ଭୁବନେଶ୍ବର: ସମ୍ବାଦ-ଆମ ଓଡ଼ିଶା ଓ ସହିଦନଗରସ୍ଥିତ ଫ୍ୟୁଚର୍‌ କ୍ୟାରିୟର ସଲ୍ୟୁସନ୍‌ସର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଫ୍ୟୁଚର୍‌ କ୍ୟାରିୟର ସଲ୍ୟୁସନ୍‌ସ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ସମର୍ପିକା ପାରମାଣିକ, ସିତେଶ ପଟ୍ଟନାୟକ, କାମାକ୍ଷା ମହାନ୍ତି, ସୁରଜ୍ ପାଳ, ପ୍ରସନ୍ନ ଭୋଇ, ସନ୍ଦୀପ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ। ଉମେଶ ସାହୁ, ପଙ୍କଜ ଦାସ, ନନ୍ଦକିଶୋର ମହାନ୍ତ, ସନତ ରାଜେନ୍ଦ୍ର ପାତ୍ର, ଆଦର୍ଶ ମହାନ୍ତ ଓ ନମିତା ପାଳ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଶା ରକ୍ତ କେନ୍ଦ୍ର, ବିଏମ୍‌ସି ହସ୍ପିଟାଲ କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମ୍ବାଦ-ଆମ ଓଡ଼ିଶା ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଶିବିର ଆୟୋଜିତ ହୋଇଥିଲା।

Advertisment

Gangua: ଗଙ୍ଗୁଆ କଡ଼େ କଡ଼େ ଜବରଦଖଲ

Huge explosion from solar: ସୌର କଳଙ୍କରୁ ବଡ଼ ବିସ୍ଫୋରଣ!