ପୁଅଙ୍କ କଳକୀ ଅବତାର ନେଇ ସଫେଇ ଦେଲେ ପିତା କାଶୀନାଥ

ସାରା ରାଜ୍ୟରେ ରାଜଧାନୀ ଭୁବନେଶ୍ବରର‘ଖଣ୍ଡଗିରିର କଳକୀ ଅବତାର’ଙ୍କୁ ନେଇ ଏବେ ଚହଳ ପଡ଼ିଛି । କଳକୀ ଅବତାରଙ୍କ ପାଦରେ ତୁଳସୀ, ଭଗବତ୍ ଗୀତା ରଖାଯାଇଥିବା କୁହାଯାଉଛି। ଏହା ସହିତ ଛୋଟ ବାବା ନିଜକୁ କଳକୀ ଅବତାର ବୋଲି କହୁଥିବା ନେଇ ଚର୍ଚ୍ଚା ହେଉଛି...

WhatsApp Image 2024-11-17 at 5.53.38 PM

ଭୁବନେଶ୍ୱର: ସାରା ରାଜ୍ୟରେ ରାଜଧାନୀ ଭୁବନେଶ୍ବରର‘ଖଣ୍ଡଗିରିର କଳକୀ ଅବତାର’ଙ୍କୁ ନେଇ ଏବେ ଚହଳ ପଡ଼ିଛି । କଳକୀ ଅବତାରଙ୍କ ପାଦରେ ତୁଳସୀ, ଭଗବତ୍ ଗୀତା ରଖାଯାଇଥିବା କୁହାଯାଉଛି। ଏହା ସହିତ ଛୋଟ ବାବା ନିଜକୁ କଳକୀ ଅବତାର ବୋଲି କହୁଥିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଖଣ୍ଡଗିରିର ବୈକୁଣ୍ଠନାଥ ଧାମ ଆଶ୍ରମରେ ବାବା କଳକୀ ଅବତାର ଏବେ ନାହାନ୍ତି।

ସେ ହଠାତ୍ ଆଶ୍ରମରୁ ଉଭାନ୍ ହୋଇ ଯାଇଛନ୍ତି। ଅପରପକ୍ଷରେ  ମାମଲା ରୁଜୁ ହେବା ପରେ ବାବାଙ୍କୁ ନେଇ ବୟାନ ବଦଳିଯାଇଛି । ବାବା କଳକୀ ଅବତାରଙ୍କ ବାପା କହୁଛନ୍ତି ମୋ ପୁଅ ଠାକୁର ନୁହେଁ । ପୁଅକୁ ନେଇ ପିତା ବାବା କାଶୀନାଥ ସ୍ପଷ୍ଟୀକରଣ ଦେଇଛନ୍ତି  । ସେ ୪ ମିନିଟର ଏକ ଭିଡିଓ ଜାରି କରି କହିଛନ୍ତି କିଛି କୁଚକ୍ରୀ ଗୋଷ୍ଠୀ ବଦନାମ କରିବାକୁ ଏମିତି ଷଡ଼ଯନ୍ତ୍ର ରଚିଛନ୍ତି। 

ଅଧିକ ପଢ଼ନ୍ତୁ: ପିଲାଙ୍କ ପାଇଁ ଆସିଥିବା ସରକାରୀ ୟୁନିଫର୍ମ-ଜୋତା ଡମ୍ପିଂୟାର୍ଡରେ ଖତ ଖାଉଛି

ପୁଅକୁ ନେଇ ବିବାଦ ବଢିବା ପରେ ଏକ ଭିଡିଓ କାଶୀନାଥ ଏଭଳି ସୂଚନା ଦେଇଛନ୍ତି ।ପାଦ ତଳେ ତୁଳସୀ ଥିବାକୁ ନେଇ  ସେ କହିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ୧୦ ବର୍ଷ ପୁରୁଣା। ପୁଅକୁ ୫ ବର୍ଷ ହୋଇଥିବା ବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା । ଏହା ସେହି ସମୟର ଫଟୋ।  ଯେଉଁଥିରେ ପାଦ ତଳେ ତୁଳସୀ ଅଛି, ସେଥିରେ କାଶୀନାଥ କିମ୍ବା ତାଙ୍କ ପତ୍ନୀ ନ ଥିବା ସେ କହିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିଛନ୍ତି, ଆମକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା କାଶୀନାଥ ମିଶ୍ର କହିଛନ୍ତି।

ସେ କହିଛନ୍ତି ଯେ, ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ କି ପ୍ରଚାର କରିନାହିଁ । ଫଟୋରେ ମଧ୍ୟ କୌଣସି ଭୁଲ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ଆଶ୍ରମରେ ନ ଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ସେ ଏବେ ବି ଓଡ଼ିଶାରେ ହିଁ ଅଛନ୍ତି । 

6bv

ତେବେ ଏହି ଘଟଣାରେ  ଶିଶୁ ଆୟୋଗ ଏକ ମାମଲା ରୁଜୁ କରିଛି । ପ୍ୟାଣ୍ଟ ସାର୍ଟ ପିନ୍ଧି ଏକ ଚେୟାରରେ ବସିଥିବା ନାବାଳକଙ୍କର ପାଦ ତଳେ ତୁଳସୀ ରଖି ତାଙ୍କୁ ପୂଜା କରାଯାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ବାଳକ ଜଣକ ଭଗବାନ ଅନନ୍ତ ମାଧବଙ୍କ ଅବତାର ଏବଂ କଳକୀ ଅବତାର ବୋଲି ଆଖ୍ୟା ଦିଆଯାଉଛି । 

6abammzpaw

ଅଧିକ ପଢ଼ନ୍ତୁ: ବାଣୀବିହାର ରେଳଧାରଣା କଡ଼ରେ କ୍ଷତାକ୍ତ ମୃତଦେହ, ପୁଲିସର ତଦନ୍ତ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe