ଭୁବନେଶ୍ୱର: ଭୂସ୍ଖଳନ ରୋକିବ ଜିଓସିନ୍ଥେଟିକ୍ସ। ଲଗାଣ ବର୍ଷା ହେଲେ ମଧ୍ୟ ମାଟି ଧୋଇବ ନାହିଁ କି ଖଣ୍ଡ ଖଣ୍ଡ ଅତଡ଼ା ଖସିବନି। ବରଂ ପାହାଡ଼ ସହ ବାନ୍ଧି ହୋଇରହିବ। ଏଭଳି ଏକ କୃତ୍ରିମ ବୟନସାମଗ୍ରୀକୁ ପାହାଡ଼ିଆ ଅଞ୍ଚଳ ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ବିଶେଷକରି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଉଚ୍ଚ ଖାଲ ଓ କମ୍ ଜାଗା ଥିବା ସ୍ଥାନରେ ମଜଭୁତ ରାସ୍ତା ନିର୍ମାଣ କରିବାକୁ ଏହି ସାମଗ୍ରୀ ବ୍ୟବହୃତ ହେଉଛି। ଚଣ୍ଡିଖୋଲ-ପାରାଦୀପ ରାସ୍ତା, ଖୋର୍ଦ୍ଧାରୋଡ ବାଇପାସ୍ ରାସ୍ତାରେ ଜିଓସିନ୍ଥେଟିକ୍ସ ବ୍ୟବହାର ହେଉଛି। କେବଳ ଓଡ଼ିଶା ନୁହେଁ, ବରଂ ଦେଶର ବିଭିନ୍ନ ରାଜ୍ୟରେ ରାସ୍ତା ନିର୍ମାଣ କରିବାକୁ ଜିଓସିନ୍ଥେଟିକ ସାମଗ୍ରୀ ବ୍ୟବହୃତ ହେଉଛି। ଏହାଦ୍ବାରା ରାସ୍ତାରେ ବାଲି ଗୋଡ଼ି ଭଳି ସାମଗ୍ରୀ କମ୍ ଖର୍ଚ୍ଚ ହେଉଛି। ରାସ୍ତାର ମୋଟେଇ କମ୍ ରହିବ। ରାସ୍ତା ବହୁତ ବର୍ଷ ଧରି ମଜବୁତ୍ ରହିପାରିବ। ବିଷାକ୍ତ ଓ ହାନିକାରକ ଉପାଦାନ ଭୂତଳକୁ ଯିବ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
Delhi Police on high alert: ହାଇ ଆଲର୍ଟରେ ଦିଲ୍ଲୀ ପୁଲିସ: ଇସ୍ରାଏଲ ଓ ଇହୁଦୀ ପ୍ରତିଷ୍ଠାନକୁ ଆତଙ୍କବାଦୀ ବିପଦ
ସିଏସ୍ଆଇଆର୍-ସିଆର୍ଆର୍ଆଇ, ଜାତୀୟ ପ୍ରାୟୋଗିକ ଟେକ୍ସଟାଇଲ ମିସନ, ବୟନ ମନ୍ତ୍ରଣାଳୟ ଓ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍)ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମିଳିତ ସହଯୋଗରେ ଆୟୋଜିତ କର୍ମଶାଳାରେ ଯୋଗଦେଇଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ‘ସଡ଼କ ଢାଞ୍ଚା ପ୍ରକଳ୍ପରେ ଜିଓସିନ୍ଥେଟିକ୍ସର ପ୍ରୟୋଗ’ ଶୀର୍ଷକ କାର୍ଯ୍ୟକ୍ରମକୁ ସିଏସ୍ଆଇଆର୍-ସେଣ୍ଟ୍ରାଲ୍ ରୋଡ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସିଆର୍ଆର୍ଆଇ) ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା ଉଦ୍ଘାଟନ କରି ସଡ଼କ ଢାଞ୍ଚାରେ ଜିଓସିନ୍ଥେଟିକ୍ସର ଭବିଷ୍ୟତ ସମ୍ଭାବନା, ଜଳବାୟୁ ସହନଶୀଳତା, ସ୍ଥାୟିତ୍ୱ ଓ ପ୍ରାକୃତିକ ସମ୍ପଦ ବ୍ୟବହାର ହ୍ରାସ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ସିଭିଲ୍ ଇଞ୍ଜିନିୟରିଂ ଶିକ୍ଷା ଓ ଗବେଷଣାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ଉତ୍ସାହଜନକ ସଙ୍କେତ ବୋଲି ସେ କହିଥିଲେ।
pollution: ପ୍ରଦୂଷଣରେ ଅଣନିଃଶ୍ବାସୀ: ସହରୀ ଜନତା ଏବେ ପାହାଡ଼ମୁହାଁ
ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଯୋଗଦେଇ କହିଲେ ସିଭିଲ୍ ଇଞ୍ଜିନିୟରିଂ କ୍ଷେତ୍ରର ବିସ୍ତୃତ ଭବିଷ୍ୟତ ରହିଛି। ଛାତ୍ରଛାତ୍ରୀଙ୍କୁ ନିରନ୍ତର ଦକ୍ଷତା ବୃଦ୍ଧି, ବହୁବିଧ ବିଷୟ ଜ୍ଞାନ ଅର୍ଜନ ଓ ବୃତ୍ତିଗତ ସାର୍ଟିଫିକେସନ୍ ମାଧ୍ୟମରେ ଆଗାମୀ ପ୍ରାୟୋଗିକ ଆହ୍ବାନକୁ ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଥିଲେ। ଓୟୁଟିଆର୍ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ, ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟକଚର ଆଣ୍ଡ୍ ପ୍ଲାନିଂ ମୁଖ୍ୟ ସବିତା ଦାଶ ଉପସ୍ଥିତ ଥିଲେ। ଓୟୁଟିଆର୍ ସହକାରୀ ପ୍ରଫେସର ପ୍ରମୋଦ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ବୈଜ୍ଞାନିକ ପି ଏସ୍ ପ୍ରସାଦ ପ୍ରକଳ୍ପର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ବୈଜ୍ଞାନିକ ଜି. ଭାରତ୍ରାଥ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ। ସିଏସ୍ଆଇଆର୍-ସିଆର୍ଆର୍ଆଇର ବରିଷ୍ଠ ବୈଜ୍ଞାନିକ ରବି ଶଙ୍କର ଧନ୍ୟବାଦ ଦେଇଥିଲେ। ଏହି ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଓସିନ୍ଥେଟିକ୍ସ ସମ୍ବନ୍ଧୀୟ ଉନ୍ନତ ବୈଷୟିକ ଜ୍ଞାନ, ସ୍ଥାୟୀ ଓ ଜଳବାୟୁ-ସହନଶୀଳ ସଡ଼କ ନିର୍ମାଣ ଉପରେ ଆଲୋଚନା ହେଉଛି। ସଡ଼କ ନିର୍ମାଣରେ ବ୍ୟାପକ ଜିଓସିନ୍ଥେଟିକ୍ସର ବ୍ୟବହାର କରିବା ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଇଛନ୍ତି।
Follow Us