Bharatpur forest: ମାଡ଼ି ବସିଲେଣି ଭରତପୁର ଜଙ୍ଗଲ: ଜବରଦଖଲକାରୀଙ୍କ କବ୍‌ଜାରେ ୦.୧୯ ହେକ୍ଟର, ହଟାଇବାକୁ ଜିଏ ବିଭାଗକୁ ଚିଠି ଲେଖିଲେ ଡିଏଫ୍‌ଓ

Advertisment

ରାଜଧାନୀ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ି ବସିଲେଣି। ଦିନ ଦିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଜିକମାନେ ଖଣ୍ଡ ଖଣ୍ଡ କରି ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ନେଇଛନ୍ତି।

ରାଜଧାନୀ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ି ବସିଲେଣି। ଦିନ ଦିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଜିକମାନେ ଖଣ୍ଡ ଖଣ୍ଡ କରି ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ନେଇଛନ୍ତି।

bharatpur forest

ଭୁବନେଶ୍ୱର: ରାଜଧାନୀ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ି ବସିଲେଣି। ଦିନ ଦିପ୍ରହରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଅସାଜିକମାନେ ଖଣ୍ଡ ଖଣ୍ଡ କରି ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ନେଇଛନ୍ତି। ୧୯.୬୨ କିଲୋମିଟର ବ୍ୟାପି ଏହି ଜଙ୍ଗଲରୁ ଏବେ ସୁଦ୍ଧା ୦.୧୯ ହେକ୍ଟର ଅଞ୍ଚଳ ଜବରଦଖଲକାରୀଙ୍କ କବଜାରେ ରହିଛି। ମୁକୁଳାଇବାକୁ ବିଭାଗୀୟ ଅଧିକାରୀମାନେ ଏକାଧିକ ଥର ପ୍ରୟାସ କରିଛନ୍ତି। ବାରମ୍ବାର ଚିଠି ଲେଖିଛନ୍ତି। ମାତ୍ର କୌଣସି ସୁଫଳ ମିଳି ନାହିଁ। ବରଂ ଜମି ମାଫିଆମାନେ ଜଙ୍ଗଲ ଜମିକୁ ନିଜ ଅକ୍ତିଆରରେ ରଖି ଲକ୍ଷା‌ଧିକ ଟଙ୍କା ରୋଜଗାର କରୁଛନ୍ତି। ଇତିମଧ୍ୟରେ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କ ବିରୋଧରେ ୮୩ଟି ମାମଲା ରୁଜୁ ମଧ୍ୟ ହୋଇସାରିଲାଣି। ତଥାପି କିଛି ଫରକ ପଡ଼ୁନି।

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ଖୋଦ୍‌ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗତ ବିଧାନସଭା ଅଧିବେଶନରେ ଭରତପୁର ଜଙ୍ଗଲ ଜବରଦଖଲ ସମ୍ପର୍କିତ ତଥ୍ୟ ରଖିଥିଲେ। ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଏକ ଲିଖିତ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆଙ୍କ ଏଭଳି ଉତ୍ତର ପରେ ବିଭାଗୀୟ ଅଧିକରୀମାନେ ପୁଣିଥରେ ସକ୍ରିୟ ହୋଇପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲ ଜମିରୁ ଜବରଦଖଲ ହଟାଇବାକୁ ଚନ୍ଦକା ଡିଏଫ୍‌ଓ ବିନୋଦ ଆଚାର୍ଯ୍ୟ ଗତ ୧୯ ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପତ୍ର ଲେଖିଛନ୍ତି। ଶ୍ରୀ ଆଚାର୍ଯ୍ୟ ଦର୍ଶାଇଛନ୍ତି ଯେ ଭୁବନେଶ୍ବର ବନ୍ୟାପ୍ରାଣୀ ରେଞ୍ଜ ଅଫିସ୍‌ କ୍ୟାମ୍ପସ୍‌ରେ କେତେକଜଣ ଅସାମାଜିକ ବ୍ୟକ୍ତି ବେଆଇନ ଭାବେ ରହୁଛନ୍ତି, ଯାହାକି ବିଏମ୍‌ସି ଅଞ୍ଚଳରେ ଆସୁଛି। ବେଆଇନ ଭାବେ ସରକାରୀ ଜମି ମାଡ଼ି ବସିବା ସହ ରେଞ୍ଜ କାର୍ଯ୍ୟାଳୟ ସହ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏମିତିକି ସେମାନେ ଜବରଦଖଲ ଜମିରେ ଘର ତିଆରି କରିବା ସହ ତାହାକୁ ଭଡ଼ା ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ଏହା ମହାନଗର ନିଗମ ଆଇନକୁ କେବଳ ଉଲ୍ଲଂଘନ କରୁନାହିଁ, ବରଂ ଲୋକଙ୍କ ସୁରକ୍ଷା ନେଇ ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁ ନାହିଁ। କାର୍ଯ୍ୟାଳୟର ଦୈନିଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ‌ତେଣୁ ଚନ୍ଦକା ବନଖଣ୍ଡ ଡିଭିଜନ ଅଫିସ୍‌ କ୍ୟାମ୍ପସ୍‌ ସହ ରେଞ୍ଜ ଅଫିସ୍‌ କ୍ୟାମ୍ପସ୍‌ ଚିହ୍ନଟ କରି ଜବରଦଖଲ ହଟାଇବା ଦିଗରେ ପଦକ୍ଷେପ ନିଅନ୍ତୁ। ଯେତେଶୀଘ୍ର ସମ୍ଭବ ଦିନ ଧାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି।

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

କେବଳ ଯେ ଜଙ୍ଗଲ ଜମି ଜବରଦଖଲ ହୋଇଛି, ତା ନାହିଁ। ବରଂ କେତେକ ସ୍ଥାନରେ ଲୋକେ ପାଚେରି ଭାଙ୍ଗି ଏହା ଭିତରୁ ଗଛ କାଟି ନେଉଥିବା ନଜରକୁ ଆସୁଛି। ଏକ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ଏକର ଏକର ଜଙ୍ଗଲ ଜମିକୁ ନେଇଗଲେଣି। ଜଙ୍ଗଲ ନିକଟରେ ରାସ୍ତା ନିର୍ମାଣ, ହୋଟେଲ ନିର୍ମାଣ ହେଉଥିବାରୁ ତାହାର ସିଧାସଳଖ ପ୍ରଭାବ ଭରତପୁର ଉପରେ ପଡ଼ୁଛି ଏବଂ ଜଙ୍ଗଲ ଅବକ୍ଷୟ ହେଉଛି। ତେଣୁ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି। ଡିଏଫ୍‌ଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଭରତପୁର ସଂରକ୍ଷିତ ଜଙ୍ଗଲ ଚାରିପାଖରେ ପାଚେରି ବୁଲାଇ ରଖାଯାଇଛି। ଜଙ୍ଗଲ ଭିତରେ ପଶିବା ସମ୍ଭବ ନୁହେଁ। ଯେଉଁଠି ତ୍ରୁଟି ଥିଲା ତାହାକୁ ମରାମତି କରାଯାଇଛି। ଭରତପୁର ଜଙ୍ଗଲ ଭାବେ ଚିହ୍ନଟ ହୋଇଥିବା ୦.୧୯ ହେକ୍ଟର ଜମି ଜବରଦଖଲ ହଟାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଜଙ୍ଗଲର ଘନତ୍ବ ଜାରି ରଖିବାକୁ ନିୟମିତ ବ୍ୟବଧାନରେ ଖାଲିଥିବା ଜମିରେ ନିମ୍ବ, କରଞ୍ଜ, ବାଉଁଶ, ବର ଭଳି ଉପାଦେୟ ଗଛ ଲଗାଯାଇଛି, ଯାହାକି ରାଜଧାନୀବାସୀଙ୍କ ଲାଗି ଉପକାରରେ ଲାଗିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe