ଖଣ୍ଡଗିରି: ଖଣ୍ଡଗିରି ଯାତ୍ରା ପାଇଁ ପ୍ରତିଦିନ ସନ୍ଧ୍ୟା ସମୟରେ ଖଣ୍ଡଗିରି ଅଞ୍ଚଳରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଗାଡ଼ି ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ ଥିଲେ ମଧ୍ୟ ଦର୍ଶକମାନେ ମନଇଚ୍ଛା ଦୁଇଚକିଆ ଗାଡ଼ିଗୁଡ଼ିକୁ ପାର୍କିଂ କରୁଛନ୍ତି। ଏପରିକି ଖଣ୍ଡଗିରି ଥାନା ସମ୍ମୁଖରେ ଥିବା ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖାଯାଉଛି। ବାଇକ୍‌ ପାର୍କିଂ ପାଇଁ ୫୦ଟଙ୍କା ଦେବାକୁ ପଡ଼ୁଥିବାରୁ ଥାନା ସମ୍ମୁଖରେ ଲୋକେ ଗାଡ଼ି ପାର୍କିଂ କରୁଥିବା ଜଣାପଡ଼ିଛି। ତେବେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ ନହେଲେ ଗାଡ଼ିକୁ ଟୋ କରି ଉଠାଇନେବା ସହିତ ଜରିମାନାର ବ୍ୟବସ୍ଥା ରହିଛି। ମାତ୍ର ଖଣ୍ଡଗିରି ଥାନା ସମ୍ମୁଖରେ ପାର୍କିଂ‌ ହେଉଥିବା ଗାଡ଼ିଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ବରଂ ଥାନା ସମ୍ମୁଖରେ ଗାଡ଼ିଗୁଡ଼ିକ ସୁରକ୍ଷିତ ରହୁଛି ବୋଲି ବାଇକ୍‌ ପାର୍କିଂ କରୁଥିବା ଲୋକେ କହିଛନ୍ତି। 

Advertisment

Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ

ବର୍ତ୍ତମାନ ଖଣ୍ଡଗିରି ଯାତ୍ରାରେ ସ୍ଥାନୀୟ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗାଡ଼ି ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାତ୍ର ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ନରଖି ଖଣ୍ଡଗିରି-ଜାଗମରା ରାସ୍ତାକଡ଼, ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଦୋକାନ ସମ୍ମୁଖ ଓ ଗଳିକନ୍ଦିରେ ଦୁଇଚକିଆ ଓ ଚାରିଚକିଆ ଯାନ ରଖିଦେଇ ଯାତ୍ରା ଦେଖିବାକୁ ଯାଉଛନ୍ତି। ସବୁଠାରୁ ବେଶି ଗହଳି ହେଉଛି ଖଣ୍ଡଗିରି ଥାନା ସମ୍ମୁଖରେ। ମୁଖ୍ୟଫାଟକର ଦୁଇକଡ଼ରେ ଗାଡ଼ି ପାର୍କିଂ କରାଯାଉଥିବା ବେଳେ କିଛି ଅମାନିଆ ମୁଖ୍ୟ ଫାଟକ ସମ୍ମୁଖରେ ଗାଡ଼ି ରଖୁଛନ୍ତି। ବିଳମ୍ବିତ ରାତିରେ ପୁଲିସ କର୍ମଚାରୀମାନେ ଫାଟକ ସମ୍ମୁଖରୁ ଏହି ଗାଡ଼ିଗୁଡ଼ିକୁ ହଟାଉଛନ୍ତି। ଅନୁରୂପ ଅବ୍ୟବସ୍ଥା ଥାନାର ପଛପଟ ଗେଟ୍‌ ନିକଟରେ ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଥାନାର କର୍ମଚାରୀମାନେ କହିଛନ୍ତି ଯେ ଗାଡ଼ି ରଖିବାକୁ ଲୋକଙ୍କୁ ବାରମ୍ବାର ମନା କରାଯାଇଛି। ମାତ୍ର ଯିଏ ପାରିଲା ସିଏ ରଖିଦେଇଯାଉଛି। ଯିଏ ହାବୁଡ଼ରେ ପଡ଼ୁଛି, ତାଙ୍କୁ ମନାକରି ପାର୍କିଂସ୍ଥଳରେ ଗାଡ଼ି ରଖିବାକୁ ତାଗିଦ କରାଯାଉଛି।

Bird Flu: ବାର୍ଡ ଫ୍ଲୁ ଫେରିଲା! କିପରି ସତର୍କ ରହିବେ?