ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍କୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଧାରଣା ଦିଆଯାଇଛି। ରାଜ୍ୟ ସରକାରଙ୍କ ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଦିବସ ଓ ମହିଳାମାନଙ୍କୁ ରାତିରେ କାମ କରିବାର ବିଜ୍ଞପ୍ତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଛି। ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ପୁଞ୍ଜିପତି ଓ ବଡ଼ବଡ଼ ବ୍ୟବସାୟୀଙ୍କୁ ଲାଭ ଦେବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହାକି ଲେବର୍ କୋର୍ଡ ଓ ଓଡ଼ିଶା ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୨୦୨୫ ସଂଶୋଧନ ବିଲ୍ରୁ ଜଣାପଡ଼ୁଛି। କେନ୍ଦ୍ର ସରକାର ଏକକାଳୀନ ୩୦୦ ଲୋକଙ୍କୁ ଛଟେଇ କରିବାର କ୍ଷମତା ପ୍ରଦାନ କରି କମ୍ପାନିରାଜ୍ ପ୍ରତିଷ୍ଠା କରିବା ଲାଗି ବାଟ ପିଟାଇଛନ୍ତି। ସେହିପରି ରାଜ୍ୟ ସରକାର ୨୦ରୁ ଅଧିକ ଶ୍ରମିକ ବାଣିଜ୍ୟ ପ୍ରତିଷ୍ଠାନାରେ କାମ କରୁଥିଲେ ଶ୍ରମ ଆଇନର ପରିସର ଭୁକ୍ତ ହେବ ବୋଲି ଘୋଷଣା ଶ୍ରମିକବର୍ଗଙ୍କୁ ଧୋକା ଦେଇଛି।
Ama Odisha: ଆମ ଓଡ଼ିଶା ରକ୍ତଦାନ ଶିବିର
Huge explosion from solar: ସୌର କଳଙ୍କରୁ ବଡ଼ ବିସ୍ଫୋରଣ!
ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମ କୋର୍ଡକୁ ରଦ୍ଦ କରିବା, ମହିଳାମାନଙ୍କୁ ରାତିରେ କାମ ବନ୍ଦ କରାଇବା, ୧୦ ଘଣ୍ଟା କାର୍ଯ୍ୟ ଦିବସର ସମାଧାନ ନ କରନ୍ତି ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ସଂଗଠନ ମାନଙ୍କ ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ। ଏହି ଗଣଧାରଣାରେ ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ ଜେନା, ରାଧାକାନ୍ତ ସେଠୀ, ଦୁଷ୍ମନ୍ତ ଦାସ, ଜୟସେନ ମେହେର, ବିଏନ୍ ମହାପାତ୍ର, ଶମ୍ମୁନାଥ ମହାନ୍ତି, ମାୟାଧର ନାୟକ, ସୁରେଶ ପାଣିଗ୍ରାହି, ଜମ୍ବେଶ୍ୱର ସାମନ୍ତରାୟ, ରଘୁନାଥ ଦାସ, ଶଙ୍କର ସାହୁ, ନରେନ୍ଦ୍ର ମହାନ୍ତି, ଅଜିତ ମହାନ୍ତି, ଅମୀୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ମଞ୍ଚର ସଂଯୋଜକ ମହେନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଜ୍ୟୋତିରଞ୍ଜନ ମହାପାତ୍ର, ସତ୍ୟବ୍ରତ ନାୟକ, ନିରଞ୍ଜନ ମହାନ୍ତି, ମଧୁସୂଧନ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ସୁରେଶ ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/04/untitled-9-2025-12-04-07-58-03.jpg)