ଭୁବନେଶ୍ବର: ଭୁବନେଶ୍ୱର ଲୋକସେବା ଭବନଠାରେ ଏକାମ୍ର ସଂରକ୍ଷଣ ପ୍ରକଳ୍ପ ଉପରେ ଏକ ସମୀକ୍ଷା ବୈଠକ ଆଜି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜନ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପ ଉପରେ ବିଶଦ୍ ଆଲୋଚନା କରାଯାଇଥିଲା।ଏକାମ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ବାକିଥିବା ଅବଶିଷ୍ଟ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
Labor code: ଶ୍ରମ କୋଡ୍ ବାତିଲ ଦାବିରେ ବିକ୍ଷୋଭ
Knowledge is decreasing: ଜ୍ଞାନ କମାଉଛି ଏଆଇ ବ୍ୟବହାର
ଆସନ୍ତା ମହାଶିବରାତ୍ରୀ ପୂର୍ବରୁଜରୁରୀକାଳୀନ ଭିତ୍ତିରେ ପାର୍କିଂ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଲୋକୀକରଣ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟୀକରଣ, ଔଷଧୀୟ ଉଦ୍ୟାନର ସଂରକ୍ଷଣ, ଶ୍ରୀ ଲିଙ୍ଗରାଜ ମନ୍ଦିର ସହିତ ବିଭିନ୍ନ ମଠର ପୁନଃନିର୍ମାଣ, ସେବାୟତଙ୍କ ପାଇଁ ମୋବାଇଲ ଶୌଚାଳୟର ବ୍ୟବସ୍ଥା ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ବର ମହାନଗର ନିଗମର କମିସନର ଚ଼ଞ୍ଚଳ ରାଣା, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସର ଅତିରିକ୍ତ ଆରକ୍ଷୀ ଆୟୁକ୍ତ ନରସିଂହ ଭୋଳ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତି, ଓବିସିସିର ପରିଚାଳନା ନିର୍ଦ୍ଦେଶକଇଂ. ସମୀର ହୋତା, ଓବିସିସିର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଧର ରାଉତ, ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଧିକାରୀ, ଟିପିସିଓଡିଏଲ୍, ୱାଟ୍କୋ, ଭୁବନେଶ୍ବର ମହାନଗର ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/04/untitled-10-2025-12-04-08-01-07.jpg)