ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ

ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ଏକ ଶବକୁ ଅନ୍ତିମ ସଂସ୍କାର କରାଯାଉଥିବା ହାଇଡ୍ରାମା ଦେଖିବାକୁ ମିଳିଛି। ଶାଶୂଙ୍କ ମୃତଦେହ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସଂପର୍କୀୟଙ୍କ ଦ୍ବାରା ଅଭିଯୋଗ ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି।

ଅଦ୍ୟତନ ହୋଇଛି
389107d3-1fa5-48fb-acd6-94483309b18a

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଆଜି ଅପରାହ୍‌ଣରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ସତ୍ୟନଗର ଶ୍ମଶାନରେ ଏକ ଶବକୁ ଅନ୍ତିମ ସଂସ୍କାର କରାଯାଉଥିବା ହାଇଡ୍ରାମା ଦେଖିବାକୁ ମିଳିଛି। ଶାଶୂଙ୍କ ମୃତଦେହ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସଂପର୍କୀୟଙ୍କ ଦ୍ବାରା ଅଭିଯୋଗ ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି। ମୃତ ବ୍ୟକ୍ତି ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ। 

ଏହି ଖବର ପଢ଼ନ୍ତୁ: ସତ୍ୟନଗର ମଶାଣି ଉପରୁ କମୁନି ଚାପ

ସୂଚନା ଅନୁସାରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନଙ୍କ ମୃତ୍ୟୁ ପରେ ଆଜି ଏହି ବିବାଦ ଦେଖାଦେଇଛି। ଅଶ୍ରୁକଣାଙ୍କ ମୃତ୍ୟୁ ପରେ ବୋହୂ ଏସଂପର୍କିତ ଖବର ସଂପର୍କୀୟମାନଙ୍କୁ ଦେଇ ନଥିଲେ। ଏବାବଦରେ ସେ କାହାକୁ କିଛି ନଜଣାଇ ଶବଦାହ କରୁଥିଲେ। ମୃତହେଦରେ ନିଆଁ ଲାଗି ସାରିଥିଲା। ତେବେ ଶବ ସଂପୂର୍ଣ୍ଣ ରୂପେ ଜଳିଯିବା ପୂର୍ବରୁ ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ନିଆଁ ଲିଭାଇ ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଥିଲା।

ଏହି ଖବର ପଢ଼ନ୍ତୁ: ଜଙ୍ଗଲକୁ ଚାଲିଗଲା ବାଘୁଣୀ 'ଜମୁନା'

ଶାଶୁଙ୍କ ମୃତହେଦ ଅନ୍ତିମ ସଂସ୍କାର କରିବା ପୂର୍ବରୁ ବୋହୂ କୌଣସି ସଂପର୍କୀୟଙ୍କୁ ଏବାବଦରେ କହି ନଥିଲେ। ତେଣୁ ଉତ୍ତେଜନା ‌ଦେଖାଯିବା ସହିତ ପୁଲିସ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୃତଦେହକୁ ଅଧା ପୋଡ଼ା ଅବସ୍ଥାରେ ଜବତ କରିଛି। ସାଇଣ୍ଟିଫିକ୍‌ ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

ଏହି ଖବର ପଢ଼ନ୍ତୁ: ଆଗରୁ ଘରକୁ ନେଉଥିଲେ, ଏବେ ନାକ ଟେକୁଛନ୍ତି

ସମ୍ପତ୍ତି ପାଇଁ ଶାଶୂଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟରେ ବୋହୁ ଅଭିଯୋଗ କରିଛନ୍ତି ଯେ, ଆମ ସମ୍ପର୍କୀୟମାନେ ସମ୍ପତ୍ତି ପାଇବା ପାଇଁ ମିଛ କହିଛନ୍ତି। ଘରେ ଶାଶୂଙ୍କ ସମ୍ପର୍କୀୟ ଲୋକ ଅନେକ ବର୍ଷ ଧରି ମତେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରିଥିବା ହେତୁ ସିଏ କାହାକୁ କିଛି ନକହି ଶେଷକୃତ୍ୟ କରୁଥିବା କହିଛନ୍ତି। ଅନ୍ୟପଟେ ବୋହୁ ଶାଶୂଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସାନ ଭଉଣୀ। ଘଟଣାସ୍ଥଳରେ ଖାରବେଳନଗର ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଏହି ଖବର ପଢ଼ନ୍ତୁ: ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe