ଖଣ୍ଡଗିରି:ଖଣ୍ଡଗିରି ଓ ଉଦୟଗିରିର ଐତିହାସିକ ଗୁରୁତ୍ବ ରହିଥିଲେ ମଧ୍ୟ ଏବେ ବି ପାହାଡ଼ରେ ପର୍ଯ୍ୟଟକ ଅସୁରକ୍ଷିତ। ରାଜଧାନୀ ଛାତି ଉପରେ ଏହି ପର୍ଯ୍ୟଟନ ସ୍ଥଳୀ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ସର୍ବନିମ୍ନ ବ୍ୟବସ୍ଥା କରାଯାଇ ନାହିଁ। ଖଣ୍ଡଗିରି-ଉଦୟଗିରି ପଛଭାଗରେ ଥିବା ଜଙ୍ଗଲ ଭିତରେ ସବୁଦିନେ ଅସାମାଜିକ ଓ ମଦ୍ୟପଙ୍କ ଆଡ଼ା ଜମୁଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଆଦୌ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇ ନାହିଁ। ଯାତାୟାତର ସମସ୍ତ ସୁବିଧା ଥିବା ସତ୍ତ୍ବେ ଏହି ପ୍ରାଚୀନ ପାହାଡ଼କୁ ଯେତିକି ପର୍ଯ୍ୟଟକ ଆସିବା କଥା, ସୁରକ୍ଷା ଅବ୍ୟବସ୍ଥା ଯୋଗୁ ସେତିକି ଆସୁନାହାନ୍ତି। ଏପରିକି ଅନେକ ସ୍ଥାନୀୟ ଲୋକ ମଧ୍ୟ ସେଠାକୁ ଯିବା ଲାଗି ନାପସନ୍ଦ କରୁଛନ୍ତି।
ଦିନରେ ବି ପର୍ଯ୍ୟଟକ ଅସୁରକ୍ଷିତ
ଜଗିବାକୁ ନାହାନ୍ତି ସୁରକ୍ଷାକର୍ମୀ
ଜଙ୍ଗଲ ଭିତରେ ଅସାମାଜିକଙ୍କ ଆଡ଼ା
୨୦୨୪ରେ ଖଣ୍ଡଗିରି-ଉଦୟଗିରି ପାହାଡ଼ରେ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ତା’ପରେ ବି ସୁରକ୍ଷା ବୃଦ୍ଧି ହୋଇନାହିଁ। ପାହାଡ଼ ଉପରେ ନିଛାଟିଆ ଅଞ୍ଚଳ ହୋଇଥିବାରୁ ଅସାମାଜିକଙ୍କ ଆଡ଼ା ଜମୁଛି। ସେଥିରେ କୌଣସି ପ୍ରକାର ରୋକ ଲଗାଯାଇପାରି ନାହିଁ। ଘଞ୍ଚ ଜଙ୍ଗଲ ଭିତରେ ଖଣ୍ଡଗିରି ପାହାଡ଼ ଉପରେ ୪ଟି ଓ ଉଦୟଗିରି ଉପରେ ଗୋଟିଏ, ଏହିପରି ଭାବେ ଦୁଇପାହାଡ଼ରେ ୫ଟି ଅତି ପ୍ରାଚୀନ ଜଳାଶୟ ରହିଛି। ଖଣ୍ଡଗିରି ପାହାଡ଼ ଉପରେ ଗୁପ୍ତଗଙ୍ଗା, ଆକାଶ ଗଙ୍ଗା, ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ତଥା ଉଦୟଗିରିରେ ରହିଛି ଲଳିତା କୁଣ୍ଡ। ପାହାଡ଼ର ପଛ ଭାଗରେ ଏହି କୁଣ୍ଡସବୁ ଥିବାବେଳେ ଏଠାକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ଫଳରେ ସେଠାକୁ ଯାଉଥିବା ପର୍ଯ୍ୟଟକ ବାଟହୁଡ଼ି ଅସୁବିଧାରେ ପଡ଼ୁଛନ୍ତି।
I&PR Office: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଲିଛି ଯୋଜନା
ବଡ଼ବଡ଼ିଆଙ୍କ ପାଇଁ ବ୍ୟାରିକେଡ୍ ଉଠିଗଲା
ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ଯୋଜନା କରିଥିଲା ପ୍ରଶାସନ। ଉଭୟ ପାହାଡ଼ର ମଝି ରାସ୍ତାକୁ ବ୍ୟାରିକେଡ୍ ପକାଇ ବନ୍ଦ କରିବା ସହ ଫୁଲଗଛ ଓ ପ୍ରସ୍ତର କାରୁକାର୍ଯ୍ୟ ମାଧ୍ୟମରେ ସୌନ୍ଦର୍ଯ୍ୟୀକରଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ଏଏସ୍ଆଇ, ବିଏମ୍ସି, ଟ୍ରାଫିକ୍ ପୁଲିସ ଓ ପୂର୍ତ୍ତ ବିଭାଗର ମିଳିତ ପ୍ରୟାସରେ ଏହାକୁ କାର୍ଯ୍ୟକାରୀ କରାଗଲା। ମାତ୍ର ସ୍ଥିତି ଏବେ ଯଥା ପୂର୍ବଂ ତଥା ପରଂ। ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ହୋଇଥିବା କଟକଣା ଆଉ ନାହିଁ। ଲୁହା ବ୍ୟାରିକେଡ୍ ହଟାଇ ଦିଆଯାଇଥିବାରୁ ଉଭୟ ପାହାଡ଼ ମଝି ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚାଲୁଛି। ରାସ୍ତା କଡ଼ରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଯାଇଛି। ଉଭୟ ପାହାଡ଼ରେ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କର ଭିଡ଼ ଲାଗୁଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ପର୍ଯ୍ୟଟନ ଋତୁରେ ବଡ଼ବଡ଼ିଆ ଗାଡ଼ି ରଖି ଦୂର ବାଟ ଚାଲିବେ ନାହିଁ ବୋଲି ବ୍ୟାରିକେଟ୍ ହଟାଯାଇଥିବା ଚର୍ଚ୍ଚା ହେଉଛି।
Highmast light Without Electricity: ହାଇମାଷ୍ଟ୍ ଲାଇଟ୍ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ
ଗାଇଡ୍ ସେବା ମିଳୁନି
ଖଣ୍ଡଗିରି-ଉଦୟଗିରି ପାହାଡ଼ର ବିକାଶ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୀଳ ନକ୍ସା ଆଙ୍କିଛନ୍ତି। ଏଥିସହ ଟୁରିଷ୍ଟ୍ ଗାଇଡ୍ ନଥିବାରୁ ଅସନ୍ତୋଷ ମଧ୍ୟ ଝାଡ଼ିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଗୋଟିଏ ଦିନ ନଯାଉଣୁ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଟୁରିଷ୍ଟ୍ ଗାଇଡ୍ ମୁତୟନ କରାଯାଇଛି। ଦୁଇଦିନ ହେଲା ନିଗମ ପକ୍ଷରୁ ଜଣେ ଟୁରିଷ୍ଟ୍ ଗାଇଡ୍ ନିୟୋଜିତ ହୋଇଛନ୍ତି। ସେ ଦିନ ସମୟରେ ଗେଟ୍ ନିକଟରେ ବସି ରହୁଛନ୍ତି। ଯେଉଁ ସବୁ ସରକାରୀ ଅଧିକାରୀମାନେ ଆସୁଛନ୍ତି, ସେମାନଙ୍କୁ ଗାଇଡ୍ ଜଣକ ସୁବିଧା ଯୋଗାଇ ଦେଉଛନ୍ତି। ମାତ୍ର ଏହି ଗାଇଡ୍ ସୁବିଧା ସାଧାରଣ ଲୋକଙ୍କୁ ମିଳୁନାହିଁ। ବାହାର ରାଜ୍ୟରୁ ଆସୁଥିବା କୌଣସି ପର୍ଯ୍ୟଟକ ଉଭୟ ଐତିହ୍ୟସ୍ଥଳୀ ସମ୍ପର୍କରେ ଜାଣିବାକୁ ଚାହିଲେ, ତାଙ୍କୁ ବେସରକାରୀ ଗାଇଡ୍ଙ୍କୁ ମୋଟା ପାଉଣା ଦେବାକୁ ପଡ଼ୁଛି। ପର୍ଯ୍ୟଟନସ୍ଥଳୀରେ ଏଭଳି ପାତରଅନ୍ତର କାହିଁକି ବୋଲି ପର୍ଯ୍ୟଟକମାନେ ପ୍ରଶ୍ନ କରିଛନ୍ତି। ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ କେତେ ଗାଇଡ୍ ରହିବେ ଓ କେଉଁମାନଙ୍କ ପାଇଁ କାମ କରିବେ ସେନେଇ ବ୍ୟବସ୍ଥା କରାଯିବ।
ରାସ୍ତା ଉପରେ ବସ୍
ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଓଏସ୍ଆର୍ଟିସିର ବସ୍ଷ୍ଟାଣ୍ଡ୍ରେ ପର୍ଯ୍ୟଟକଙ୍କ ବସ ରହିବାକୁ ସୁଯୋଗ ମିଳୁନାହିଁ। ଫଳରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ବସ୍ଗୁଡ଼ିକ ଭିତରକୁ ଯାଇ ନପାରି ଗାନ୍ଧି ଶାନ୍ତିକେନ୍ଦ୍ର ସମ୍ମୁଖଠାରୁ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରୁଛନ୍ତି। ପାର୍କିଂ କାରଣରୁ ୫୦ ଫୁଟିଆ ରାସ୍ତା ୧୫ ଫୁଟରୁ କମ୍ ଚଉଡ଼ାରେ ପରିଣତ ହେଉଛି। ପ୍ରତିଦିନ ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/21/hsfhfxvvbvvb-2025-12-21-03-22-15.jpg)