ବାଲିପାଟଣା: ଅଗ୍ରଣୀ ଗୋଟିପୁଅ ଅନୁଷ୍ଠାନ ‘ନାରାୟଣୀ ଗୋଟିପୁଅ କଳା ପରିଷଦ’ ତରଫରୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆଜି ତାଙ୍କର ଜନ୍ମସ୍ଥାନ ଦରଡା ଗ୍ରାମରେ ‘ଗୁରୁ ଅର୍ଜୁନ ପଣ୍ଡା ଗୋଟିପୁଅ ଉତ୍ସବ’ ଅନୁଷ୍ଠିତ ହୋଉଯାଇଛି।
Selfless service: ‘ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ସେବା’
ଅନୁଷ୍ଠାନର ସଭାପତି ଗୁରୁପଦ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଗୋଟିପୁଅ ନୃତ୍ୟର ବରିଷ୍ଠ ଗୁରୁ ଜୟକୃଷ୍ଣ ନାୟକ, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ୍, ଗୁରୁ ଲିଙ୍ଗରାଜ ବାରିକ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ବାଇଁ, ଗୁରୁ ବିଜୟ ବାରିକ, ଗବେଷକ ଡ. ଚିତ୍ତରଞ୍ଜନ ମଲ୍ଲିଆ, ମୃଦଙ୍ଗ ଗୁରୁ କୁଳମଣି ବିଶ୍ବାଳ, ଗୁରୁ ଭାଗୀରଥି ମହାପାତ୍ର, ଗୁରୁ ସତ୍ୟପ୍ରିୟ ପଲାଇ , ଗୁରୁ ପରମାନନ୍ଦ ମହାପାତ୍ର , ଗୁରୁ ଆର୍ତ୍ତବନ୍ଧୁ ବାରିକ , ଗୁରୁ ବାଞ୍ଛାନିଧି ଜେନା, ଗୁରୁ ଭରତ ଭୋଳ, ଗୁରୁ ରତ୍ନାକର ସାହୁ, ଗୁରୁ ପୂର୍ଣଚନ୍ଦ୍ର ମହାରଣା, ଗୁରୁ କୈଳାସ ବିଶ୍ବାଳ ପ୍ରମୁଖ ଯୋଗଦେଇ ଗୁରୁ ଅର୍ଜୁନ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋଟିପୁଅ ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ବୟୋଜ୍ୟେଷ୍ଠ ଗୋଟିପୁଅ ଗୁରୁ ଧ୍ରୁବଚରଣ ବିଶ୍ବାଳଙ୍କୁ ‘ଗୁରୁ ଅର୍ଜୁନ ପଣ୍ଡା ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲ। ନାରାୟଣୀ ଗୋଟିପୁଅ କଳା ପରିଷଦ, କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ, ଲକ୍ଷ୍ମୀପ୍ରିୟା ଗୋଟିପୁଅ ଓଡ଼ିଶୀ ନୃତ୍ୟ କେନ୍ଦ୍ର, ଗୁରୁ ବିଜୟ କୁମାର ଦାଶ ଓ ସାଥୀ ଓଡିଶୀ ନୃତ୍ୟ ଏବଂ ଶେଷରେ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।
School children: ବିଧାନସଭା ଚାଲିଥିବା ବେଳେ ସ୍କୁଲ୍ ପିଲା ବାରଣ୍ଡାରେ ବୁଲି ଦେଖୁଥିଲେ
ଏକକ ନୃତ୍ୟରେ ଗୁରୁ ଭାଗୀରଥି ମହାପାତ୍ର ଗୋଟିପୁଅ ନୃତ୍ୟ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଯୁବ ଗୋଟିପୁଅ ଗୁରୁ କୈଳାସ ବିଶ୍ବାଳଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟ ଗଙ୍ଗାଧର ମଲ୍ଲିକ, ବାଲିପାଟଣା ବ୍ଲକ୍ ବିଜେଡି ସଭାପତି କିଶୋର ଜେନା, ପମ୍ପାଲୋ ସରପଞ୍ଚ ବାହନ ଭୋଇ , ନିରଂଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଘନଶ୍ୟାମ ପଣ୍ଡା ସଂଯୋଜନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗୁରୁ ବାବୁଲି ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶେଷରେ ରାଧାଶ୍ୟାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Follow Us