ଖଣ୍ଡଗିରି: ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ସଂଘର ମିଳିତ ସହଯୋଗରେ ଏକାମ୍ରକାନନରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଆଜି ଉଦ୍ଯାପିତ ହୋଇଯାଇଛି। ରବିବାର ଥିବାରୁ ପୁଷ୍ପ ପ୍ରଦର୍ଶନୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ଏମିତି ହୋଇଥିଲା ଯେ, ଉପସ୍ଥିତ ସୁରକ୍ଷା କର୍ମୀଙ୍କୁ ଫୁଲକୁ ସୁରକ୍ଷା ଦେବାକୁ ପଡ଼ିଥିଲା। ଆଜି ପୁଷ୍ପ ପ୍ରଦର୍ଶନୀକୁ ୧୦ ହଜାରରୁ ଅଧିକ ପର୍ଯ୍ୟଟକ ବୁଲି ଦେଖିଛନ୍ତି। ୩ଦିନରେବକେନ୍ଦ୍ରକୁ ୨୫ହଜାରରୁ ଅଧିକ ପର୍ଯ୍ୟଟକ ବୁଲି ଦେଖିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଧାଂଶୁ ଶେଖର ଖୋରା, ପ୍ଲାଣ୍ଟ ଲଭର୍ସ ଆସୋସିଏସନ ସଭାପତି କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୩୫୦ରୁ ଅଧିକ ଷ୍ଟଲ, ୪ଶହରୁ ଅଧିକ ପ୍ରତିଯୋଗୀ ଓ ଫୁଲପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ବିତରଣ କରିଥିଲେ।
Flight accident: ବିମାନ ଦୁର୍ଘଟଣା: ଡିଜିସିଏ ଟିମ୍ର ତନାଘନା, ୨ ଆହତ ଯାତ୍ରୀଙ୍କୁ ମୁମ୍ବାଇ ଏୟାରଲିଫ୍ଟ
ଆଜି ବଗିଚା ପ୍ରତିଯୋଗିତା, ବ୍ୟକ୍ତିଗତ ଉଦ୍ୟାନ ପ୍ରତିଯୋଗିତା, କମ୍ ସ୍ଥାନରେ ଅଧିକ ଫୁଲକୁ ସୁସଜ୍ଜିତ କରିବା ପ୍ରତିଯୋଗିତା, ସ୍ୱତନ୍ତ୍ର ଗଛ ଓ ଉଦ୍ୟାନ ପ୍ରତିଯୋଗିତା ଭଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍କର୍ଷ ପ୍ରଦର୍ଶନୀ ପାଇଁ ୨ଶହରୁ ଅଧିକ ବ୍ୟକ୍ତି ଓ ଅନୁଷ୍ଠାନ ପୁରସ୍କୃତ ହୋଇଛନ୍ତି। ୩୦ରୁ ଅଧିକ ବ୍ୟକ୍ତି ଚାମ୍ପିଅନ ହୋଇଛନ୍ତି। ଏଥିରେ ଗୋଲକ ନାୟକ ମେମୋରିଆଲ ଟ୍ରଫି ବ୍ୟକ୍ତିଗତ ଉଦ୍ୟାନ ପାଇଁ ଅମିୟ ପ୍ରସାଦ ସାହୁ ପାଇଥିବା ବେଳେ, ଅନୁଷ୍ଠାନରେ ସିରାଜ୍ ନର୍ସରୀ, ପୁଷ୍ପ ସଜାରେ ଧାମରା ପୋର୍ଟ କର୍ପୋରେସନ ଲିମିଟେଡ୍, ପୁଷ୍ପ ସଜା କନିଷ୍ଠରେ ଅଭିଲିପ୍ସା ସାହୁ, କୁଣ୍ଡ ଫୁଲ ସଜାରେ କିଟ୍ କଲେଜ, ଜିମ୍ ବିଶ୍ୱବିଦ୍ୟାଳୟ, ମେ’ ଫେୟାର ଲାଗୁନ୍, ଅର୍କିଡ ପାଇଁ ଲିପିଶ୍ରୀ ସାହୁ, ବନସାଇ ପାଇଁ ରାଜ୍ୟ ବଟାନିକାଲ ଗାର୍ଡେନକୁ ପୁରସ୍କୃତ କରାଯାଇଥିଲା।
୩ ଫୁଟିଆ ବରଗଛ ଦାମ୍ ସାଢ଼େ ୬ଲକ୍ଷ
୩ ଫୁଟର ବଟବୃକ୍ଷ। ଦେଖିବାକୁ ଯେତିକି ସୁନ୍ଦର ତାର ଝଙ୍କାଳିଆ ଡାଳ, ପତ୍ର ଆଉ ମୋଟେଇ ସେତିକି ଆକର୍ଷଣୀୟ। ଥରେ ଦେଖିଲେ ଆଉ ଥରେ ମନ ଭରି ଦେଖିବାକୁ ଇଚ୍ଛା ହେବ। କେଇ କ୍ଷଣ ଛିଡ଼ା ହେଇ ତାର ସୋନ୍ଦର୍ଯ୍ୟକୁ ପ୍ରଶଂସା ନ କଲେ ଭଲ ଲାଗିବନି। ହେଲେ ଗଛର ବୟସ ଆଉ ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଗଛର ବୟସ ୮୦ ବର୍ଷ। ଆଉ ଏହାର ଦାମ୍ ସାଢେ଼ ୬ ଲକ୍ଷ। ଚଳିତବର୍ଷ ରାଜ୍ୟ ପୁଷ୍ପ ପ୍ରଦର୍ଶନୀକୁ କୋଲକାତାର ଗୌରବ ମଜୁମଦାର ଏଭଳି ୮୦ରୁ ଅଧିକ ବନ୍ସାଇ ଗଛକୁ ପ୍ରଦର୍ଶିତ କରୁଛନ୍ତି। କେବଳ ବଟବୃକ୍ଷ ନୁହେଁ ସାଢେ଼ ୩ ଫୁଟ ସାହାଡ଼ା ଗଛର ବୟସ ୩୦ବର୍ଷ। କାମିନୀ ଗଛ ଓ କାଗଜି ଫୁଲର ବୟସ ୩୦ ବର୍ଷ। ତେନ୍ତୁଳି ଗଛର ବୟସ ୪୦ ବର୍ଷ। ଗଣିଆରି ଗଛର ବୟସ ୧୫ ବର୍ଷ। ସାଢେ଼ ୩ ବର୍ଷରୁ ୧୦୦ ବର୍ଷରୁ ଅଧିକ ବର୍ଷର ଗଛ ଏହି ବନ୍ସାଇ ବଗିଚାରେ ଉପଲବ୍ଧ ଅଛି। ଏବେ ଯେଉଁ ସବୁ ବୃକ୍ଷ ଭାରତୀୟ ଜଳବାୟୁରେ ବଢ଼ନ୍ତି ସେଭଳି ଗଛର ବନ୍ସାଇକରଣ କମୁଛି। ତେଣୁ ଅନୁଷ୍ଠାନ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯିବା ସହିତ ଅର୍ଜୁନ, ଜାମୁ, ତେନ୍ତୁଳି, ସାହାଡ଼ା, ବର, ଅଶ୍ବତ୍ଥ, ଭଳି ଏକାଧିକ ପ୍ରଜାତିର ଗଛର ବନ୍ସାଇ କରି ଲୋକଙ୍କୁ ଆକୃଷ୍ଟ କରାଯାଉଛି। ସେହିପରି ବିଶ୍ୱର ସବୁଠାରୁ ବଡ଼ ଗଛ ଜେନେରାଲ ଶର୍ମାନ ଗଛ, ଦକ୍ଷିଣ - ପୂର୍ବ ଦେଶରୁ ଛୋଟ ପତ୍ରରେ ତିଆରି ଗଛ ମଧ୍ୟ ବନ୍ସାଇ କରାଯାଇଛି। ଏଭଳି ଗଛର ମୂଲ୍ୟ ଏହାର ବୟସ, ସୁନ୍ଦରତା ହିସାବରେ ଧାର୍ଯ୍ୟ ହୁଏ।ଏହାର ଦାମ୍ ୪ ହଜାରରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଠିକ୍ ପଛ ଭାଗରେ ଏକ ବନ୍ସାଇ ବଗିଚା ପ୍ରସ୍ତୁତ କରିଛୁବୋଲି ଶ୍ରୀ ମଜୁମ୍ଦାର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/untitled-2-2026-01-12-03-44-05.jpg)