କଟକ: ପୁରୁଣା ଏୟାରପୋର୍ଟ ରାସ୍ତା ବା ଏକାମ୍ର ରାସ୍ତା ଦେଇ ବିମାନବନ୍ଦର ଓ ଲିଙ୍ଗରାଜ ମନ୍ଦିରକୁ ଯାତାୟାତ ବେଳେ ନବୀନ ନିବାସ ନିକଟରେ ରାସ୍ତାର ଗୋଟିଏ ପାଖ ଅବ‌ରୋଧ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମାମଲାରେ ପକ୍ଷ ରଖିବେ ରାଜ୍ୟ ସରକାର। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ୍‌ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ ଚନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

Odisha ready for SIR: ଏସ୍‌ଆଇଆର୍‌ ପାଇଁ ଓଡ଼ିଶା ପ୍ରସ୍ତୁତ: ୭ହଜାର ନୂଆ ବୁଥ୍‌, ପ୍ରତି ବୁଥ୍‌ରେ ସର୍ବାଧିକ ୧୨୦୦ ଭୋଟର୍‌

ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ, ପୁରୁଣା ଏୟାରପୋର୍ଟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଉ ନ ଥିବାରୁ ବହୁ ସମୟରେ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି। ଲୋକମାନେ ଲିଙ୍ଗରାଜ ମନ୍ଦିର ଓ ବିମାନବନ୍ଦର ଯା’ ଆସ କରିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଗୋଟିଏପାର୍ଶ୍ବ ଜବରଦଖଲ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବି‌ରୋଧୀ ଦଳ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ଆଳରେ ରାସ୍ତାକୁ ସଂକୁଚିତ କରାଯାଇଛି। ଏହି ରାସ୍ତାରୁ ଅବରୋଧ ହଟାଯାଇ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିଲେ ଜନସାଧାରଣ ଉପକୃତ ହେବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Monthly baby girl sold: ମାସକର ଶିଶୁକନ୍ୟାକୁ ବିକିଦେଲେ: ଥାନାର ଦ୍ବାରସ୍ଥ ହେଲେ ଜେଜେମା’