ଭୁବନେଶ୍ବର: ଜାତୀୟ ରାଜପଥରୁ ଆପ୍ରୋଚ୍ ରୋଡ୍କୁ ସଂଯୋଗ କରୁଥିବା କଟ୍ ଏବେ ବିରାଟ ସମସ୍ୟା ଠିଆ କରିଛି। ପ୍ରତି ମୁହୂର୍ତ୍ତରେ ଏଠାରେ ଦୁର୍ଘଟଣାର ଭୟ ଘାରୁଛି। ଚାଳକମାନେ କଟିଂରେ ଏଭଳି ଗାଡ଼ି ବୁଲାଉଛନ୍ତି ଯେ ସେହି କଟିଂ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଚାଳକଙ୍କ ସହ ସିଧାସଳଖ ପିଟି ହେବାର ଆଶଙ୍କା ରହୁଛି। ଅନେକ ସମୟରେ ଦୁର୍ଘଟଣା ବି ଏଠାରେ ଘଟୁଛି। ବିଶେଷ କରି ଏହି ସବୁ କଟିଂ ବାଇକ୍ଚାଳକଙ୍କ ପାଇଁ ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
୧୬ ଜାତୀୟ ରାଜପଥରୁ ଗାଡ଼ିଗୁଡ଼ିକ ଆପ୍ରୋଚ ରାସ୍ତାକୁ ଯିବା ପାଇଁ ଏକାଧିକ କଟ୍ ରହିଛି। ଗାଡ଼ିଗୁଡ଼ିକ ଏହି କଟ୍ ଦେଇ ଯିବାବେଳେ କ୍ଷୀପ୍ର ଗତିରେ ଜାତୀୟ ରାଜପଥରୁ ଆପ୍ରୋଚ୍ ରାସ୍ତାକୁ ଯାଉଛନ୍ତି ଅବା ଆପ୍ରୋଚ୍ ରାସ୍ତାରୁ ଜାତୀୟ ରାଜପଥକୁ ଆସୁଛନ୍ତି। ଏଣୁ ଏହି ସ୍ଥାନରେ ଆଶଙ୍କା ରହୁଛି। ସେପଟେ ଯେଉଁ ରାସ୍ତାକୁ ଏହି ଗାଡ଼ି ଯାଉଛି, ସେ ରାସ୍ତାର ଚାଳକମାନେ ବି ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ଜାତୀୟ ରାଜପଥରେ ଖଣ୍ଡଗିରିରୁ ରସୁଲଗଡ଼ ମଧ୍ୟରେ ବରମୁଣ୍ଡା, କ୍ରାଉନ୍ ହୋଟେଲ ନିକଟ (ଜୟଦେବବିହାର), ଆଇସିଏଆର୍- ଆଇଆଇଏମ୍ଟି, ଆଚାର୍ଯ୍ୟବିହାର, ରସୁଲଗଡ଼ ରେଳ ଓଭରବ୍ରିଜ୍ ନିକଟରେ ଜାତୀୟ ରାଜପଥରୁ ଆପ୍ରୋଚ୍ ରୋଡ୍କୁ ସଂଯୋଗ ପାଇଁ କଟ୍ ରହିଛି। ସେହିପରି ରସୁଲଗଡ଼ରୁ ଖଣ୍ଡଗିରି ମଧ୍ୟରେ ସତ୍ସଙ୍ଗବିହାର ସାମ୍ନା, ଜୟଦେବବିହାର, ନାବାର୍ଡ ସମ୍ମୁଖ, ବରମୁଣ୍ଡା କାଳୀମନ୍ଦିର ସମ୍ମୁଖରେ ସର୍ଭିସ ରୋଡ୍ ସହ ମିଶିବା ପାଇଁ କଟ୍ ସବୁ ରହିଛି। କିନ୍ତୁ ଏହି ସବୁ କଟ୍ ଏବେ ବିପଦର କାରଣ ହେଲାଣି।
Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
ଜାତୀୟ ରାଜପଥରେ ଏହି ସବୁ ରାସ୍ତାରେ ରମ୍ବଲର୍ ନାହିଁ କିମ୍ବା ଆପ୍ରୋଚ୍ ରୋଡ୍ରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନରେ ହମ୍ପ୍ସ ନାହିଁ। ଫଳରେ ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଗାଡ଼ି ଏହି କଟ୍ ପାଖରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଉଛନ୍ତି। ବିଶେଷ କରି ଏହାଦ୍ବାରା ବାଇକ୍ଚାଳକମାନେ ବେଶି ବିପଦରେ ପଡ଼ୁଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ରମ୍ବଲର୍ ନିର୍ମାଣ କରିବା କିମ୍ବା ଅତିକମ୍ରେ କଟ୍ ପୂର୍ବରୁ ଧଳାଗାର ଟାଣି ସତର୍କ କରିବାକୁ ଲୋକେ ଦାବି କରିଛନ୍ତି। ଯଦ୍ବାରା ଗାଡ଼ି ଧୀରେ ଯିବ ଓ ଦୁର୍ଘଟଣାର ଭୟ ଦୂରହେବ ବୋଲି ମତପୋଷଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/fshhffhsxvbvb-2026-01-06-02-06-23.jpg)