ବାରଙ୍ଗ: ୧୯୬୩ରେ ପ୍ରତିଷ୍ଠା ହୋଇଥିବା ରାଜ୍ୟ ଉଦ୍ଭିଦ ଉଦ୍ୟାନର କଳେବର ବୃଦ୍ଧି ହୋଇଛି। ୩୨ଟି ଭିନ୍ନ ଭିନ୍ନ ପ୍ରଜାତି ଉଦ୍ଭିଦରେ ହସୁଛି ଉଦ୍ୟାନ। ଉଦ୍ୟାନର ଶୋଭା ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖୁଥିବା ବେଳେ ଏହା ସଂଲଗ୍ନ କିଆଖଣି ଓ କାଞ୍ଜିଆ ହ୍ରଦର ପରିବେଶ ବିଗିଡିବାରେ ଲାଗିଛି। କୋଟି କୋଟି ଟଙ୍କା ବ୍ୟୟରେ ନିତିଦିନ ଭଙ୍ଗା ଗଢ଼ା କାର୍ଯ୍ୟ ଜାରି ରହିଛି। ହେଲେ ସରକାରୀ ଓ ପ୍ରଶାସନିକ ସ୍ତରରେ ସମନ୍ବୟ ରଖି ଯୋଜନା କରା ଯାଉ ନଥିବାରୁ ପ୍ରାକୃତିକ ଜଳଭଣ୍ଡାରର ଉତ୍ସ କାଞ୍ଜିଆ ଓ କିଆଖଣି ହ୍ରଦ ଅବହେଳିତ ହୋଇ ପଡ଼ିଛି। କାଞ୍ଜିଆ ତଳମୁଣ୍ଡରେ ପାରମ୍ପରିକ ଜଳପ୍ରବାହ ନାଳୀ ତଥା ପଥକୁ ପୋତି କୋଠାବାଡ଼ି ନିର୍ମାଣ ହୋଇଛି। ଫଳରେ କାଞ୍ଜିଆକୁ ଉପର ମୁଣ୍ଡରୁ ପୂର୍ବଭଳି ଜଳ ପ୍ରବେଶ କରି ପାରୁନାହିଁ। ତଳକୁ ନିଷ୍କାସିତ ହୋଇପାରୁ ନାହିଁ। ଜଳସ୍ରୋତ ପ୍ରଖର ନ ହେବା କାରଣରୁ ପାଣି ଉପରେ ଦଳ ମାଡ଼ିଯାଉଛି। ପଙ୍କ ବୃଦ୍ଧି କାରଣରୁ ଦୂଷିତ ହେଉଛି। ପ୍ରଭାବରେ ଏଠାକାର ଜୈବ ବିବିଧତା ନଷ୍ଟ ସହ ଏହାର କୁପ୍ରଭାବ ଜଳଚର ଜୀବ ଓ ବିଦେଶାଗତ ପକ୍ଷୀଙ୍କ ଉପରେ ପଡ଼ୁଛି।
Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
୧୯୯୯ ମସିହା ମହାବାତ୍ୟାଠାରୁ ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ବିହଙ୍ଗମୟ ଦୃଶ୍ୟ ଦେଖିବାକୁ ମିଳୁନାହିଁ। କେବଳ ସେତିକି ନୁହେଁ ହ୍ରଦରେ ଦେଖିବାକୁ ମିଳୁଥିବା ‘ପାଣିଓଧ’ ଏବେ ଦୁର୍ଲଭ। ପ୍ରାକୃତିକ ପରିବେଶ ବିଗିଡିବାରୁ ବହୁ ବିରଳ ପ୍ରଜାତିର ପ୍ରାଣୀ ଆଉ ଦେଖିବାକୁ ମିଳୁନାହାନ୍ତି। ବିଦେଶାଗତ ପକ୍ଷୀ ବି ଆସୁ ନାହାନ୍ତି। କାଞ୍ଜିଆ ଓ କିଆଖଣି ହ୍ରଦ ସ୍ଥାନୀୟ ଲୋକଙ୍କ ଜୀବିକାର ଉତ୍ସ ଥିଲା। ଏହାରି ପାଣି ଭିତରେ ଏକ ପ୍ରକାର ଜଙ୍ଗଲୀ ଧାନ ଭେଳା ହୋଇ ବଢିବା ସହ ଧାନ ଫଳୁଥିଲା। ଲୋକେ ଧାନ ଓ ପଦ୍ମ ପରାଗ ସଂଗ୍ରହ କରୁଥିଲେ। ମାଛ, କଙ୍କଡା ଧରି, ପାଣି ସିଙ୍ଗଡା ଓ ପଦ୍ମ ପତ୍ରକୁ ତୋଳି ବ୍ୟବସାୟ କରି ଚଳୁଥିଲେ। ବାରମ୍ବାର ବାତ୍ୟା ପ୍ରଭାବରେ ଉଭୟ ହ୍ରଦ ପାର୍ଶ୍ଵରେ ଥିବା ବଡ଼ ବଡ଼ ଗଛ ସବୁ ଉପୁଡି ପାଣି ଭିତରେ ପଡିବା ସହ ଡାଳପତ୍ର ଜଳାଶୟ ପ୍ରଦୂଷିତ ହୋଇଥିଲା। ହ୍ରଦର ଉପର ମୁଣ୍ଡରେ ଥିବା ପାହାଡ଼ ଓ ମୁଣ୍ଡିଆ ସବୁକୁ ତାଡ଼ି ମୋରମ, ପଥର ବିକ୍ରି କରି ଖାଲ କରିଦିଆଯିବା ଫଳରେ ବର୍ଷା ଦିନରେ ଆସୁଥିବା ପାରମ୍ପରିକ ଜଳ ସ୍ରୋତ ଗତିପଥ ବଦଳାଇ ଆଉ କାଞ୍ଜିଆକୁ ଆସୁ ନାହିଁ। ଯେଉଁଥିପାଇଁ ଜଳଚର ଜୀବଙ୍କ ଅସ୍ଥିତ୍ୱ ପ୍ରତି ବିପଦ ରହିଛି। କାଞ୍ଜିଆ ଓ କିଆଖଣି ରାଜଧାନୀ ସମେତ ଆଖପାଖ ଅଞ୍ଚଳର ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ବେଳେ ଏହାର ସୁରକ୍ଷା ପ୍ରତି ଉଚିତ ପଦକ୍ଷେପ ନିଆଯାଇ ନାହିଁ। କାଞ୍ଜିଆ ଓ କିଆାଖଣି ହ୍ରଦ ଜଳ ନିଷ୍କାସନ ଲାଗି ନନ୍ଦନକାନନ, ତହସିଲ, ପୂର୍ତ୍ତ ଓ ଡ୍ରେନେଜ୍ବିଭାଗର ମିଳିତ ଭାବେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀମାନେ କହିଛନ୍ତି। କାଞ୍ଜିଆ ଓ କିଆଖଣି ହ୍ରଦର ସୁରକ୍ଷା ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି ଯେ ଏବେ ଦଳ ସଫା ଚାଲିଛି। ଡ୍ରେନେଜ୍ବିଭାଗ ସହାୟତାରେ ନାଳୀ ଖୋଳା ଯାଉଛି। ଖୁବ୍ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା ହେବ।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
ଗୋଟିଏ ସମୟରେ ଉଭୟ ପ୍ରାକୃତିକ ହ୍ରଦରେ ସ୍ବଚ୍ଛ ନିର୍ମଳ ଜଳ ଗଚ୍ଛିତ ରହୁଥିଲା। ତଳମୁଣ୍ଡ ମୁଖ୍ୟ ରାସ୍ତାରେ ଥିବା ପୋଲିଆ ଦେଇ ଜଳ ନିମ୍ନକୁ ପ୍ରବାହିତ ହୋଇ ବୁଡୁ ନାଳରେ ପ୍ରବେଶ କରି ପରବର୍ତ୍ତୀ ସମୟରେ କୁଆଖାଇ ନଦୀରେ ମିଶୁଥିଲା। ଫଳରେ ନଦୀରୁ ମାଛ, କଇଁଛ ଓ ଅନ୍ୟାନ୍ୟ ଜଳଚର ଜୀବ କାଞ୍ଜିଆକୁ ଯିବା ଆସିବା କରୁଥିଲେ। ବର୍ଷା ଦିନରେ ଉପରମୁଣ୍ଡରୁ ଚନ୍ଦକା, ଡେରାସ ସମେତ ବିଭିନ୍ନ ପାହାଡ଼ର ପାଣି କାଞ୍ଜିଆ ହ୍ରଦରେ ପ୍ରବେଶ କରୁଥିବାରୁ ଭରପୂର ରହୁଥିଲା। ପ୍ରକୃତିକ ପରିବେଶ ହୋଇଥିବାରୁ ରୋହି, ଭାକୁର, ମିରକାଳି, କଳାବଇଁଶି, ବାଳିଆ, କଣ୍ଟିଆ, ଚିଙ୍ଗୁଡି, କରାଣ୍ଡି, ମହୁରାଳି, ଶେଉଳ, କଉ ଓ ମାଗୁରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମଧୁରଜଳ ମାଛ ଏଠାରେ ମିଳୁଥିଲା। କଇଁଛ, ବେଙ୍ଗ, ସାପ ଓ ଗେଣ୍ଡା ପ୍ରଭୃତି ଜଳଚର ଜୀବ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲେ। ପାଣି ସିଙ୍ଗଡା, ପଦ୍ମ, କଇଁ ଓ ଶୈବାଳ ପ୍ରଚୁର ପରିମାଣରେ ଥିଲେ। କେବଳ ସେତିକି ନୁହେଁ, ସାରସ, ସଲରୀ, ଚାମଚ ଥଣ୍ଟିଆ, ବଙ୍କା ଥଣ୍ଟିଆ, ଚକୋଇ, ହଂସରାଳୀ, ବତକ, ଚିତ୍ରା ଗେଣ୍ଡାଳିଆ, ବଗ ଆଦି ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହେଉଥିଲା। ବିଦେଶାଗତ ପକ୍ଷୀଙ୍କ କଳରବରେ କାଞ୍ଜିଆ ହ୍ରଦ jପରିବେଶ ଫାଟି ପଡୁଥିଲା। ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଓ ପଥଚାରୀ ଘଡ଼ିଏ ଅଟକି ରହି ବିହଙ୍ଗମୟ ପରିବେଶକୁ ମନଭରି ଉପଭୋଗ କରୁଥିଲେ। ହେଲେ ଏବେ ସେ ସବୁ ଦେଖିବାକୁ ମିଳୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/fshfshvxbbv-2025-12-09-02-59-29.jpg)