ଭୁବନେଶ୍ୱର: ପୁରୁଷମାନଙ୍କ ତୁଳନାରେ ମହିଳାମାନେ ପରିବେଶ ସହିତ ବେଶୀ ଜଡ଼ିତ। ପରିବେଶ ଅସନ୍ତୁଳନ ତଥା ଜଳବାୟୁ ପରିବର୍ତ୍ତନରେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। ତେଣୁ ଲିଙ୍ଗଗତ ନ୍ୟାୟ ବିନା ପରିବେଶ ସୁରକ୍ଷା ଓ ଜଳବାୟୁ ସମସ୍ୟାର ସମାଧାନ ଅସମ୍ଭବ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସର ୧୬ତମ ସଂସ୍କରଣର ‘ପରିବେଶ ଓ ନାରୀ’ ଶୀର୍ଷକ ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟଅତିଥି କେରଳର ପୂର୍ବତନ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରକୃତି ଶ୍ରୀବାସ୍ତବ କହିଛନ୍ତି। ଦେଶରେ ଏବେ ୩୧୦୦ ଜଣ ଆଇଏଫ୍‌ଏସ୍‌( ବନଅଧିକାରୀ) ଥିବାବେଳେ ସେଥିମଧ୍ୟରୁ ମାତ୍ର ୨୮୪ ଜଣ ହେଉଛନ୍ତି ମହିଳା। 

Advertisment

No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

ସେହିପରି ଦେଶରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସଂଖ୍ୟା ୨ ଲକ୍ଷ ୫୦ ହଜାର ଥିବା ବେଳେ ସେଥିରେ ମହିଳାଙ୍କ ସଂଖ୍ୟା ମାତ୍ର ୫ ହଜାର। ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଜଙ୍ଗଲ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଏହି ଲିଙ୍ଗଗତ ଅସମାନତା ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ପୂର୍ବତନ ପ୍ରଶାସକ ତଥା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଅରବିନ୍ଦ ବେହେରା ପରିବେଶ ଓ ବିକାଶ ଭିତରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ ଅଧ୍ୟକ୍ଷତା କରି ପରିବେଶ ସୁରକ୍ଷା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଜା ମିଶ୍ର, କସ୍ତୁରବା ଟ୍ରଷ୍ଟର ସର୍ବ ଭାରତୀୟ ଉପସଭାପତି ଗାୟତ୍ରୀ ଦାସ, ଭୃଗୁ ବକ୍ସିପାତ୍ର, ଓଇଏସ୍‌ର ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Highmast light Without Electricity: ହାଇମାଷ୍ଟ୍ ଲାଇଟ୍‌ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ

ଅନୁଷ୍ଠାନର ସାଂଗଠନିକ ସମ୍ପାଦକ ସୁଦର୍ଶନ ଦାସ ସ୍ୱାଗତ ଭାଷଣ, ପ୍ରଫେସର ସୁଚେତା ପ୍ରିୟବାଦିନୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଏକ ନିବନ୍ଧ ସଂକଳନ ଉନ୍ମୋଚିତ ହୋଇଥିଲା। ଏହା ପରେ ଅନୁଷ୍ଠିତ ଦୁଇଟି ବୈଷୟିକ ଅଧିବେଶନରେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶରତ ପାଲିତା,ଏଫ୍‌ଇଏସ୍‌ର ନିର୍ଦ୍ଦେଶକ ସ୍ୱପ୍ନା ଷଡ଼ଙ୍ଗୀଙ୍କ ସମେତ ୯ଜଣ ଗବେଷକ ପ୍ରବନ୍ଧ ପାଠ କରିଥିଲେ l