JICA to provide: ତୃତୀୟ ପର୍ଯ୍ୟାୟ ସହଯୋଗ କରିବ ‘ଜାଇକା’

Advertisment

ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି(ଜାଇକା) ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା...

ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି(ଜାଇକା) ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା...

Untitled-6

ଭୁବନେଶ୍ବର: ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି(ଜାଇକା) ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା ଦ୍ୱିତୀୟ ପର୍ଯ୍ୟାୟ(ଓଏଫ୍ଏସ୍‌ଡିପି-୨) ଓ ଜାଇକାର ମିଳିତ ସହାୟତାରେ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ କର୍ମଶାଳାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଉଦ୍‌ଘାଟନ କରି କହିଲେ ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାକୃତିକ ସମ୍ପଦ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାଇକା ନିରନ୍ତର ଭାବେ କାର୍ଯ୍ୟ କରୁଛି। ଏହି ସହଭାଗିତା ଆଦିବାସୀ ସମ୍ପ୍ରଦାୟ, ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କ ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହୋଇଛି। ଓଏଫ୍‌ଏସ୍‌ଡିପି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବାରୁ ଏହାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ବ୍ୟାପକ ସଂକଳ୍ପକୁ ପୂରଣ କରିବାକୁ ଓଡ଼ିଶା ନିମନ୍ତେ ଏହି ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ‌ସେ କହିଥିଲେ।

Avoid Valentine's Day Fraud: ଅର୍ଥ ସୂତ୍ର: ଭାଲେଣ୍ଟାଇନ୍‌ସ ଠକେଇରୁ ବଞ୍ଚନ୍ତୁ

Historical : ‘ଐତିହାସିକ, ସାଂସ୍କୃତିକ ମହାପୁରୁଷମାନେ ଅସ୍ମିତା ପୁରୁଷ’


ଜାଇକା ଇଣ୍ଡିଆର ବରିଷ୍ଠ ପ୍ରତିନିଧି ୱାକା ମାତ୍ସୁ ଯୋଗଦେଇ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତାବ ଆସିଲେ ଆମେ ସହଯୋଗର ହାତ ବଢ଼ାଇବୁ ବୋଲି ଆଶ୍ବାସନା ଦେଇଥିଲେ। ‘ଭବିଷ୍ୟତ ପାଇଁ ପ୍ରସ୍ତୁତ ବନୀକରଣ: ଜଳବାୟୁ ସହନଶୀଳତା, ଡିଜିଟାଲ୍ ରୂପାନ୍ତରଣ ଏବଂ ସ୍ଥାୟୀ ଅର୍ଥନୀତି’ ଶୀର୍ଷକ କର୍ମଶାଳାରେ ବନୀକରଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ସ୍ଥାୟୀ ବିକାଶର ସମନ୍ୱୟ ଉପରେ ଗୁରୁତ୍ବାରୋପ କରାଯାଇଛି। ଉଦଘାଟନୀ ସମାରୋହରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଇଜି(ଇଏପି) କେ. ବି. ସିଂ, ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ କେ. ମୁରୁଗେସନ୍‌, ଓଏଫ୍‌ଏସ୍‌ଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe