ପୁରୁଣା ଭୁବନେଶ୍ବର: ଷାଠିଏ ଦଶକର ଶେଷଭାଗରେ ଜନ୍ମ ନେଇଥିଲା ଅନୁଷ୍ଠାନଟି। ଉଦ୍ଦେଶ୍ୟ ଥିଲା ସୁସ୍ଥ ରହିବାର ମନ୍ତ୍ର ଦେବା ଓ ସ୍ବାସ୍ଥ୍ୟ ଗଢ଼ିବ। ନିଜସ୍ବ ଘର ନଥିଲା। ଏକ ବଉଳ ଗଛ ମୂଳେ ଜନ୍ମ ହୋଇଥିଲା ଅନୁଷ୍ଠାନ। ତେଣୁ ବଉଳଗଛର ସ୍ମୃତିରେ ଅନୁଷ୍ଠାନର ନାଁ ହେଲା ‘ବଉଳଗଡ଼ ଆଖଡ଼ା’। ଷାଠିଏ ଦଶକରେ ଗଢ଼ିଉଠିଥିବା ଅନୁଷ୍ଠାନକୁ ଆଜି ଷାଠିଏ ଟପିଗଲାଣି। ଏହା ଭିତରେ ଷାଠିଏ ବସନ୍ତ ବିତିଗଲାଣି। ସମୟଚକ୍ରର ନିରନ୍ତର ଗତିରେ ସମାଜର ବହୁ ପରିବର୍ତ୍ତନ ହୋଇଛି। ମଣିଷର ଜୀବନଶୈଳୀ ପୂରା ବଦଳିଯାଇଛି। ତେଣୁ ସ୍ବାଭାବିକ ଭାବେ ଅନୁଷ୍ଠାନର କାର୍ଯ୍ୟଶୈଳୀ ବି ବଦଳିଛି। ବଡ଼ କଥା ହେଉଛି, ଏହି ସମୟ ଭିତରେ ଅନେକ ଅନୁଷ୍ଠାନର ମୃତ୍ୟୁ ହୋଇସାରିଥିଲେ ହେଁ ସେଦିନ ବଉଳଗଛ ମୂଳେ ଜନ୍ମ ନେଇଥିବା ସେହି ଅନୁଷ୍ଠାନ ଆଜି ବି ସୁସ୍ଥ ଅଛି। ଆଜି ବି ମଣିଷର ସ୍ବାସ୍ଥ୍ୟ ଗଢ଼ୁଛି ଓ ସୁସ୍ଥ ରହିବାକୁ ମନ୍ତ୍ର ଦେଉଛି। ପୁରୁଣା ଭୁବନେଶ୍ବର ବିନ୍ଦୁସାଗର ନିକଟରେ ସାନୋଟାରିଅମ୍ ଛକରେ ଗର୍ବର ସହ ଠିଆ ହୋଇଥିବା ଏହି ଅନୁଷ୍ଠାନ ହେଉଛି ବଉଳଗଡ଼ କ୍ଲବ୍। ଏକଦା କେବଳ ଏକାମ୍ରକ୍ଷେତ୍ରରେ ସୀମିତ ଥିବା ଏହି କ୍ଲବ୍ ଆଜି ରାଜ୍ୟ ବାହାରେ ବି ନାଁ କମାଇଛି।
ପ୍ରାୟ ୧୯୬୮ ମସିହାର କଥା। ଦିନେ ପୁରୁଣା ଭୁବନେଶ୍ବରର କିଛି ଯୁବକ ଏକାଠି ହୋଇ ବିନ୍ଦୁସାଗର କୂଳରେ ଏକ ଆଖଡ଼ାଘର କରିବାକୁ ମନସ୍ଥ କଲେ। ଏକ ବଉଳଗଛ ମୂଳରେ ଚାଳଛପର ଘର ଖଣ୍ଡେ କରି ସେମାନେ କସରତ କରିବା ଆରମ୍ଭ କଲେ। ସେତେବେଳେ ପାଇକ ଆଖଡ଼ା ଥିଲା ବଡ଼ ବ୍ୟାୟାମ। ଖଣ୍ଡା ବୁଲାଇବା, ବାଡ଼ିଖେଳ ଖେଳିବା, ଦଣ୍ଡବୈଠକି ମାରିବା, ବନାଟି ବୁଲାଇବା ଭଳି କସରତ କରିବାକୁ ଏହି ଚାଳଘର ବଢ଼ିଆ ସୁଯୋଗ ଦେଇଥିଲା। ସେମାନେ ଏହାର ନାମକରଣ କଲେ ବଉଳଗଡ଼ ଆଖଡ଼ାଘର। ପୁରୀର ପ୍ରସିଦ୍ଧ ଜାଗାଘର ଭଳି ପୁରୁଣା ଭୁବନେଶ୍ବରରେ ବଉଳଗଡ଼ ଆଖଡ଼ାଘର ରାଜଧାନୀରେ ଏକ ପ୍ରମୁଖ ବ୍ୟାୟାମଶାଳା ପାଲଟିଗଲା। କୌଣସି କାରଣରୁ ମାତ୍ର ତିନିଟା ବର୍ଷରେ ଚାଳ ଛପର ଘର ଭାଙ୍ଗିଗଲା। ମାତ୍ର ଅନୁଷ୍ଠାନ ଭାଙ୍ଗିଗଲା ନାହିଁ। ୧୯୭୦ ମସିହାରେ ସାନୋଟାରିଅମ୍ ଛକରେ ସ୍ଥାୟୀ ପକ୍କା ଘର ନିର୍ମାଣ ହେଲା ଏବଂ ନାଁ ବଦଳି ବଉଳଗଡ଼ କ୍ଲବ୍ ହୋଇଗଲା। ସେତେବେଳେ ବହୁ ବଦାନ୍ୟ ବ୍ୟକ୍ତି ଓ ପୁରାତନ ସଭ୍ୟଙ୍କ ଦାନରେ ଘର ତିଆରି ହେଲା। କ୍ଲବ୍ର ସାଧାରଣ ସମ୍ପାଦକ ରାଧାନାଥ ମହାପାତ୍ର କୁହନ୍ତି ଯେ ସୁନ୍ଦର ସ୍ବାସ୍ଥ୍ୟ, ମୁଷ୍ଟିଯୁଦ୍ଧ ଓ ସମାଜସେବା ପାଇଁ ସୃଷ୍ଟି ହୋଇଥିବା ଏହି ଅନୁଷ୍ଠାନ ୧୯୭୫ ମସିହା ବେଳକୁ ଏକ ବଡ଼ ବ୍ୟାୟାମଶାଳା ପାଲଟିସାରିଥିଲା। ଦିନକୁ ଦିନ କ୍ଲବ୍ର ସଭ୍ୟ ସଂଖ୍ୟା ବଢ଼ିବାକୁ ଲାଗିଲା। ସେଠାରେ ଏକ ବଡ଼ ହଲ୍ ନିର୍ମାଣ ଓ ଅଧିକ ପରିମାଣର ବ୍ୟାୟାମ ଉପକରଣ କିଣିବା ପାଇଁ କ୍ଲବ୍ର କର୍ମକର୍ତ୍ତାମାନେ ଭୁବନେଶ୍ବର ପୌରପାଳିକାର ସହାୟତା ଲୋଡ଼ିଲେ।
The shadow of war over Iran: ଇରାନ ଉପରେ ଯୁଦ୍ଧର ଛାୟା: ଖେମିନିଙ୍କ ଶାସନ ଶେଷ କରିବାକୁ ଟ୍ରମ୍ପଙ୍କ ସଙ୍କେତ
୧୯୮୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଜାନକୀବଲ୍ଲଭ ପଟ୍ଟନାୟକଙ୍କ ନଜରରେ ଏହି କ୍ଲବ୍ ପଡ଼ିଲା ଏବଂ ସ୍ବାୟତ୍ତଶାସନ ଦିବସ ପାଳନ ଅବସରରେ ଏକ ବଡ଼ ହଲ୍ ଉଦ୍ଘାଟିତ ହେଲା। ସେହିଭଳି ଏହି କ୍ଲବ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଟ୍ଟନାୟକ ବହୁ ଆଧୁନିକ ବ୍ୟାୟାମ ଉପକରଣ କିଣିବାକୁ ଆର୍ଥିକ ଅନୁଦାନ ବି ଦେଇଥିଲେ। ଏହାପରେ କ୍ଲବ୍ଟି ସରକାରୀ ସଂସ୍ଥାର ମାନ୍ୟତା ପାଇଲା ଏବଂ ୧୯୯୨ ମସିହାରେ ମ୍ୟୁନିସିପାଲିଟିର ସିଧାସଳଖ ତତ୍ତ୍ବାବଧାନରେ ଏହି ବ୍ୟାୟାମଶାଳା ଚାଲିଲା। ୨୦୦୫ ମସିହାରେ ଏହାର ଚେହେରା ପୁଣି ଚମକିଉଠିଲା। ଏଠାରେ ଉପର ମହଲା ତିଆରି ହେଲା ଏବଂ ମଲ୍ଟି ଜିମ୍ ଗଢ଼ି ହୋଇଗଲା। ବିଏମ୍ସି ପକ୍ଷରୁ ନିଯୁକ୍ତ ହୋଇଥିବା ପ୍ରଶିକ୍ଷକ ପ୍ରସନ୍ନ କୁମାର ମହାସୁଆର କୁହନ୍ତି ଏବେ ମହିଳା ଓ ଛୋଟ ପିଲାମାନଙ୍କ ପାଇଁ ଯୋଗଶିକ୍ଷା, ଶରୀରକୁ ଫିଟ୍ ରଖିବା ଆଦି ବ୍ୟାୟାମ ଉପକରଣ ସହ ଉପର ମହଲାରେ ମହିଳା ମଲ୍ଟି ଜିମ୍ ଚାଲିଛି। ତଳ ମହଲାରେ ଯୁବକମାନଙ୍କ ପାଇଁ ବ୍ୟାୟାମଶାଳା ରହିଛି। ସୂଚନାଯୋଗ୍ୟ ଯେ ବହୁବର୍ଷ ଧରି ବଉଳଗଡ଼ କ୍ଲବ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା କରିଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/12/untitled-3-2026-01-12-03-58-31.jpg)