Advertisment

Ekamrakanan: ଏକାମ୍ରକାନନ-ଆଇଏମ୍‌ଏ ରାସ୍ତା ନିର୍ମାଣକୁ ବିରୋଧ: ଚୁନୁକୋଳି ଗାଁକୁ ପଶିପାରିଲାନି ପ୍ରଶାସନ

Advertisment

ଏକାମ୍ରକାନନଠାରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ୨୦୦ ଫୁଟିଆ ରାସ୍ତାକୁ ନେଇ ଚୁନୁକୋଳି ଗାଁରେ ପୁଣିଥରେ ବିରୋଧ ହୋଇଛି। ପୂର୍ବ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ନିଷ୍ପତ୍ତି ବିରୋଧରେ ଗ୍ରାମବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏକାମ୍ରକାନନଠାରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ୨୦୦ ଫୁଟିଆ ରାସ୍ତାକୁ ନେଇ ଚୁନୁକୋଳି ଗାଁରେ ପୁଣିଥରେ ବିରୋଧ ହୋଇଛି। ପୂର୍ବ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ନିଷ୍ପତ୍ତି ବିରୋଧରେ ଗ୍ରାମବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

sfhfhhf

ଚନ୍ଦ୍ରଶେଖରପୁର: ଏକାମ୍ରକାନନଠାରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ୨୦୦ ଫୁଟିଆ ରାସ୍ତାକୁ ନେଇ ଚୁନୁକୋଳି ଗାଁରେ ପୁଣିଥରେ ବିରୋଧ ହୋଇଛି। ପୂର୍ବ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ନିଷ୍ପତ୍ତି ବିରୋଧରେ ଗ୍ରାମବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାହା ସ୍ବାର୍ଥରେ ରାସ୍ତାର ନକ୍ସା ପରିବର୍ତ୍ତନ କରାଯାଉଛି ସେନେଇ ପ୍ରଶ୍ନ କରିବା ସହ ଗାଁ ପ୍ରବେଶପଥ ନିକଟରେ ଜଗି ରହିଥିଲେ। ସର୍ଭେ କରିବାକୁ ଆସିଥିବା ସରକାରୀ ଅଧିକାରୀମାନଙ୍କୁ ଗାଁ ଭିତରକୁ ପୂରାଇ ଦେଇ ନଥିଲେ। ଗ୍ରାମବାସୀଙ୍କ ସହ ପୂର୍ବତନ ମନ୍ତ୍ରୀ ସୁ‌‌‌ରେଶ ରାଉତରାୟ ସାମିଲ ହୋଇ ରାସ୍ତାରେ ଧାରଣା ଦେବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥିଲା। ସର୍ଭେ କରିବାକୁ ଆସିଥିବା ବିଡିଏ, ବିଏମ୍‌ସି, ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପାଖାପାଖି ତିନି ଘଣ୍ଟା ଧରି ଗ୍ରାମବାସୀ ଅଟକାଇ ରଖିଥିଲେ। ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଥିବାରୁ ପ୍ରଶାସନ ବି ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଛକାପଞ୍ଝା ଚାଲିବା ପରେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ ପହଞ୍ଚି ଆଲୋଚନା କରିଥିଲେ। ଶ୍ରୀ ରାଉତରାୟଙ୍କ ଜିଦି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇବା ସହ ଖାଲି ହାତରେ ଫେରିଥିଲା।

ଚୁନୁକୋଳି ଗାଁକୁ ପଶିପାରିଲାନି ପ୍ରଶାସନ
ସର୍ଭେ କରିବାକୁ ଆସି ସରକାରୀ ଅଧିକାରୀ ହଲାପଟା
ଗ୍ରାମବାସୀଙ୍କ ସହ ସାମିଲ ହେଲେ ସୁର ରାଉତରାୟ

ଭୁବନେଶ୍ବର ବ୍ଲକ୍‌ ଅନ୍ଧାରୁଆ ଗ୍ରାମ ପଞ୍ଚାୟତର ୫ ନମ୍ବର ୱାର୍ଡ ତଥା ଜଟଣୀ ନିର୍ବାଚନମଣ୍ଡଳୀ ଅଧୀନ ଚୁନୁକୋଳି ଗାଁ ଭିତରେ ରାସ୍ତା ନିଆଯାଉଥିବା ଜଣାପଡ଼ିବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ୨୦୧୭ରେ ରାଜ୍ୟ ସରକାର ଏହି ୨୦୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମ ନିକଟସ୍ଥ ଇଡ୍‌କୋର ଖାଲି ଜାଗାରେ ଆବଶ୍ୟକ ନାଲିମାଟି ପକାଯାଇ ରାସ୍ତା ପ୍ରସ୍ତୁତ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାସ୍ତାର ନକ୍ସା ପରିବର୍ତ୍ତନ ହୋଇଛି। ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ଦ୍ବାରା ଗ୍ରାମର ସାଧାରଣ ବର୍ଗଙ୍କ ସମେତ ବହୁ ଜନଜାତିର ଲୋକେ ପ୍ରଭାବିତ ହେବେ। ତେଣୁ ସମସ୍ୟାକୁ ବିଚାର କରି ରାସ୍ତା ନିର୍ମାଣ କାମ ପୂର୍ବ ଯୋଜନା ଅନୁଯାୟୀ କରାଯାଉ। ସେମାନେ ଆହୁରି କହିଛନ୍ତି ଯେ ଅଗଷ୍ଟ ମାସରେ ରାଜସ୍ୱ, ପୂର୍ତ୍ତ, ବିଡିଏ ଓ ପୁଲିସ ଅଧିକାରୀମାନେ ନିର୍ମାଣ ହେବାକୁ ଥିବା ରାସ୍ତାର ସର୍ଭେ କରିବା ସହ ୯୬ ଘର ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ଭୁବନେଶ୍ବର ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣ ବିଜ୍ଞପ୍ତି ଜାରି ହୋଇଥିଲା। ମାତ୍ର ଏବେ ପୁଣିଥରେ ରାସ୍ତାର ନକ୍ସାର ପରିବର୍ତ୍ତନ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।  

Poison: ପ୍ରଶାସନ ସାମନାରେ ବିଷ ପିଇଲେ ଦୋକାନୀ: ଜବରଦଖଲ ଉଚ୍ଛେଦ ବେଳେ ଅଘଟଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ପୂର୍ବତନ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ ରାଜ୍ୟର ସବୁ ଅଞ୍ଚଳର ଲୋକ ଏଠାରେ ରହୁଛନ୍ତି। ୬୦ ବର୍ଷ ହେଲା ଗ୍ରାମବାସୀ ସ୍ଥାୟୀ ଭାବେ ଏଠାରେ ରହିବା ସହ ଭୋଟ ଦେଉଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହିଁ। ଯଦି ରାସ୍ତା ନେବାର ଅଛି ତେବେ ଗାଁ ବାହାରେ ନିଅନ୍ତୁ। ମରିଯିବୁ ପଛେ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ପୂରେଇ ଦେବୁ ନାହିଁ। ପ୍ରଶାସନ ସହ ବାରମ୍ବାର ଆଲୋଚନା କରିଛି। ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବୁ। ଯଦି ମାସେ ଭିତରେ ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି ତେବେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।

ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ କହିଛନ୍ତି ଯେ ଗାଁ ସେପାଖକୁ ଭରତପୁର ଜଙ୍ଗଲ ରହିଛି। ତେଣୁ ସହର ଆଉ ସେପଟକୁ ବଢ଼ିବାର ସମ୍ଭାବନା ନାହିଁ। ତେଣୁ ଜଙ୍ଗଲ ପାଚେରି ଲଗାଇ ୨୦୦ ଫୁଟିଆ ରାସ୍ତା ନିର୍ମାଣ କରାଗଲେ କାହାର କିଛି କ୍ଷତି ହେବ ନାହିଁ। ବରଂ ସହରର ବିକାଶ ହୋଇପାରିବ। କ୍ଷତିପୂରଣ ବାବଦରେ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe