ଜୟପୁର: ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ଛାତ୍ର ମୌକିତ ଆଚାର୍ଯ୍ୟଙ୍କୁ ଅପହରଣ ଉଦ୍ୟମ ହୋଇଛି। ବାଇକ୍ରେ ଲିଫ୍ଟ ମାଗି ଅପହରଣ ଉଦ୍ୟମ କରିଥିଲେ ଅପହର୍ତ୍ତା। ସନ୍ଦେହ ହେବା ପରେ ବୁଦ୍ଧି ଖଟାଇ ଅପହର୍ତ୍ତାଙ୍କ କବଳରୁ ମୌକିତ ଖସି ଆସିଛନ୍ତି। ଅପହର୍ତ୍ତାଙ୍କ ସହ ହାତାହାତି କାରଣରୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୌକିତ। ତେବେ ଅନ୍ୟ ସହଯୋଗୀଙ୍କ ସହ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି ଅପହର୍ତ୍ତା। ଏହି ଘଟଣା ଜୟପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବୁଦ୍ଧି ଖଟାଇ ଖସି ଆସିଲେ, ଦୁର୍ବୃତ୍ତ ଫେରାର
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଦୁଇ ଦିନ ଧରି ପିଛା କରୁଥିଲେ ଅପହର୍ତ୍ତା
ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ ବିଶ୍ବବିଦ୍ୟାଳୟ ନିକଟରେ ମୌକିତଙ୍କ ନିକଟକୁ ଜଣେ ଯୁବକ ଆସି ଜରୁରି କାମ ଥିବା ଦର୍ଶାଇ ପାରାବେଡ଼ା ଛକରେ ଛାଡ଼ିଦେବା ପାଇଁ ନିବେଦନ କରିଥିଲା। ମୌକିତ ବାଇକ୍ରେ ଯୁବକଙ୍କୁ ପାରାବେଡ଼ା ଛକରେ ପହଞ୍ଚାଇବା ପରେ ଆଉ ଟିକେ ଦୂରରେ ଛାଡ଼ିଦେବାକୁ କହିଥିଲା। ଛକ ପରେ ଛକ ପରିବର୍ତ୍ତନ କରି ଯୁବକ ଜଣଙ୍କ ମୌକିତକୁ ଗଡ଼ପଦର କେନାଲ ଛକ ଅଭିମୁଖେ ନେଇ ଯାଇଥିଲା। ସନ୍ଦେହ କରି ମୌକିତ ଯୁବକ ଜଣଙ୍କୁ ବାଇକ୍ରୁ ଓହ୍ଲାଇ ଯିବାକୁ କହିଥିଲେ। କିନ୍ତୁ ଯୁବକ ଜଣଙ୍କ କେନାଲ୍ ଛକରେ ଛାଡ଼ିବାକୁ ବାଧ୍ୟ କରିବା ସହ ଏସ୍ଭି ଗାର୍ଡେନ୍ ସମ୍ମୁଖରେ ମୌକିତଙ୍କ ବେକକୁ ଚିପି ଦେଇଥିଲା। ଫଳରେ ବାଇକ୍ ଭାରସାମ୍ୟ ହରାଇ କଲ୍ୟାଣ ମଣ୍ଡପ ସମ୍ମୁଖ ଡ୍ରେନ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୌକିତ ବାଇକ୍ରୁ ପଡ଼ିଯିବାରୁ ପଛରେ ବସିଥିବା ଯୁବକ ଜଣଙ୍କ ମୋବାଇଲ୍ ଲୁଟ୍ କରିବା ସହ ମାଡ଼ ମାରିଥିଲେ।
Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ
ମୋବାଇଲ୍ ନେଇ ଫେରାର ହୋଇଯାଉଥିବା ବେଳେ ସାହସର ସହିତ ମୌକିତ ମୁକାବିଲା କରି ଧରିବା ପାଇଁ ଗୋଡ଼ାଇଥିଲେ। ତେବେ ପୂର୍ବରୁ ଅନ୍ୟ ଏକ ସ୍କୁଟିରେ ଅପେକ୍ଷା କରିଥିବା ଦୁର୍ବୃତ୍ତଙ୍କ ସହ ଅପହର୍ତ୍ତା ଯୁବକ ଫେରାର ହୋଇଯାଇଥିଲେ। ଆଖପାଖରେ ଥିବା ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିବା ପରେ ମୌକିତ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ମାମୁ ଦିଗ୍ବଳୟ ମିଶ୍ରଙ୍କ ସୂଚନାକ୍ରମେ ଟାଉନ ଥାନା ପୁଲିସର ପାଟ୍ରୋଲିଂ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବାର ଲୋକ ପହଞ୍ଚି ମୌକିତଙ୍କୁ ଡାକ୍ତରଖାନା ନେଇଥିଲେ। ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସ୍କୁଟିର ଫଟୋ ମୌକିତ ଉଠାଇ ନେଇଥିବାରୁ ଅପହର୍ତ୍ତାଙ୍କୁ କାବୁ କରିବା ପୁଲିସ ପକ୍ଷେ ସହଜ ହେବ। ମୌକିତଙ୍କ ମାମୁଙ୍କ ସୂଚନା ମୁତାବକ, ଅପହର୍ତ୍ତା ଗତ ଦୁଇ ଦିନ ହେଲା ବିଭିନ୍ନ ବାହାନା ଦେଖାଇ ମୌକିତଙ୍କୁ ଅପହରଣ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/06/fshhfshfxvbvb-2026-02-06-01-58-29.jpg)