ଭୁବନେଶ୍ୱର: ‘ମାନ ଅଭିମାନ ପ୍ରେମ... ଯାହା ଦେବ ଢାଳି... ହସି ହସି ସବୁ ଦେବି ଦେହେ ମୁଁ ଯେ ବୋଳି...’ । ରଙ୍ଗ ଏମିତି ଏକ ଜିନିଷ ଯାହା ଦେହରେ ଲାଗିଲେ ସବୁ ଅଭିମାନ ଉଭେଇଯାଏ। ସେଥିପାଇଁ ତ ଅଲଗା ଅଲଗା ସମୟରେ ଯାହାର ଯାହା ଉପରେ ଯେତେ ମାନ, ଅଭିମାନ ଥାଉ ନା କାହିଁକି ହୋଲିରେ ରଙ୍ଗ ବୋଳି ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି। ତେଣୁ ରାଜଧାନୀରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ, ସମସ୍ତେ ହୋଲିକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି। ସହରର ଗଳିକନ୍ଦିରେ ଖୋଲିଗଲାଣି ରଙ୍ଗର ପସରା। ରାସାୟନିକ ରଙ୍ଗ ଯୋଗୁ ଶରୀରରେ ବିଭିନ୍ନ ସମସ୍ୟା ହେଉଥିବାରୁ ବର୍ତ୍ତମାନ ହର୍ବାଲ ରଙ୍ଗର ବିକ୍ରି ବଢ଼ୁଛି। ବ୍ୟବସାୟୀ ରମେଶ କୁମାର କହନ୍ତି, ବିଭିନ୍ନ ଗଛର ଚେର, ମୂଳ ଓ ପତ୍ରରୁ ପ୍ରସ୍ତୁତ ଏହି ରଙ୍ଗର ଦାମ୍ ୮୦ ଗ୍ରାମକୁ ୧୦୦ଟଙ୍କା ରହିଛି। ସେହିପରି ସହରର ବିଭିନ୍ନ ହୋଟେଲ ଓ ରିସର୍ଟ ଆଦିରେ ‘ହୋଲି ବାସ୍’ ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ଏଥିରେ ସ୍ୱତନ୍ତ୍ର ରେନ୍ ଡ୍ୟାନ୍ସ, ପୁଲ୍ ପାର୍ଟି, ସ୍ୱତନ୍ତ୍ର ବୁଫେ ଓ ଡ୍ରିଙ୍କ୍ସ ରହିଛି। ଏପରିକି କିଛି ହୋଟେଲ ବଲିଉଡ୍ର ପ୍ରମୁଖ ଆର୍ଜେ, ରୢାପର ଓ ଅଭିନେତାଙ୍କୁ ଆଣୁଛନ୍ତି ବୋଲି ଅନ୍ଲାଇନ୍ରେ ଜୋରଦାର ପ୍ରଚାର କରୁଛନ୍ତି।
Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ
ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ଆଗୁଆ ହୋଲି
ଏକ ନମ୍ୱରର ବ୍ୟବସାୟୀ ଟିଟୁ ମାଝୀଙ୍କ କହିଛନ୍ତି ଯେ ହୋଲିରେ ରଙ୍ଗ ଖେଳାଯାଉଥିଲେ ବି ତାହାର ଦୁଇ/ତିନି ଆଗରୁ ବିଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ, ଅଫିସରେ ରଙ୍ଗ ଖେଳିବା ଧାରା ଆରମ୍ଭ ହୋଇଯାଇଛି। ଯେହେତୁ ଛୁଟି ହୋଇଯାଉଛି, ତେଣୁ ବନ୍ଧୁମାନଙ୍କ ସହ ଆଗୁଆ ହୋଲି ଖେଳିବାର ସୁଯୋଗକୁ କେହି ହାତଛଡ଼ା କରୁନାହାନ୍ତି।
ଚାହିଦାରେ ‘ବ୍ୟାଗ୍’ ଓ ଅମ୍ୱ୍ରେଲା ପିଚକାରି’ ଏବଂ ‘ଭୂତ ମୁଖା’
ପିଚକାରିକୁ ଆଉ ହାତରେ ଧରିବାକୁ ପଡ଼ୁନି। ଏହାକୁ ବ୍ୟାଗ ଭଳି କାନ୍ଧରେ ଗଳେଇ ଏଥିରେ ପାଣି ମାରିବା ପାଇଁ ଏକ ପାଇପ ସଂଯୋଗ ହୋଇଛି। ଛୋଟ ପିଲାମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି ବ୍ୟବସାୟୀ କହିଛନ୍ତି। ଆକାର ଅନୁସାରେ ମୂଲ୍ୟ ୨୫୦ରୁ ଆରମ୍ଭ ହେଉଛି। ସେହିପରି ରଙ୍ଗ ମାଡ଼ରୁ ନିଜକୁ ରକ୍ଷା କରିବା ପାଇଁ ବଜାରକୁ ଆସିଛି ଅମ୍ୱ୍ରେଲା ପିଚକାରି। ଏହାର ମୂଲ୍ୟ ୩୫୦ଟଙ୍କା ରହିଛି। ଭୂତ ମୁଖାର ମଧ୍ୟ ବେଶ୍ ଚାହିଦା ରହିଛି।
ଅନ୍ଲାଇନ୍ରେ ସ୍ୱତନ୍ତ୍ର ରିହାତି
ହୋଲି ପାଇଁ ଅନ୍ଲାଇନ୍ ବଜାର ରିହାତିରେ ଉତ୍ପାଦ ବିକ୍ରି ଆରମ୍ଭ ହୋଇଗଲାଣି। ‘ଜିଓ ମାର୍ଟ’, ‘ନାଇକା’ ଭଳି ବହୁ କମ୍ପାନି ସ୍ୱତନ୍ତ୍ର ସେଲ୍ ଆରମ୍ଭ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ହୋଲି ଟି-ସାର୍ଟର ଚାହିଦା ବଢ଼ିବାରେ ଲାଗିଛି। ଆକାର ଓ କପଡ଼ାର ମାନ ଅନୁସାରେ ଏହାର ମୂଲ୍ୟ ଶହେରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି।
ସାବଧାନତା ସହ ପାଳନ କରନ୍ତୁ ରଙ୍ଗର ପର୍ବ
ବର୍ଷକୁ ମାତ୍ର ଥରେ ଏହି ଦିନ ଲୋକେ ପରସ୍ପରଙ୍କୁ ରଙ୍ଗ ଲଗାଇ ଥାନ୍ତି। ତେବେ ଆବଶ୍ୟକୀୟ ସତର୍କତା ଅବଲମ୍ବନ ନକଲେ ହୋଲି ଖେଳ ବିପଜ୍ଜନକ ହୋଇଥାଏ। ଏହି ପର୍ବକୁ କିପରି ସୁସ୍ଥ ଓ ନିରାପଦ ଭାବରେ ପାଳନ କରିପାରିବେ ତାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ।
ହୋଲି ଖେଳିଲା ବେଳେ ଚକ୍ଷୁର ଯତ୍ନ ନିଅନ୍ତୁ
ହୋଲିରେ ବିଷାକ୍ତ ରଙ୍ଗ ପ୍ରଭାବରୁ ଆଖିର ସୁରକ୍ଷା ଜରୁରୀ। ଚକ୍ଷୁ ଆମ ଶରୀରର ବହୁତ ସମ୍ବେଦନଶୀଳ ଅଙ୍ଗ। ତେଣୁ ହୋଲି ଖେଳିବା ବେଳେ ସାବଧାନତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ। ହୋଲି ଖେଳିବା ପୂର୍ବରୁ ପୂରା ଶରୀରରେ ନଡ଼ିଆ ତେଲ ଲଗାଇ ଦିଅନ୍ତୁ। ରାସାୟନିକ ରଙ୍ଗରୁ ଦୂରେଇ ରୁହନ୍ତୁ । ରଙ୍ଗ ଖେଳିବା ବେଳେ ସନ୍ ଗ୍ଲାସ୍ ପିନ୍ଧିବା ଆଖି ପାଇଁ ନିରାପଦ। ରଙ୍ଗ ଖେଳିବା ବେଳେ କଣ୍ଟାକ୍ଟ ଲେନ୍ସ ବ୍ୟବହାର ଓ ୱାଟର୍ ବେଲୁନ୍ ବ୍ୟବହାର କରିବା ଅନୁଚିତ। ଯଦି ଆଖିରେ ହୋଲି ରଙ୍ଗ ପଡ଼ିଯାଏ, ତା’ ହେଲେ ଥଣ୍ଡା ପରିଷ୍କାର ପାଣିରେ ଆଖିକୁ ଧୋଇଦେବା ଉଚିତ ଓ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ। ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ। ଯେଉଁମାନେ ପୂର୍ବରୁ କିଛି ଆଖି ରୋଗ ରହିଛି ସେମାନେ ହୋଲି ନଖେଳିବା ଭଲ।
Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି
ଡା.ବିଭୂତି ପାଢ଼ୀ, ଡା. ଦିଲୀପ କୁମାର ସାହୁ, ଚକ୍ଷୁରୋଗ ବିଶେଷଜ୍ଞ
ରଙ୍ଗ ଛଡ଼େଇଲା ବେଳେ ତ୍ୱଚାର ଯତ୍ନ ନିଅନ୍ତୁ
ପୂର୍ବରୁ କିଛି ଚର୍ମଜନିତ ରୋଗ ଥିବା ବ୍ୟକ୍ତିବିଶେଷ ଯଦି ରଙ୍ଗ ଖେଳୁଛନ୍ତି ତେବେ ବିଶେଷ ସାବଧାନତା ଅବଲମ୍ୱନ କରିବା ଉଚିତ। ଯେତେ ଦୂର ସମ୍ଭବ ଲମ୍ୱା ପୋଷାକ ହେଉ ଅଥବା ତେଳିଆ ପଦାର୍ଥ ଲଗାଇ ଚର୍ମକୁ ସୁରକ୍ଷିତ ରଖନ୍ତୁ। ସେହିପରି ରାସାୟନିକ ରଙ୍ଗ ବ୍ୟବହାର ନକରି ସ୍ୱୀକୃତିପ୍ରାପ୍ତ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ। ସେହିପରି ରଙ୍ଗ ଛଡ଼ାଇବା ପାଇଁ ଅଧିକ କ୍ଷାର ଯୁକ୍ତ ଡିଟରଜେଣ୍ଟ ବ୍ୟବହାର କରନ୍ତୁ ନାହିଁ। କମ୍ କ୍ଷାରଯୁକ୍ତ କ୍ଲିନଜର ବ୍ୟବହାର କରନ୍ତୁ। ଶିଶୁମାନେ ରଙ୍ଗ ଖେଳିଲା ବେଳେ ବିଶେଷ ଭାବରେ ଯତ୍ନ ନିଅନ୍ତୁ।
ମାନଗୋବିନ୍ଦ ଶ୍ରୀଚନ୍ଦନ, ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ
‘କେମିକାଲ୍ ବଦଳରେ ହର୍ବାଲ ରଙ୍ଗରେ ହୋଲି ଖେଳାଯାଉ’
ଭୁବନେଶ୍ୱର: ପୂର୍ବରୁ ଚନ୍ଦନ, ନିମ, ହଳଦୀ, ମଞ୍ଜୁଆତି ପତ୍ର ଗୋଳରେ ହୋଲି ଖେଳ ଦ୍ୱାରା ଶରୀରର ବିଭିନ୍ନ ଚର୍ମରୋଗ ଭଲ ହେଉଥିଲା। ମାତ୍ର ବର୍ତ୍ତମାନ କେମିକାଲଯୁକ୍ତ ବିଭିନ୍ନ ରଙ୍ଗ ବଜାରରେ ବିକ୍ରି ହେଉଥିବାରୁ ଲୋକେ ତା ପ୍ରତି ଆକୃଷ୍ଟ ହୋଇ ନାନାଦି ଚର୍ମରୋଗରେ ପୀଡ଼ିିତ ହେଉଛନ୍ତି। କିଛି କ୍ଷେତ୍ରରେ କେଶ ଉପୁଡ଼ିବା ଆଦି ଦେଖାଯାଉଛି। ଏହି ରଙ୍ଗ ଆଖି ପାଇଁ ମଧ୍ୟ କ୍ଷତିକାରକ। ଏଣୁ ବଜାରରେ ବିକ୍ରି ହେଉଥିବା କେମିକାଲଯୁକ୍ତ ବିଷାକ୍ତ ଫଗୁ ଓ ଗୋଳକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଦାରଖ କରିବା ଆବଶ୍ୟକ ବୋଲି ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଦିଲୀପ ଶ୍ରୀଚନ୍ଦନ ଦାବି କରିଛନ୍ତି। ବଜାରରେ ବିକ୍ରି ହେଉଥିବା କେମିକାଲଯୁକ୍ତ ରଙ୍ଗକୁ ନିଷେଧ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପରିବେଶ ମନ୍ତ୍ରୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସଚିବଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/sfhhfhf-2026-03-02-01-08-21.jpg)