧିକୃତ ହେବାକୁ ଥିବା ୧୬ ଏକର ବେସରକାରୀ ଜମିରୁ ୭ ଏକର ଅଧିଗ୍ରହଣ ବାକି ରହିଛି।

Literature: ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର

ପ୍ରକଳ୍ପର ରୂପରେଖ
ଏକାମ୍ର ପ୍ରକଳ୍ପକୁ ୭ଟି ଭାଗରେ ବିଭକ୍ତ କରାଯାଇଥିଲା। ରାସ୍ତା ଓ ପାର୍କିଂ, ପ୍ଲାଜା, ମନ୍ଦିର ପାଇଁ ସମସ୍ତ ସୁବିଧା ସହ ସହଜ ଦର୍ଶନ ବ୍ୟବସ୍ଥା ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଓ ପାର୍କିଂ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ୧୬୦୦ ବର୍ଗମିଟର ଜାଗାରେ ସୂଚନା କେନ୍ଦ୍ର, ବିନ୍ଦୁସାଗର ଚତୁଃପାର୍ଶ୍ବରେ ଚଲାପଥ ନିର୍ମାଣ ପାଇଁ ଯୋଜନା ରହିଥିଲା। ସାନିଟାରିୟମ୍ ଛକ ନିକଟରେ ବହୁତଳ ପାର୍କିଂ ଓ ଥାନା ନିର୍ମାଣ, ଲିଙ୍ଗରାଜ ଏଣ୍ଟ୍ରାନ୍ସ ପ୍ଲାଜା, କେଦାରଗୌରୀ ପ୍ଲାଜା, ଅନନ୍ତବାସୁଦେବ ଫ୍ଲାଜା, ଲିଙ୍ଗରାଜ ହାଟ, ଭଜନମଣ୍ଡପ, ଅନନ୍ତବାସୁଦେବ ରୋଷଶାଳା, ବିନ୍ଦୁସାଗର ଚତୁଃପାର୍ଶ୍ବରେ ପାଦଚଲା ରାସ୍ତା, ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟୀକରଣ ଭଳି ଯୋଜନା ରହିଥିଲା। ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଜଳାଶୟର ପୁନରୁଦ୍ଧାର ସହ ଶ୍ରୀଲିଙ୍ଗରାଜଙ୍କ ଚତୁଃପାର୍ଶ୍ବର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଥିଲା।

ସମାନ୍ତରାଳ ରାସ୍ତା ଅସଂପୂର୍ଣ୍ଣ
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବ ଭିଡ଼କୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ସମାନ୍ତରାଳ ରାସ୍ତାର ପରିକଳ୍ପନା କରିଥିଲେ। ଏହି ନୂଆ ରାସ୍ତା ତାଳେଶ୍ବର ମନ୍ଦିରଠାରୁ ଲିଙ୍ଗରାଜ ମାର୍କେଟ୍ ପର୍ଯ୍ୟନ୍ତ ସଂଯୋଗ କରିଥାନ୍ତା। ସେହି ଅନୁସାରେ ଜମି ଅଧିଗ୍ରହଣ ସହ ପ୍ରଶସ୍ତ ରାସ୍ତା ଓ ରାସ୍ତାକଡ଼ରେ ବକ୍ସ ଡ୍ରେନ୍ ନିର୍ମାଣ ଯୋଜନା ହେଲା। ରାସ୍ତା ଓ ଡ୍ରେନ୍‌ର ପ୍ରାରମ୍ଭିକ କାର୍ଯ୍ୟ ବି ଆରମ୍ଭ ହେଲା। ପାଖ ଘର କାଳେ ଭୁଶୁଡ଼ି ପଡ଼ିବ, ସେ ନେଇ ସୁଉଚ୍ଚ ପ୍ରାଚୀର ନିର୍ମାଣ ହେଲା। କିନ୍ତୁ ଏହି ରାସ୍ତା ଓ ବକ୍ସ ଡ୍ରେନ୍ ଅଧାଗଢ଼ା ଅବସ୍ଥାରେ ପଡ଼ିଛି। ଏଥିରେ ଲାଗିଥିବା ଲୁହା ରଡ୍ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ସେପଟେ ବହୁଦିନ ହେଲାଣି କାମ ହୋଇନଥିବାରୁ ଚିହ୍ନଟ ଜାଗା ଜଙ୍ଗଲ ପାଲଟିଗଲାଣି।

ଆଶା ଦେଖାଇଲେ ପୂର୍ତ୍ତ ମନ୍ତ୍ରୀ
ଏକାମ୍ର ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ଆଶା ଦେଖାଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକଳ୍ପ ସହ ସଂପୃକ୍ତ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବା ସହ ୨୦୨୬ ଜୁନ୍ ସୁଦ୍ଧା ପ୍ରକଳ୍ପ ଶେଷ ହେବ ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଯେଉଁ ଠିକାସଂସ୍ଥା ୨୦୨୩ ମସିହାରୁ କାମ କରୁଥିଲା, ସେ କାମ ଠିକ୍‌ରେ ନ କରିବା କାରଣରୁ କାମ ବିଳମ୍ବିତ ହୋଇଛି। ଏଣୁ ଏହି ଠିକାସଂସ୍ଥା ନେଇଥିବା କାମକୁ ବନ୍ଦ କରି ଦିଆଯାଇଛି। ୩/୪ ଭାଗରେ ବଳକା କାମ ତୁରନ୍ତ ସାରିବାକୁ ଯୋଜନା କରାଯାଇଛି। ମାର୍ଚ୍ଚରେ ଯେହେତୁ ମହାଶିବରାତ୍ରୀ, ଫେବ୍ରୁଆରି ଶେଷ ସୁଦ୍ଧା ପାର୍କିଂ କାମ ଶେଷ ହେବ। ଡିପିଆର୍‌ ଅନୁଯାୟୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ଅନନ୍ତ ବାସୁବେଦଙ୍କ ମନ୍ଦିର ପ୍ଲାଜା ଓ ସଂପୃ୍କ୍ତ ରାସ୍ତାକୁ ମାର୍ଚ୍ଚ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନ୍ଦୁସାଗର ଚତୁଃପାର୍ଶ୍ବ, ଆମ୍ପି ଥିଏଟର୍ ଓ ଅନ୍ୟାନ୍ୟ ବିକାଶମୂଳକ କାମକୁ ବି ତ୍ବରାନ୍ବିତ କରାଯିବ।  ବ୍ୟାଖ୍ୟାନ କେନ୍ଦ୍ର ମଠ ଜମି ସମସ୍ୟା କାରଣରୁ ବିଳମ୍ବ ହେବ। କାମ ସରିବା ଡିସେମ୍ବର ହୋଇଯିବ। ଦୁଇ ପୁଷ୍କରିଣୀ ଦେବୀ ପାଦହରା ଓ ପାପନାଶିନୀର ପୁନରୁଦ୍ଧାର ଉପରେ ଏଏସ୍ଆଇ ସହ ଆଲୋଚନା ହୋଇଛି। ଆମେ ଅର୍ଥ ଯୋଗାଇଦେବୁ, କିନ୍ତୁ ଏଏସ୍ଆଇ ଏହାର ଡିପିଆର୍‌ ସହ କାମ କରିବ। ତଥାପି ସବୁ କାମ ୨୦୨୬ ମେ ଅବା ଜୁନ୍ ଭିତରେ ଶେଷ ହେବ। ଓବିସିସିକୁ କାମ ଅଗ୍ରଗତିର ସାପ୍ତାହିକ ରିପାର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜମି ଅଧିଗ୍ରହଣ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମ୍‌ସି ବି ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି।

ଉଜୁଡ଼ିଗଲାଣି ପାର୍କ, ଶୋଭାବର୍ଦ୍ଧନକାରୀ ଗଛ
ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଚୌହଦିର ଶ୍ରୀ ବୃଦ୍ଧି ପାଇଁ ତତ୍କାଳୀନ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଶୋଭାବର୍ଦ୍ଧନକାରୀ ଗଛ ଲଗାଇଥିଲେ। ମିନି ପାର୍କ ବି କରାଯାଇଥିଲା। ନାନାଦି ବୃକ୍ଷରାଜି ଶୋଭାବର୍ଦ୍ଧନ କରୁଥିଲା। ବିଶେଷ କରି ରୋଷଘର ପାର୍ଶ୍ବର ସର୍ବାଧିକ ବିକାଶ କରାଯାଇଥିଲା। ଯେହେତୁ ପ୍ରସାଦ ନେବା ବେଳେ ଅସମ୍ଭାଳ ଭିଡ଼ ହେଉଥିଲା, ଏହାକୁ ସୁବ୍ୟବସ୍ଥିତ କରିବାକୁ ଯାଇ ପ୍ରସ୍ତର ଚଟାଣ, ପାହାଚ ଆଦିର ବ୍ୟବସ୍ଥା ହୋଇଥିଲା। ଅପକ୍ଷାରତ ଭକ୍ତଙ୍କ ପାଇଁ ପାର୍କର ବ୍ୟବସ୍ଥା ହୋଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ ଉଜୁଡ଼ିଗଲାଣି। ସମାନ ସ୍ଥିତି ମନ୍ଦିର ଚତୁଃପାର୍ଶ୍ବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe