ପୁରୁଣା ଭୁବନେଶ୍ବର: ୧୯୫୮ ମସିହାର କଥା। ବିଧାନସଭା ଚାଲିଥିବା ବେଳେ ସ୍କୁଲ୍ ପିଲାମାନେ ବାରଣ୍ଡାରେ ବୁଲି ବିଧାୟକମାନଙ୍କ ତର୍କ ଦେଖିପାରୁଥିଲେ। ଆଜି ଭଳି କଟକଣା ନଥିଲା। ବିଧାୟକ କି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଆଜିଭଳି କଡ଼ାକଡ଼ି ନଥିଲା। ସେତେବେଳେ ଓଡ଼ିଶାର ବିଧାୟକମାନେ ୨୦୦ ଟଙ୍କା ଦରମା ପାଉଥିଲେ। ବିଧାନସଭାରେ ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାଶ ଓ ସଦାକାର ସୁପକାରଙ୍କ ଭଳି ଜ୍ଞାନୀ ଗୁଣୀ ବିଧାୟକ ଥିଲେ ଏବଂ ସେମାନେ ବିଧାୟକଙ୍କ ପାଇଁ ଥିବା ସ୍ବତନ୍ତ୍ର ଏମ୍ଏଲ୍ଏ କ୍ବାର୍ଟର୍ସରେ ରହୁଥିଲେ। ସବୁ ବିଧାୟକଙ୍କ ପାଇଁ ଏଭଳି ସ୍ବତନ୍ତ୍ର ସରକାରୀ ବାସଭବନ ନଥିଲା। ବହୁ ବିଧାୟକ ସାଧାରଣ ସରକାରୀ କର୍ମଚାରୀଙ୍କ ପାଇଁ ତିଆରି ହୋଇଥିବା କ୍ବାର୍ଟର୍ସରେ ରହୁଥିଲେ। ବଡ଼ କଥା ହେଉଛି ବିଧାନସଭା ନିକଟରେ ଏମ୍ଏଲ୍ଏ କଲୋନି ଥିଲେ ହେଁ ବଣ ଜଙ୍ଗଲ ଘେରି ରହିଥିଲା। ମାଳମାଳ ବିଲୁଆ, ଠେକୁଆ ଦେଖିବାକୁ ମିଳୁଥିଲା। ରାତିରେ ଗଧିଆ ବୁଲୁଥିଲେ। ସାପ ତ ସବୁଆଡ଼େ ବୁଲୁଥିଲେ। ସନ୍ଧ୍ୟା ୫ଟା ବାଜିବା ପରେ ଘରୁ ଗୋଡ଼ କାଢ଼ିବା ମନା। ୬୮ ବର୍ଷ ପୂର୍ବରୁ ରାଜଧାନୀର ହାର୍ଟ କୁହାଯାଉଥିବା ଅଞ୍ଚଳର ଦୃଶ୍ୟ ଥିଲା ଏମିତି। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନିଜ ସ୍କୁଲ୍ ଦିନର ଭୁବନେଶ୍ବରକୁ ମନେ ପକାଇ ଏଭଳି କିଛି ରୋଚକ କଥା କହିଛନ୍ତି।
Boulagada Club: ସ୍ବାସ୍ଥ୍ୟମନ୍ତ୍ର ବାଣ୍ଟିଚାଲିଛି ଷାଠିଏ ଦଶକର ବଉଳଗଡ଼ କ୍ଲବ୍
୧୯୫୮ମସିହା ବେଳକୁ ସର୍ଦ୍ଦାର ପଟେଲ ହଲ୍ରେ ବିଧାନସଭା ଚାଲୁଥିଲା। ଆମେ କ୍ୟାପିଟାଲ୍ ହାଇସ୍କୁଲ୍ରେ ପଢ଼ୁଥିଲୁ। ବିଧାନସଭା ଚାଲୁଥିବା ବେଳେ ସ୍କୁଲ୍ରୁ ଅଧାରୁ ପଳାଇ ଆସି ବିଧାନସଭା ବାରଣ୍ଡାରେ ବୁଲି ତର୍କବିତର୍କ ଦେଖୁଥିଲୁ। ଭୁବନେଶ୍ବରରେ ରାଜ୍ୟ ଅତିଥିଭବନ ଏକ ଛୋଟ କୋଠାଟିଏ ଥିଲା। ଏହାର ସମ୍ମୁଖରେ ଅର୍ଦ୍ଧବୃତ୍ତାକାରରେ ଅଳ୍ପ କିଛି ଘର ବିଧାୟକମାନଙ୍କ ଥିଲା, ଯାହାକୁ ଏମ୍ଏଲ୍ଏ କ୍ବାର୍ଟର୍ସ କୁହାଯାଉଥିଲା। ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାଶ, ସଦାକାର ସୁପକାରଙ୍କ ପରି ବରିଷ୍ଠ ବିଧାୟକମାନେ ଏହି କ୍ବାର୍ଟର୍ସରେ ରହୁଥିଲେ। ପରେ ଏହି ଅଞ୍ଚଳକୁ ଏମ୍ଏଲ୍ଏ କଲୋନି ନାମରେ ନାମିତ କରାଯାଇଥିଲା। ମୋ ବାପା ପ୍ରାଣନାଥ ପଟ୍ଟନାୟକ ବିଧାୟକ ହୋଇଥିବାରୁ ଆମେ ଅତିଥି ଭବନ କ୍ବାର୍ଟର୍ସରେ ରହୁଥିଲୁ। ଆଉ କିଛି ବିଧାୟକ ୟୁନିଟ୍-୩ ଖାରବେଳନଗରରେ ଥିବା ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ସର୍ଦ୍ଦାର ପଟେଲ ହଲ୍ରେ ପୁରୁଣା ବିଧାନସଭା ଚାଲୁଥିବାରୁ ସେଠାରେ ଏକ କ୍ୟାଣ୍ଟିନ୍ ଥିଲା, ଯେଉଁଠି ୧ଟଙ୍କା ୨୫ପଇସାରେ ଶାକାହାରୀ ଭୋଜନ ମିଳୁଥିଲା। ୧ଟଙ୍କା ୫୦ପଇସାରେ ଆମିଷ ମିଲ୍ ମିଳୁଥିଲା, ଯେଉଁଥିରେ ଗୋଟିଏ ମାଛ ଖଣ୍ଡ ମିଳୁଥିଲା।
State-level: ସରିଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ, ୩ ଦିନରେ ୨୫ହଜାରରୁ ଅଧିକ ପର୍ଯ୍ୟଟକ
ବିଧାୟକମାନେ ଅନୁରୋଧ କଲେ, କ୍ୟାଣ୍ଟିନ୍ବାଲା ଗୋଟିଏ ପାମ୍ପଡ଼ ଦେଉଥିଲା। ସାଧାରଣ ଲୋକ ବି ଏହି କ୍ୟାଣ୍ଟିନ୍ରୁ ଖାଉଥିଲେ। ଆଜିର ୧୨୦ ବାଟାଲିଅନ୍, ରବୀନ୍ଦ୍ର ମଣ୍ଡପ, ବିଧାନସୌଧ, ସଚିବାଳୟ ବା ଆଜିର ଲୋକସେବା ଭବନ, ପିଏମ୍ଜି ଭବନ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓ ରିଜର୍ଭ ବ୍ୟାଙ୍କ୍ କୋଠା ନଥିଲା। ସବୁଠି ବଣୁଆ ଲତା, ଉଇ ହୁଙ୍କା ଭରା ପଡ଼ିଆ ଦେଖାଯାଉଥିଲା। କ୍ୟାପିଟାଲ ହାଇସ୍କୁଲ ଏକ ୨ମହଲା ବିଶିଷ୍ଟ ନାଲିକୋଠାରେ ଚାଲୁଥିଲା, ଯାହା ୟୁନିଟ୍-୨ରେ ଥିଲା। ସେଠାରେ ପୁଅ ଓ ଝିଅ ମିଶିକି ପଢ଼ୁଥିଲେ। କୋ-ଏଜୁକେସନ୍ ବ୍ୟବସ୍ଥା ଥିଲା। ଏମ୍ଏଲ୍ଏ କଲୋନିଠୁ କ୍ୟାପିଟାଲ ହାଇସ୍କୁଲ ପର୍ଯ୍ୟନ୍ତ ଯିବାକୁ ବଣଜଙ୍ଗଲିଆ ଡଗର ବା ଗୁଳା ବାଟରେ ଯିବାକୁ ପଡ଼ୁଥିଲା। ସ୍କୁଲ୍ ଯିବା ବାଟରେ ବେତ କୋଳି, କଣ୍ଟେଇ କୋଳି ଓ ବରକୋଳି ତୋଳି ପ୍ରଚୁର ଖାଉଥିଲୁ। ଝଙ୍କାଳିଆ ବିଶାଳ ବରକୋଳି ଗଛ ମୂଳରେ ଭୟ ଲାଗୁଥିଲା। ଏବେ ଯେଉଁଠି ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡ଼ିଆରହିଛି, ତାହା ସବୁଠୁ ଘଞ୍ଚ ବଣ ଥିଲା। ତତ୍କାଳୀୟ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ରବୀନ୍ଦ୍ର ମଣ୍ଡପ ଓ ବିଧାନସଭା କୋଠା ଉଦ୍ଘାଟନ କଲା ବେଳେ ଆମେ ଛାତ୍ରମାନେ ସେହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/untitled-5-2026-01-12-04-06-31.jpg)