Advertisment

Jagmaras large pond: ଜାଗମରା ବଡ଼ ପୋଖରୀ: ପଙ୍କ, ମଦବୋତଲ, ପ୍ଲାଷ୍ଟିକ୍‌ରେ ଭର୍ତ୍ତି

Advertisment

ଜାଗମରା ଗାଁର ସିଦ୍ଧେଶ୍ବର ମନ୍ଦିର, ଅଶ୍ବତ୍‌ଥ ଗଛ ଓ ତାକୁ ଲାଗି ରହିଥିବା ବଡ଼ପୋଖରୀ ବେଶ୍‌ପୁରୁଣା। ଖଣ୍ଡଗିରି ଯାତ୍ରା ବେଳେ ଏହାର ଗୁରୁତ୍ବ ସର୍ବାଧିକ। ମେଳାବେ‌ଳେ ଏହି ପୋଖରୀରୁ କଳସ ଯାତ୍ରା ହୋଇ ପାଣି ଗଲେ ସେଠା‌ରେ ହୋମ ଆରମ୍ଭ ହୁଏ।

ଜାଗମରା ଗାଁର ସିଦ୍ଧେଶ୍ବର ମନ୍ଦିର, ଅଶ୍ବତ୍‌ଥ ଗଛ ଓ ତାକୁ ଲାଗି ରହିଥିବା ବଡ଼ପୋଖରୀ ବେଶ୍‌ପୁରୁଣା। ଖଣ୍ଡଗିରି ଯାତ୍ରା ବେଳେ ଏହାର ଗୁରୁତ୍ବ ସର୍ବାଧିକ। ମେଳାବେ‌ଳେ ଏହି ପୋଖରୀରୁ କଳସ ଯାତ୍ରା ହୋଇ ପାଣି ଗଲେ ସେଠା‌ରେ ହୋମ ଆରମ୍ଭ ହୁଏ।

dagdadgzcvcvcv

ଖଣ୍ଡଗିରି: ଜାଗମରା ଗାଁର ସିଦ୍ଧେଶ୍ବର ମନ୍ଦିର, ଅଶ୍ବତ୍‌ଥ ଗଛ ଓ ତାକୁ ଲାଗି ରହିଥିବା ବଡ଼ପୋଖରୀ ବେଶ୍‌ପୁରୁଣା। ଖଣ୍ଡଗିରି ଯାତ୍ରା ବେଳେ ଏହାର ଗୁରୁତ୍ବ ସର୍ବାଧିକ। ମେଳାବେ‌ଳେ ଏହି ପୋଖରୀରୁ କଳସ ଯାତ୍ରା ହୋଇ ପାଣି ଗଲେ ସେଠା‌ରେ ହୋମ ଆରମ୍ଭ ହୁଏ। ଦିନ ଥିଲା ଏହି ପୋଖରୀରେ ଏତେ ପାଣି ରହୁଥିଲା ଯେ ଲୋକେ ବୁଡ଼ି ଯାଉଥିଲେ। ବର୍ତ୍ତମାନ ଜଳସ୍ତର କମିଗଲାଣି। ଏଣେ ପଙ୍କ ଓ ପ୍ଲାଷ୍ଟିକ୍‌ବର୍ଜ୍ୟ ପୋଖରୀକୁ ପୋତି ପକାଇଲାଣି। ପୋଖରୀକୁ ସଂଯୋଗ ହୋଇଥିବା ନାଳ ପୋତି ହେଲାଣି। । ଏହା ସତ୍ତ୍ବେ, ଆଜି ବି ଗାଁ’ର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଦୈନନ୍ଦିନ ଜୀବନ ସହିତ ଏହା ଯୋଡ଼ି ହୋଇ ରହିଛି। ଅନ୍ୟ ପୋଖରୀ ଭଳି ଏହା ମରି ନାହିଁ ସତ, କିନ୍ତୁ ବିପନ୍ନ ଅବସ୍ଥାକୁ ଆସିଗଲାଣି।ପୋଖରୀକୁ ଗ୍ରାମ କମିଟି ପକ୍ଷରୁ ବେଳେବେଳେ ସଫା କରାଯାଉଛି। ବେଶି ମଇଳା ହେଲେ ଗ୍ରାମର ଯୁବକମାନେ ଅଣ୍ଟାଭିଡ଼ନ୍ତି। ଏବେ ପୋଖରୀ ବର୍ଜ୍ୟରେ ଭର୍ତ୍ତି ହୋଇଗଲାଣି।  ମଦ ବୋତଲ, ପ୍ଲାଷ୍ଟିକ୍‌ଗ୍ଲାସ, ସାମ୍ପୁ ଜରି, ଗ୍ଲାସ୍‌ଆଜି ବର୍ଜ୍ୟ ଯୋଗୁ ପୋଖରୀର ଅସ୍ତିତ୍ବ ଆଜି ବିପନ୍ନ।

Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ

ପୋଖରୀ ସହ ସଂଯୁକ୍ତ ଆଇଗିଣିଆ, ଗଣ୍ଡମୁଣ୍ଡା ନାଳ ମରିବାକୁ ବସିଲାଣି। ବିଏମ୍‌ସି ପକ୍ଷରୁ ୨୦୧୩ ମସିହାରେ ଏହାର ଚାରିପାଖରେ ପାଚେରି କରାଯାଇଥିଲା। ପାଚେରି ନିର୍ମାଣ ବେଳେ, ଯେଉଁ ପାର୍ଶ୍ବରେ ଝର ପାଣି ଏଠିକୁ ଆସୁଥିଲା, ସେହି ସ୍ଥାନରେ ମଧ୍ୟ ପାଚେରି ନିର୍ମାଣ କରାଯାଇଥିବାରୁ ଝର ପାଣି ଆସି ପାରୁନାହିଁ। ସେହିପରି ସେତେବେଳେ କେବଳ ଚାରିପାଖର ଅଳ୍ପ କିଛି ପଙ୍କ ଉଦ୍ଧାର କରାଯାଇଥିବାରୁ ୧୨ ବର୍ଷ ପରେ ପୋଖରୀ ପଙ୍କରେ ଭର୍ତ୍ତି ହୋଇଯାଇଛି। ପ୍ରାୟ ୨ ଏକର ଜମି ଉପରେ ଥିବା ବଡ଼ ପୋଖରୀକୁ ନେଇ ଗ୍ରାମ କମିଟି ସଭାପତି ଦିଲୀପ ମହାନ୍ତିଙ୍କ କହିବା କଥା ଆଜି ବି ଏହି ପୋଖରୀରେ ଗାଧୋଇବା ପାଇଁ ଭୋର୍‌୪ଟାରୁ ଲୋକଙ୍କ ଭିଡ଼ ହୁଏ। ଅଭ୍ୟାସବଶତଃ ଘରେ ସ୍ନାନାଗାର ଥାଇ ମଧ୍ୟ ଅନେକ ବୃଦ୍ଧ ଏଠିକୁ ଆସନ୍ତି। ଶୁଦ୍ଧିକ୍ରିୟା ତୁଠ କାର୍ଯ୍ୟଠାରୁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣ ପାଇଁ ଲୋକଙ୍କ ଭିଡ଼ ହୁଏ। ନିକଟସ୍ଥ ସିଦ୍ଧେଶ୍ବର ମନ୍ଦିର ସହିତ ଧାର୍ମିକ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା କଳସ ଯାତ୍ରା ଏଠାରୁ ଆରମ୍ଭ ହୁଏ। ପୋଖରୀ ପାଣି ଜମିରହିଲେ ଓ ପଙ୍କ ସଫେଇ ନ ହେଲେ ପୋଖରୀ ପୋତି ହୋଇଯିବ। ଏଥିପ୍ରତି ବିଏମ୍‌ସି ବଡ଼ ବଜେଟ୍ ପ୍ରଦାନ କରିବା କଥା। ଗ୍ରାମ ଯୁବକ ସଂଘର ରୋଶନ ମହାନ୍ତି କହିଛନ୍ତି, ପୋଖରୀ ମଇଳା ହେଲେ ଆମେ ସଫା କରୁଛୁ। ତେବେ ବିଭିନ୍ନ ସମୟରେ ନିଆଁ ଲିଭା, ରାସ୍ତାକଡ଼ ପାର୍ଶ୍ବରେ ଲାଗୁଥିବା ଗଛରେ ପାଣି ଦେବା ପାଇଁ ଏହାର ପାଣି ବ୍ୟବହାର କରାଗଲେ, ପାଣିର ମାନରେ ଉନ୍ନତି ଆସିପାରନ୍ତା।

Horoscope 2026 February 09: ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe