Advertisment

Hoarding: ଆଇଗିଣିଆ ହୋର୍ଡିଂ ଭୁଶୁଡ଼ିବା ଘଟଣା: ସରକାରଙ୍କ ସହାୟତା ମାଗିଲେ ଆହତ ମହିଳା

Advertisment

‘ଆମ ବସ୍‌’ରୁ ଓହ୍ଲାଇ ରାସ୍ତା ପାରି ହେବାକୁ ଆଇଗିଣାଆ ଛକରେ ଛିଡ଼ା ହୋଇଥିଲି। ବର୍ଷା ହେବାରୁ ଆଉ ଆର ପଟକୁ ଯାଇପାରିଲି ନାହିଁ। ସେଠାରେ ଥିବା ଏକ କେବିନ୍‌ ତଳେ ଆଶ୍ରୟ ନେଇଥିଲି। ବର୍ଷା ହେଉଥିବାରୁ ମୋ ପାଖରେ କିଛି ଲୋକ ମଧ୍ୟ ଛିଡ଼ା ହୋଇଥିଲେ।

‘ଆମ ବସ୍‌’ରୁ ଓହ୍ଲାଇ ରାସ୍ତା ପାରି ହେବାକୁ ଆଇଗିଣାଆ ଛକରେ ଛିଡ଼ା ହୋଇଥିଲି। ବର୍ଷା ହେବାରୁ ଆଉ ଆର ପଟକୁ ଯାଇପାରିଲି ନାହିଁ। ସେଠାରେ ଥିବା ଏକ କେବିନ୍‌ ତଳେ ଆଶ୍ରୟ ନେଇଥିଲି। ବର୍ଷା ହେଉଥିବାରୁ ମୋ ପାଖରେ କିଛି ଲୋକ ମଧ୍ୟ ଛିଡ଼ା ହୋଇଥିଲେ।

daggdaczvv

ଖଣ୍ଡଗିରି: ‘ଆମ ବସ୍‌’ରୁ ଓହ୍ଲାଇ ରାସ୍ତା ପାରି ହେବାକୁ ଆଇଗିଣାଆ ଛକରେ ଛିଡ଼ା ହୋଇଥିଲି। ବର୍ଷା ହେବାରୁ ଆଉ ଆର ପଟକୁ ଯାଇପାରିଲି ନାହିଁ। ସେଠାରେ ଥିବା ଏକ କେବିନ୍‌ ତଳେ ଆଶ୍ରୟ ନେଇଥିଲି। ବର୍ଷା ହେଉଥିବାରୁ ମୋ ପାଖରେ କିଛି ଲୋକ ମଧ୍ୟ ଛିଡ଼ା ହୋଇଥିଲେ।  ୫ ମିନିଟ୍‌ ଭିତର ଘରେ ପହଞ୍ଚିଥାନ୍ତି। ହେଲେ କେବିନ୍‌ ତଳୁ ସିଧା ଡାକ୍ତରଖାନାକୁ ଆସିଛି। ଏବେ ଡାକ୍ତରଖାନାରୁ କେବେ ଘରକୁ ଯିବି ଜାଣିନି। ଅନ୍ୟମାନଙ୍କ କଥା ନ କହିବା ଭଲ। ଆଖି ପିଛୁଳାକେ ସବୁ କିଛି ଓଲଟ୍‌ ପାଲଟ୍‌ ହୋଇଗଲା। ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ମାଡ଼ରେ ହୋର୍ଡିଂ ଖସିପଡ଼ି ସିଧା ମୋ ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ମୁଣ୍ଡରେ ପଡ଼ିଲା। ମୋ ଆଖି ଆଗରେ ଦୁଇଜଣଙ୍କ ପ୍ରାଣ ଚାଲିଗଲା। ସୌଭାଗ୍ୟବଶତଃ ମୁଁ ବଞ୍ଚିଗଲି। ହେଲେ ଏବେ ମୋ ଗୋଡ଼ ଅବସ୍ଥା ନ କହିବା ଭଲ...।

Government construction work stopped: ସରକାରୀ ନିର୍ମାଣ କାମ ବନ୍ଦ: ମାର୍ଚ୍ଚ ୩୧ ସୁଦ୍ଧା ବହୁ ପ୍ରକଳ୍ପ କାମ ସରିବନି

ଆଇଗିଣିଆ ହୋର୍ଡିଂ ଭୁଶୁଡ଼ିବା ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩୨ ବର୍ଷିୟା ମୌସୁମୀ ପ୍ରିୟଦର୍ଶିନୀ ନାୟକ କୋହଭରା କଣ୍ଠରେ ଏଭଳି କହିଛନ୍ତି।    ମୌସୁମି ନିସ୍‌ କଲେଜ୍‌ରେ କମ୍ପ୍ୟୁଟର ଅପରେଟର ଭାବେ କାମ କରନ୍ତି। ବାପାଙ୍କ ଅବସର ପରେ ବାପଘରେ ରହି ବୃଦ୍ଧ ବାପା, ମା’ ଓ ନିଜର ସାଢ଼େ ୩ ବର୍ଷର ଝିଅର ଦେଖାଶୁଣା କରନ୍ତି। ସ୍ବାମୀ କାକଟପୁରରେ ଏକ ତେଜରାତି ଦୋକାନ କରିଛନ୍ତି।  ସବୁଦିନ ପରି ମଙ୍ଗଳବାର ନିଜ କାମ ଶେଷ କରି ଘରକୁ ଫେରୁଥିବା ବେଳେ ହୋର୍ଡିଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୌସୁମୀଙ୍କ ପାଇଁ ଏହି ଦୁର୍ଘଟଣା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତାଙ୍କ ଡାହାଣ ଗୋଡ଼ ୪ ଖଣ୍ଡ ହୋଇ ଭାଙ୍ଗିଯାଇଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

୫ ମିନିଟ୍‌ରେ ଘରେ ପହଞ୍ଚିଥାନ୍ତି...

ଏବେ ଗୋଡ଼ ଅସ୍ବାଭାବିକ ଭାବେ ଫୁଲି ଯନ୍ତ୍ରଣା ଦେଉଥିବାରୁ ହାଡ଼ ଯୋଡ଼ିବା ପାଇଁ ଅତ୍ସୋପଚାର ହୋଇ ପାରୁ ନାହିଁ। ଏଭଳି ସମୟରେ ତାଙ୍କ ଦେଖାରଖା କରିବା ପାଇଁ ସ୍ବାମୀ ବ୍ୟବସାୟ ବନ୍ଦ କରି ୩ ଦିନ ହେଲା ଡାକ୍ତରଖାନାରେ ପତ୍ନୀଙ୍କ ସେବା କରୁଛନ୍ତି। ସୁସ୍ଥ ହେବାକୁ ମୌସୁମୀଙ୍କୁ ଆହୁରି ଅଢ଼େଇ ମାସ ଡାକ୍ତରଖାନାରେ ରହିବାକୁ ପଡ଼ିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଗୋଟିଏ ଅ‌ତ୍ସୋପଚାର ପ‌ରେ ଗୋଡ଼କୁ ପୂର୍ବ ଅବସ୍ଥାକୁ ଫେରାଇବାକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇ ପାରେ। ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଲାଗିବ। ହେଲେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏବେ ସମ୍ପୂର୍ଣ୍ଣ ପରିବାର ଚିନ୍ତାରେ ପଡ଼ିଛି। ମୌସୁମୀଙ୍କ ବାପା ମଧୁ ନାୟକଙ୍କ କହିବା କଥା, ‌ଜ୍ବାଇଁଙ୍କର ତେଜରାତି ଦୋକାନ। ପୁଅ ପରି ଝିଅ ଆମର ଦାୟିତ୍ବ ନେଉଥିଲା। ନାତୁଣୀ ବହୁତ ଛୋଟ। ଏଭଳି ସମୟରେ ସରକାର ସାହାଯ୍ୟର ହାତ ବଢ଼ାଇଲେ ଆମେ କିଛି ପରିମାଣରେ ଉପକୃତ ହୁଅନ୍ତୁ। ଯାହାର ଏଭଳି ଭୂଲ୍‌ ପାଇଁ ମୋ’ ଝିଅର ଏଭଳି ଅବସ୍ଥା ହୋଇଛି ତା’କୁ ମଧ୍ୟ ଦଣ୍ଡମିଳୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe